ଭାରତୀୟ ସେନାରେ ସାମିଲ ହେଲା ସ୍ବାର୍ମ ଡ୍ରୋନ

ସ୍ବାର୍ମ ଡ୍ରୋନ-1

ନୂଆଦିଲ୍ଲୀ : ଭାରତୀୟ ସେନାରେ ସାମିଲ ହେଲା ସ୍ବାର୍ମ ଡ୍ରୋନ। ଭାରତୀୟ ସେନାର ମେକାନିକାଲ ଫୋର୍ସରେ ଏସବୁ ଡ୍ରୋନ ସାମିଲ ହୋଇଛି। ଏଗୁଡ଼ିକ ସାମିଲ ହେବା ପରେ ଭାରତୀୟ ସେନା ପକ୍ଷରୁ କୁହାଯାଇଛି ଯେ ଏପରି ଟେକନଲୋଜୀର ବ୍ୟବହାର ଦ୍ବାରା ଭବିଷ୍ୟତର ଯୁଦ୍ଧରେ ସେନା ସୁବିଧାଜନକ ସ୍ଥିତିରେ ରହିବ। ସ୍ବାର୍ମ ଡ୍ରୋନ ଗୁଡ଼ିକ କ୍ଷୁଦ୍ର ମାତ୍ର ଅତ୍ୟନ୍ତ ପ୍ରଭାବୀ। ଅନେକ ଗୁଡ଼ିଏ ( ଶହ ଶହ) ସ୍ବାର୍ମ ଡ୍ରୋନକୁ ଆକାଶରେ ଛାଡ଼ି ଆବଶ୍ୟକ ସାମରିକ ଲକ୍ଷ୍ୟ ହାସଲ କରାଯାଏ। ଏଗୁଡ଼ିକ ପରସ୍ପର ସହ ସମନ୍ବୟ ରକ୍ଷା କରି ଗୋଟିଏ ଟାର୍ଗେଟ ପାଇଁ କାର୍ଯ୍ୟକରନ୍ତି। ଏଗୁଡ଼ିକୁ ଗୁପ୍ତଚର କାର୍ଯ୍ୟ କିମ୍ବା ବୋମା ବର୍ଷଣ କାର୍ଯ୍ୟ ପାଇଁ ବ୍ୟବହାର କରାଯାଇପାରିବ। ଆଧୁନିକ ଯୁଦ୍ଧରେ ଏପରି ଡ୍ରୋନର ବହୁଳ ବ୍ୟବହାର କରାଯାଉଥିବାରୁ ଭାରତ ସରକାର ଗତ ଜୁଲାଇ ମାସରେ ୨୮୭୩୨ କୋଟି ଟଙ୍କାର ସ୍ବାର୍ମ ଡ୍ରୋନ ଖରିଦକୁ ମଞ୍ଜୁରୀ ଦେଇଥିଲେ। କେତେକ ସ୍ବଦେଶୀ କମ୍ପାନିଙ୍କଠାରୁ ଏସବୁ ଡ୍ରୋନ କିଣାଯାଉଛି। ଚଳିତ ବର୍ଷ ଜାନୁଆରି ମାସରେ ଭାରତର ଏକ ଷ୍ଟାର୍ଟ ଅପ୍ ବଟଲାବ ଦିଲ୍ଲୀରେ ପ୍ରାୟ ୧ ହଜାର ଡ୍ରୋନକୁ ଉଡ଼ାଇ ଏକ ସ୍ବତନ୍ତ୍ର ସୋ ପ୍ରଦର୍ଶନ କରିଥିଲା। ଚୀନ, ରୁଷ ଓ ବ୍ରିଟେନ ପରେ ଭାରତ ପ୍ରଥମ ଥର ପାଇଁ ଏତେ ସଂଖ୍ୟକ ଡ୍ରୋନ ବ୍ୟବହାର କରିପାରିଥିଲା।

Share Now:

Kalinga News Beuro

Next Post

ପାକିସ୍ତାନ ପରି ଟିମ ବିପକ୍ଷରେ ଖେଳିବା ଆମ ପାଇଁ ବଡ଼ ଚ୍ୟାଲେଞ୍ଜ୍ : ରାହୁଲ୍

Fri Aug 26 , 2022
ଦୁବାଇ : ଆସନ୍ତା କାଲି ଅର୍ଥାତ ୨୭ ତାରିଖରୁ ଆରମ୍ଭ ହେଉଛି ଏସିଆ କପ୍। ଉଦଘାଟନୀ ମ୍ୟାଚରେ ଆଫଗାନିସ୍ତାନକୁ ଭେଟିବ ଶ୍ରୀଲଙ୍କା। ଏହାର ପରଦିନ ଅର୍ଥାତ ଅଗଷ୍ଟ ୨୮ରେ ଟୁର୍ଣ୍ଣାମେଣ୍ଟର ସବୁଠାରୁ ହାଇପ୍ରୋଫାଇଲ ମ୍ୟାଚ୍ ଭାରତ ଓ ପାକିସ୍ତାନ ମଧ୍ୟରେ ଖେଳାଯିବ। ଏହି ମହାମୁକାବିଲାକୁ ସାରା ବିଶ୍ବର କ୍ରିକେଟପ୍ରେମୀ ଚାହିଁ ରହିଥିବାବେଳେ ଭାରତୀୟ ଦଳର ଉପ-ଅଧିନାୟକ କେ.ଏଲ.ରାହୁଲ କହିଛନ୍ତି ଯେ ପାକିସ୍ତାନ ପରି ଏକ ଭଲ ଟିମ ବିପକ୍ଷରେ ଖେଳିବା […]
କେ.ଏଲ.ରାହୁଲ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial