ସୂର୍ଯ୍ୟଙ୍କୁ ଛୁଇଁବାକୁ ଯାଇଛି ଯାନ

ନୂଆଦିଲ୍ଲୀ: ବିଜ୍ଞାନର ଶକ୍ତି ଅସୀମ। ଏହି ବିଜ୍ଞାନ ବଳରେ ସବୁ ସମ୍ଭବ। ମହାକାଶରେ ଅନେକ ଗବେଷଣା ସଫଳ ହୋଇଥିବା ବେଳେ ମଣିଷ ଏବେ ସୂର୍ଯ୍ୟଙ୍କୁ ଛୁଇଁବାକୁ ଆରମ୍ଭ କରିଛି ପ୍ରୟାସ। ସୌରମଣ୍ଡଳର ସବୁଠୁ ଶକ୍ତିଶାଳି ନକ୍ଷତ୍ର ସୂର୍ଯ୍ୟଙ୍କ ନିକଟରେ ପହଞ୍ଚିବା ପାଇଁ ନାସା ସଫଳ ହୋଇଛି। ସୂର୍ଯ୍ୟଙ୍କର ତାପମାତ୍ରା ମାପିବା ପାଇଁ ନାସା ପକ୍ଷରୁ ଏକ ମହାକାଶ ଯାନ ପଠାଯାଇଛି। ଗତ ଅଗଷ୍ଟ ମାସରେ ଏହି ଯାନ ମହାକାଶକୁ ପଠାଯିବା ସଫଳ ହୋଇଥିବା ବେଳେ ଏଯାଏଁ କୌଣସି ସଠିକ୍‌ ଖବର ପଠାଇ ନାହିଁ। ଏହି ଯାନ ସୂର୍ଯ୍ୟଙ୍କର ତାପମାତ୍ରା ଆକଳନ କରି ରିପୋର୍ଟ ପଠାଇବ ବୋଲି ଜଣାପଡ଼ିଛି। ଏହି ଯାନର ନାମ ରହିଛି ‘Parkar Solar probe’। ଫ୍ଲୋରିଡାର Cape Canaveralରୁ ଏହାକୁ ଲଞ୍ଚ କରାଯାଇଥିଲା। ଏକ କାର ଆକୃତିର ଏହି ମହାକାଶ ଯାନ ଏବେ ସୂର୍ଯ୍ୟଙ୍କ ଚତୁଃପାର୍ଶ୍ୱରେ ଚକ୍କର କାଟୁଛି। ଏହି ଯାନ ଉପରେ ୪.୫ ଇଞ୍ଜର ତାପମାତ୍ରା ପରିବାହିର ଏକ ଆବରଣ ରହିଛି। କୁହାଯାଏ ସୂର୍ଯ୍ୟର ବଳୟରେ ବାକି ସ୍ଥାନଠାରୁ ୩୦୦ ଗୁଣା ଅଧିକ ଉତ୍ତାପ ରୁହେ। ଏହି ଗବେଷଣାରେ ସାମିଲ ଥିବା ଜଷ୍ଟିନ୍‌ କାସ୍‌ପର ନାମକ ଜଣେ ବୈଜ୍ଞାନିକ କହିଛନ୍ତି ଯେ,ଏହି ଯାନ୍ ଦ୍ୱାରା ପୃଥିବୀ ଉପରେ ପଡ଼ୁଥିବା ସୌର ଝଡ଼ର ପ୍ରଭାବ ଆକଳନ କରିବ।

Share Now:

Kalinga News Beuro

Leave a Reply

Next Post

ବିଧାୟକଙ୍କ ଘର ସମ୍ମୁଖରେ ଧାରଣା ଦେବେ ବସ୍ତି ବାସିନ୍ଦା

Sun Sep 16 , 2018
ଭୁବନେଶ୍ୱର : ଜମିପଟ୍ଟା ପ୍ରଦାନ ଦାବିରେ ବସ୍ତି ବାସିନ୍ଦା ବିଧାୟକଙ୍କ ଘର ସମ୍ମୁଖରେ ଧାରଣା ଦେବେ। ୫ଦିନ ହେବ ଲୋୟର ପିଏମ୍‌ଜିରେ ଧାରଣାରେ ବସିବା ପରେ ମଧ୍ୟ କୌଣସି ସୁଫଳ ନମିଳିବାରୁ ବସ୍ତି ଉନ୍ନୟନ ପରିଷଦ ଏଭଳି ନିଷ୍ପତ୍ତି ନେଇଛି। ଆଜି ଧାରଣାର ଶେଷ ଦିନରେ ଲୋୟର ପିଏମ୍‌ଜିଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ବସ୍ତି ସଂଘର୍ଷ ସମିତି ସଭାପତି ପ୍ରତାପ ସାହୁ ଓ ବସ୍ତି ଉନ୍ନୟନ ପରିଷଦର ସଭାପତି […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial