ହିମାଚଳ ପ୍ରଦେଶରେ କସମେଟିକ୍ସ କାରଖାନାରେ ନିଆଁ : ଫସି ରହିଛନ୍ତି ୨୦ ଶ୍ରମିକ, ତଳକୁ ଡେଇଁଲେ ୨ ଶ୍ରମିକ

ବଡ୍ଡି : ହିମାଚଳ ପ୍ରଦେଶର ସୋଲାନ ଜିଲ୍ଲାରେ ଥିବା କସ୍ମେଟିକ୍ କାରଖାନାରେ ଅଗ୍ନିକାଣ୍ଡ ଘଟିଛି। ଏଠାରେ କାରଖାନାରେ ୧୫ରୁ ୨୦ ଜଣ ଶ୍ରମିକ ଫସି ରହିଛନ୍ତି। ଅଗ୍ନିକାଣ୍ଡ ପରେ ଭିଡିଓ ସାମ୍ନାକୁ ଆସିଛି, ଯେଉଁଥିରେ ଜଣେ ମହିଳା ଛାତ ଉପରେ ଫସି ରହିଥିବା ଦେଖିବାକୁ ମିଳିଛି। ସେହିପରି ୨ ଜଣ ଶ୍ରମିକ ପ୍ରାଣ ବିକଳରେ ଛାତ ଉପରୁ ଡେଇଁପଡ଼ିଥିବା ଜଣାପଡ଼ିଛି। ମିଳିଥିବା ସୂଚନା ଅନୁଯାୟୀ, ଏହି ଘଟଣା ଟି ରାଜ୍ୟର ଶିଳ୍ପ ନଗରୀ ବଡ୍ଡିର ବୁଦାରୁ ଆସିଛି। ଏଠାରେ କସ୍ମେଟିକ୍ ସାମଗ୍ରୀ ତିଆରି କରୁଥିବା ଏକ କାରଖାନାରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଏଥିରେ ବହୁ ସଂଖ୍ୟକ ଶ୍ରମିକ ଫସି ରହିଛନ୍ତି। ଅଗ୍ନିକାଣ୍ଡର କାରଣ ଜଣାପଡ଼ିନାହିଁ। ଅଗ୍ନିଶମ ବାହିନୀ ବଡ୍ଡି ଓ ନାଲାଗଡ଼ର ପ୍ରାୟ ଅଧ ଡଜନ ଗାଡ଼ି ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଛନ୍ତି। ଏନଡିଆରଏଫ ଟିମ୍ ଘଟଣାସ୍ଥଳରେ ପହଞ୍ଚି ରିଲିଫ ଓ ଉଦ୍ଧାର କାର୍ଯ୍ୟ ଜାରି ରଖିଛି।
ଅଗ୍ନିକାଣ୍ଡ ପରେ ଘଟଣାସ୍ଥଳର କିଛି ଭିଡିଓ ମଧ୍ୟ ସାମ୍ନାକୁ ଆସିଛି, ଯେଉଁଥିରେ ଲୋକମାନେ କାରଖାନା ବାହାରେ ଦୌଡୁଥିବା ଦେଖିବାକୁ ମିଳିଛି। ଏକ ଭିଡିଓରେ ଜଣେ ମହିଳା ମଧ୍ୟ କାରଖାନା ଛାତ ଉପରେ ନଜର ଆସିଛନ୍ତି। ଧୂଆଁ ବେଲୁନ୍ ଭିତରେ ଫସି ରହିଛନ୍ତି ଏହି ମହିଳା। ସେହିଭଳି ଏକ ଭିଡିଓରେ ଜଣେ ବ୍ୟକ୍ତି କହୁଛନ୍ତି ଯେ କାରଖାନାରେ ୧୫ରୁ ୨୦ ଜଣ ଫସି ରହିଛନ୍ତି।

Share Now:

Kalinga News Beuro

Next Post

ନକଲି ସିବିଆଇ ଅଧିକାରୀଙ୍କୁ ବାନ୍ଧିଲା ପୁଲିସ

Fri Feb 2 , 2024
ରେଳବାଇରେ ଚାକିରି କରାଇଦେବାକୁ କହି ୨ଲକ୍ଷରୁ ଉର୍ଦ୍ଧ୍ୱ ଟଙ୍କା ଠକିଥିଲେ ସୁନ୍ଦରଗଡ଼: ଟାଉନ ପୁଲିସ ଦ୍ୱାରା ନକଲି ସିବିଆଇ ଅଧିକାରୀ ଗିରଫ ହୋଇଛନ୍ତି। ରେଳବାଇରେ ଚାକିରି କରାଇଦେବାକୁ କହି ୪ଜଣଙ୍କ ଠାରୁ ୨ଲକ୍ଷରୁ ଉର୍ଦ୍ଧ୍ୱ ଟଙ୍କା ଠକି ନେଇଥିଲେ ସଂପୃକ୍ତ ଯୁବକ। ଅଭିଯୁକ୍ତ ଯୁବକର ଘର ଟାଉନ ଥାନା ପଣ୍ଡରିଢ଼ିପା ଅଞ୍ଚଳର ଓ ତାର ନାଁ ଉମେଶ ତନ୍ତୀ ବୋଲି ଜଣାପଡ଼ିଛି। ୨୦୨୧ ମସିହାରେ ରେଳବାଇ ବିଭାଗରେ ନର୍ସ, ଟିକେଟ […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial