ଗରିବଙ୍କ ଈଶ୍ଵର ପାଲଟିଛନ୍ତି ଡାକ୍ତର ଫାରୁକ୍‌ ହୁସେନ୍‌ : ଚାକିରି ଛାଡ଼ି କରୁଛନ୍ତି ମାଗଣା ଚିକିତ୍ସା

ଗରିବଙ୍କ ଈଶ୍ବର

ସୁନ୍ଦରବନ: ସଂସାରରେ ଯଦିଓ ଅଧିକାଂଶ ଖରାପ ଲୋକ ଅଛନ୍ତି, ତଥାପି କିଛି ଭଲ ଲୋକ ବି ଥିବା ନଜରି ରହିଛି। ଯେଉଁଥିପାଇଁ ଉଚିତ ଭାରସାମ୍ୟ ରହିଛି। ଆଜି ଆମେ କହିବୁ ସେପରି ଜଣେ ଭଲ ଡାକ୍ତରଙ୍କ ବିଷୟରେ, ଯିଏକି ୧୦ ବର୍ଷ ହେବ ଗରିବମାନଙ୍କର ମାଗଣାରେ ଚିକିତ୍ସା କରି ଆସୁଛନ୍ତି। ଡାକ୍ତର ଜଣକ ହେଉଛନ୍ତି ପଶ୍ଚିମବଙ୍ଗର ସୁନ୍ଦରବନର। ସେ ନିଜେ ପିଲାଦିନେ ଏକ ନିହାତି ଗରିବ ପରିବାର‌ରେ ଜନ୍ମ ହୋଇଥିବା ବେଳେ ଏବେ ସାଜିଛନ୍ତି ଗରିବଙ୍କ ପାଇଁ ଭଗବାନ। ଏହା ମଧ୍ୟରେ ସେ ତାଙ୍କର ଏହି ମହାନତା ପାଇଁ ଅନେକ ପୁରସ୍କାର ବି ଜିତିଛନ୍ତି। ଏହି ଡାକ୍ତରଙ୍କ ନାମ ହେଉଛି ଫାରୁକ୍‌ ହୁସେନ୍‌। ଅଜି ଯଦିଓ ସେ ଜ‌ଣେ ଉତ୍ତମ ଡାକ୍ତର, ହେଲେ ଦାରିଦ୍ର୍ୟ ଭିତରେ ବିତାଇଥିବା ନିଜର ପିଲାଦିନକୁ ସେ କେବେ ବି ବୁଲିନାହାନ୍ତି। ସେଇଥିପାଇଁ ତ ଆଜି ବି ନିଜ ସହ କରିଥିବା ସେ ପିଲାଦିନର ପ୍ରତିଜ୍ଞାକୁ ନିଭାଇ ଚାଲିଛନ୍ତି।
ପିଲାଦିନେ ଫାରୁକ୍‌ ନିଜକୁ କଥା ଦେଇଥିଲେ ଯେ ବଡ଼ ହେବା ପରେ ସେ ଗରିବଙ୍କ ସେବା କରିବେ। ଆଜକୁ ୧୦ ବର୍ଷ ହେବ ସୁନ୍ଦରବନ ଅଞ୍ଚଳରେ ସେ ଏପରି ଏକ ହସ୍ପିଟାଲ୍‌ ଚଳାଉଛନ୍ତି, ଯେଉଁଠାରେ ଗରିବଙ୍କୁ ସମସ୍ତ ପ୍ରକାରର ସ୍ୱାସ୍ଥ୍ୟ ସୁବିଧା ମାଗଣାରେ ମିଳୁଛି। ଏହି କାରଣରୁ ଲୋକେ ତାଙ୍କୁ ‘ବିନା ଟଙ୍କାର ଡାକ୍ତର’ ବୋଲି କହିବା ଆରମ୍ଭ କରିଛନ୍ତି। ଡକ୍ଟର ଫାରୁକ୍‌ ପ୍ରାଥମିକ ଶିକ୍ଷା ନିଜ ଗାଁରୁ ଆରମ୍ଭ କରିଥିଲେ। ପରେ ସେ କୋଲକାତାର ମିସନ ସ୍କୁଲ୍‌‌ରେ ନାମ ଲେଖାଇଥିଲେ। ସେଇଠାରେ ହିଁ ସେ ଡାକ୍ତର ହେବାର ସ୍ବପ୍ନ ଦେଖିବା ଆରମ୍ଭ କରିଥିଲେ। ପରେ ସେ ବାଙ୍କୁରା ମେଡିକାଲ୍‌ କଲେଜ୍‌ରେ ଏମ୍‌ବିବିଏସ୍‌ ପାଠ ପଢ଼ି ପରେ ଚାକିରି ପାଇଥିଲେ। ହେଲେ ୨୦୧୪ ମସିହାରେ ସେ ଚାକିରି ଛାଡ଼ି ନିଜ ଗାଁରେ କିଛି ଯୁବକଙ୍କ ସହାୟତାରେ ଏକ ସ୍ୱେଚ୍ଛାସେବୀ ସଂଗଠନ ଆରମ୍ଭ କଲେ। ଏବେ ତାଙ୍କ ସଂଗଠନ ‘ନବ ଦିଗନ୍ତ’ ଜରିଆରେ ନିଜ ଅଞ୍ଚଳର ଅନେକ ସମସ୍ୟାର ସମାଧାନ କରୁଛନ୍ତି। ସେଠାରେ ସେ ଏକ ସ୍କୁଲ୍‌ ବି ବନାଇଛନ୍ତି। କେବଳ ସେତିକି ନୁହେଁ, ସେହି ଅଞ୍ଚଳରେ ‘ସାନିଟାରି ନାପ୍‌କିନ୍‌’ର ପ୍ରଚାର ପାଇଁ ସେ ଝିଅ ଓ ବୋହୂମାନଙ୍କୁ ମାଗଣାରେ ପ୍ୟାଡ୍‌ ବି ଯୋଗାଉଛନ୍ତି। ତାଙ୍କର ଏହି ସବୁ କାମ ପାଇଁ ତାଙ୍କ ନାଁ ୨୦୨୧ ମସିହାରେ ‘ଇଣ୍ଡିଆ ବୁକ୍ସ ଅଫ୍‌ ରେକର୍ଡସ’ରେ ସ୍ଥାନ ପାଇଛି। ତାଙ୍କୁ ଅନେକ ଥର ରାଜ୍ୟସ୍ତରରେ ବି ସମ୍ମାନିତ କରାଯାଇଛି।

Share Now:

Kalinga News Beuro

Next Post

ଏକାନ୍ତରେ ସମୟ ବିତାଇବାକୁ ଆସିଥିଲେ : ହତ୍ୟା କଲା ପ୍ରେମିକ

Fri Mar 10 , 2023
ଜମ୍ମୁ: ହୋଲିରେ ଭେଟିବାକୁ ଆସିଥିବା ବେଳେ ଡାକ୍ତରଙ୍କୁ ହତ୍ୟା କଲେ ପ୍ରେମିକ। ଜମ୍ମୁରେ ଘଟିଛି ଏଭଳି ଘଟଣା। ହୋଲି ଅବସରରେ ଛୁଟି ମିଳିବା ପରେ ଜମ୍ମୁରେ ରହୁଥିବା ପ୍ରେମିକଙ୍କୁ ଦେଖା କରିବାକୁ ଆସିଥିଲେ ପ୍ରେମିକା। ନିଜ ମନର ମଣିଷ ସହ ଟିକିଏ ସମୟ ବିତାଇ ପୁଣି ଥରେ କାମକୁ ଫେରିବେ ବୋଲି ଭାବିଥିଲେ ଡାକ୍ତରାଣୀ। ହେଲେ ପ୍ରେମିକଙ୍କୁ ଦେଖା ହେବା ତାଙ୍କୁ ଏ‌ତେ ଭାରୀ ପଡ଼ିବ ବୋଲି ସେ ଜାଣିନଥିଲେ। […]
ହତ୍ୟା କଲା ପ୍ରେମିକ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial