ମୁଖ୍ୟ ନିର୍ବାଚନ କମିଶନରଙ୍କ ନିଯୁକ୍ତି ବିଲ୍ ଲୋକସଭାରେ ପାରିତ

ନୂଆଦିଲ୍ଲୀ: ଲୋକସଭାରେ ପାରିତ ହେଲା ମୁଖ୍ୟ ନିର୍ବାଚନ କମିଶନର ତଥା ଅନ୍ୟାନ୍ୟ ନିର୍ବାଚନ କମିଶନର (ନିଯୁକ୍ତି, ସେବା ସର୍ତ୍ତାବଳୀ ଏବଂ କାର୍ଯ୍ୟାଳୟର ଅବଧି) ବିଲ୍, ୨୦୨୩। ପୂର୍ବରୁ ରାଜ୍ୟସଭାରେ ଏହି ବିଲ୍ ପାସ୍ ହୋଇ ସାରିଥିବା ବେଳେ ଆଜି ଲୋକସଭାରେ ଏହି ବିଲ୍ ପାରିତ ହୋଇଥିବା ଜଣାପଡ଼ିଛି। ଏହି ବିଲର ଲକ୍ଷ୍ୟ ହେଉଛି ଭାରତର ନିର୍ବାଚନ ଆୟୋଗ (ଇସିଆଇ)ର ତିନିଜଣ ସଦସ୍ୟଙ୍କ ନିଯୁକ୍ତି ପାଇଁ ପ୍ରକ୍ରିୟା ପ୍ରତିଷ୍ଠା କରିବା। ମାର୍ଚ୍ଚରେ ଏକ ଐତିହାସିକ ଆଦେଶରେ ସୁପ୍ରିମ୍‌ କୋର୍ଟଙ୍କ ଏକ ପାଞ୍ଚଜଣିଆ ଖଣ୍ଡପୀଠ ସର୍ବସମ୍ମତି କ୍ରମେ ମୁଖ୍ୟ ନିର୍ବାଚନ କମିଶନର୍‌ଙ୍କ ନିଯୁକ୍ତି ପ୍ରକ୍ରିୟାକୁ ବଦଳେଇ ଦେଇଥିଲେ। ନିଯୁକ୍ତି ଆଉ ସରକାରଙ୍କ ହାତରେ ରହିବ ନାହିଁ ବୋଲି କହିଥିଲେ ସୁପ୍ରିମକୋର୍ଟ। ଅଦାଲତ ପକ୍ଷରୁ କୁହାଯାଇଥିଲା ଯେ, ଏକ ତିନି ସଦସ୍ୟ ବିଶିଷ୍ଟ ସମିତିର ସୁପାରିସ ଆଧାରରେ ମୁଖ୍ୟ ନିର୍ବାଚନ କମିଶନର ତଥା ଅନ୍ୟାନ୍ୟ ନିର୍ବାଚନ କମିଶନର ନିଯୁକ୍ତି ହେବେ ଯେଉଁଥିରେ ପ୍ରଧାନମନ୍ତ୍ରୀ ଓ ଲୋକସଭାରେ ବିରୋଧୀ ଦଳ ନେତାଙ୍କ ବ୍ୟତୀତ ସୁପ୍ରିମ୍‌ କୋର୍ଟର ମୁଖ୍ୟ ନ୍ୟାୟାଧୀଶ ମଧ୍ୟ ସଦସ୍ୟ ରହିବେ। ମାନ୍ୟବର ଅଦାଲତ ଏକଥା ମଧ୍ୟ ସ୍ପଷ୍ଟ କରିଥିଲେ ଯେ, ଏ ବାବଦରେ ଯେ ପର୍ଯ୍ୟନ୍ତ ସଂସଦରେ କୌଣସି ସ୍ଥାୟୀ ଆଇନ ବ୍ୟବସ୍ଥା ନ ହୋଇଛି, ସେ ପର୍ଯ୍ୟନ୍ତ ଏଇ ବ୍ୟବସ୍ଥା ଚାଲୁ ରହିଥିବ। ତେବେ ଆଜି ଲୋକସଭାରେ ମୁଖ୍ୟ ନିର୍ବାଚନ କମିଶନର ତଥା ଅନ୍ୟାନ୍ୟ ନିର୍ବାଚନ କମିଶନର (ନିଯୁକ୍ତି, ସେବା ସର୍ତ୍ତାବଳୀ ଏବଂ କାର୍ଯ୍ୟାଳୟର ଅବଧି) ବିଲ୍ ପାରିତ ହେବା ପରେ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଆଉ କାର୍ଯ୍ୟକାରୀ ହେବ ନାହିଁ।

Share Now:

Kalinga News Beuro

Next Post

ବଢ଼ିଲା ଏଲୋନ୍ ମସ୍କଙ୍କ ପାଇଁ ଅଡୁଆ : ବାରମ୍ବାର ଡାଉନ୍‌ ହେଉଛି ମାଇକ୍ରୋବ୍ଲଗିଂ ସାଇଟ୍‌ ‘ଏକ୍ସ’

Thu Dec 21 , 2023
ନୂଆଦିଲ୍ଲୀ: ମାଇକ୍ରୋବ୍ଲଗିଂ ସାଇଟ୍ ‘ଏକ୍ସ’ (ପୂର୍ବରୁ ଟ୍ୱିଟର) ଏବେ ବିଭିନ୍ନ ପ୍ରକାରର ବୈଷୟିକ ସମସ୍ୟାର ସମ୍ମୁଖୀନ ହେଉଛି। ଏହି କାରଣରୁ ଗୁରୁବାର ସକାଳ ୧୧ଟାରୁ ‘ଏକ୍ସ’ ଡାଉନ୍‌ ହୋଇଥିବା ଦେଖିବାକୁ ମିଳିଛି। ଏହା ଉପଭୋକ୍ତାମାନଙ୍କ ପାଇଁ ବହୁତ ଅସୁବିଧା ସୃଷ୍ଟି କରୁଛି। ମିଡିଆ ରିପୋର୍ଟଗୁଡିକୁ ଦେଖିବା ତ ପ୍ଲାଟଫର୍ମ କ୍ରମାଗତ ଭାବରେ ବିଭିନ୍ନ ସମସ୍ୟା ଦେଇ ଗତି କରୁଛି। ପ୍ରାୟ ୭୦ହଜାର ବ୍ୟବହାରକାରୀ ସମସ୍ୟା ସଂପର୍କରେ ଅଭିଯୋଗ ଆଣି ସାରିଲେଣି। […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial