ମହାରାଷ୍ଟ୍ର ଏଟିଏସ୍‌ର ପୂର୍ବତନ ମୁଖ୍ୟ ହିମାଂଶୁ ରାୟ ନିଜ ରିଭଲଭରରୁ ଗୁଳି ଚଳାଇ କଲେ ଆତ୍ମହତ୍ୟା; କାରଣ ଅସ୍ପଷ୍ଟ

ମୁମ୍ବାଇ: ମହାରାଷ୍ଟ୍ରର ଅତିରିକ୍ତ ପୁଲିସ୍‌ ମହାନିର୍ଦ୍ଦେଶକ (ଏଡିଜି) ତଥା ମହାରାଷ୍ଟ୍ର ଆଣ୍ଟି ଟେରୋରିଷ୍ଟ ସ୍କାର୍ଡ (ଏଟିଏସ୍‌)ର ପୂର୍ବତନ ମୁଖ୍ୟ ହିମାଂଶୁ ରାୟ ଆଜି (ଶୁକ୍ରବାର) ଅପରାହ୍ଣରେ ଆତ୍ମହତ୍ୟା କରିଛନ୍ତି। ନିଜ ବାସଭବନରେ ଥିବା ବେଳେ ସେ ତାଙ୍କ ନିଜ ସର୍ଭିସ୍‌ ରିଭଲଭରରୁ ନିଜ ଉପରକୁ ଗୁଳି ଚଳାଇ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି। ତେବେ, ତାଙ୍କ ଆତ୍ମହତ୍ୟା ପଛର ପ୍ରକୃତ କାରଣ ଜଣା ପଡ଼ି ନଥିଲେ ସୁଦ୍ଧା ସେ ଦୂରାରୋଗ୍ୟ କର୍କଟ ରୋଗରେ ପୀଡ଼ିତ ଥିବା ଜାଣିବାକୁ ମିଳିଛି।

Share Now:

Kalinga News Beuro

Leave a Reply

Next Post

ରେଭେନ୍ସା ଛାତ୍ର ଅଶାନ୍ତି: ଶନିବାର ଅପରାହ୍ନରେ ଉଠିବ ସାଇନ-ଏ-ଡାଏ

Fri May 11 , 2018
କଟକ: ରେଭେନ୍ସା ବିଶ୍ୱବିଦ୍ୟାଳୟରେ ଛାତ୍ର ଅଶାନ୍ତି ଯୋଗୁ ବୁଧବାର ଘୋଷଣା କରାଯାଇଥିବା ସାଇନ-ଏ-ଡାଏକୁ ଉଠାଇବା ନେଇ କୁଳପତି ପ୍ରଫେସର୍‌ ଇଶାନ ପାତ୍ର ଶୁକ୍ରବାର ସୂଚନା ଦେଇଛନ୍ତି। ଶନିବାର ଅପରାହ୍ନ ୫ଟା ପୂର୍ବରୁ ଏହି ସାଇନ-ଏ-ଡାଏ ଉଠାଯିବ ବୋଲି ସୂଚନା ରହିଛି। ଛାତ୍ର ଅଶାନ୍ତି ସମାଧାନ ନେଇ ଆଜି ରେଭେନ୍ସା ବିଶ୍ୱବିଦ୍ୟାଳୟରେ ରେସିଡେନ୍‌ସିଆଲ୍‌ ବୈଠକ ବସିଥିଲା। ସାଇନ-ଏ-ଡାଏ ବ୍ୟତୀତ ସ୍ଥଗିତ ରହିଥିବା ପରୀକ୍ଷା ସଂପର୍କରେ ମଧ୍ୟ ଆଲୋଚନା ହୋଇଯାଇଥିଲା ଏହି ବୈଠକରେ। […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial