ନୂଆଦିଲ୍ଲୀ: ଆଜି ମୁଖ୍ୟମନ୍ତ୍ରୀଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ବୈଠକ। ଅପରାହ୍ନ ୪ଟାରେ କୋଭିଡ୍ ସ୍ଥିତି ନେଇ ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିବେ ପ୍ରଧାନମନ୍ତ୍ରୀ। ଗତ ଶନିବାର ବରିଷ୍ଠ ଅଧିକାରୀଙ୍କ ସହ ବୈଠକ କରି କରୋନା ସ୍ଥିତି ସମୀକ୍ଷା କରିଥିଲେ ମୋଦୀ। ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଲଗାତର ବୃଦ୍ଧି ପାଇବାରେ ଲାଗିଛି। ମହାରାଷ୍ଟ୍ରରେ ରେକର୍ଡ ଦୈନିକ ସଂକ୍ରମଣ ଚିହ୍ନଟ ହେଉଛନ୍ତି। ଆଉ କିଛି ରାଜ୍ୟରେ ମଧ୍ୟ ସ୍ଥିତିି ବିଗିଡ଼ିବାରେ ଲାଗିଛି। ଏପରି ସ୍ଥିତିରେ ପ୍ରଧାନମନ୍ତ୍ରୀ ଆଜି ମୁଖ୍ୟମନ୍ତ୍ରୀଙ୍କ ସହ ବୈଠକ କରିବେ। କରୋନା ସଂକ୍ରମଣ ଓ ଓମିକ୍ରନ୍ ଆକ୍ରାନ୍ତଙ୍କ ସଂଖ୍ୟା କିପରି ନିୟନ୍ତ୍ରଣକୁ ଅଣାଯିବ, ସେନେଇ ଆଲୋଚନା କରିବେ। ଏହା ସହ ରାଜ୍ୟ ସରକାରମାନେ କ’ଣ ସବୁ ପଦକ୍ଷେପ ନେଇଛନ୍ତି ସେ ନେଇ ମଧ୍ୟ ପଚାରି ବୁଝିବେ ପ୍ରଧାନମନ୍ତ୍ରୀ। ତେବେ ବୈଠକ ପରେ ରାଜ୍ୟରେ କରୋନା କଟକଣା କଡ଼ାକଡ଼ି କରାଯିବ କି ନାହିଁ ତା’ ଉପରେ ସମସ୍ତଙ୍କ ନଜର ରହିଛି।
ଆଜି ମୁଖ୍ୟମନ୍ତ୍ରୀଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ବୈଠକ : ଅପରାହ୍ନ ୪ଟାରେ କୋଭିଡ୍ ସ୍ଥିତି ନେଇ କରିବେ ଆଲୋଚନା

Share Now: