ଆସନ୍ତାକାଲି ମୋଦୀ ଓ ବାଇଡେନଙ୍କ ମଧ୍ୟରେ ଭର୍ଚୁଆଲ ବୈଠକ

ମୋଦୀ ଓ ବାଇଡେନ

ନୂଆଦିଲ୍ଲୀ: ଆସନ୍ତାକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କ ମଧ୍ୟରେ ହେବ ଭର୍ଚୁଆଲ ବୈଠକ। ଏହି ବୈଠକରେ ଦୁହେଁ ଦ୍ୱିପାକ୍ଷିକ ପ୍ରସଙ୍ଗରେ ଆଲୋଚନା କରିବେ ବୋଲି କୁହାଯାଉଛି। ୟୁକ୍ରେନ ଏବଂ ରୁଷ ମଧ୍ୟରେ ଚାଲିଥିବା ଯୁଦ୍ଧ ସମୟରେ ଭାରତ-ଆମେରିକା ମଧ୍ୟରେ ହେବାକୁ ଥିବା ବୈଠକ ଗୁରୁତ୍ୱପୂର୍ଣ୍ଣ ବୋଲି ବିବେଚନା କରାଯାଉଛି। ରୁଷରୁ ତୈଳ କ୍ରୟ ନକରିବାକୁ ଭାରତ ଉପରେ ଆମେରିକା ଚାପ ପକାଉଥିବା ବେଳେ ଏବେ ଦୁଇ ଦେଶ ବୈଠକ କରିବାକୁ ନିଷ୍ପତ୍ତି ନେଇଛନ୍ତି। ବୈଠକରେ ଏହି ବିଷୟରେ ଆଲୋଚନା ହେବ ବୋଲି ଆଶା କରାଯାଉଛି। ଅନ୍ୟପକ୍ଷରେ, ଆସନ୍ତା ସପ୍ତାହରେ ଆମେରିକା ଏବଂ ଭାରତ ମଧ୍ୟରେ ୨+୨ ଆଲୋଚନା ମଧ୍ୟ ଆରମ୍ଭ ହେବାକୁ ଯାଉଛି ଯେଉଁଥିରେ ବୈଦେଶିକ ମନ୍ତ୍ରୀ ଏବଂ ପ୍ରତିରକ୍ଷା ମନ୍ତ୍ରୀଙ୍କ ସହ ଏକ ଉଚ୍ଚ ସ୍ତରୀୟ ପ୍ରତିନିଧୀ ଦଳ ଅଂଶଗ୍ରହଣ କରିବେ। ତେବେ ଦୁଇ ନେତା ଏହି ବୈଠକରେ ଦ୍ୱିପାକ୍ଷିକ ସହଯୋଗର ସମୀକ୍ଷା କରିବେ ଏବଂ ଦକ୍ଷିଣ ଏସିଆ ଓ ଏସିଆ-ପ୍ରଶାନ୍ତ ମହାସାଗରରେ ସାମ୍ପ୍ରତିକ ବିକାଶ ଉପରେ ମତ ବିନିମୟ କରିବେ ବୋଲି କୁହାଯାଉଛି। ଏହା ପୂର୍ବରୁ ଗତ ଦେଢ଼ ମାସ ମଧ୍ୟରେ ଅନେକ ଦେଶର ଶୀର୍ଷ ସ୍ତରର ନେତାମାନେ ଭାରତ ଆସିଛନ୍ତି। ରୁଷ-ୟୁକ୍ରେନ ଯୁଦ୍ଧ ମଧ୍ୟରେ ରୁଷର ବୈଦେଶିକ ମନ୍ତ୍ରୀ ସର୍ଗେ ଲାଭ୍ରୋଭ ଭାରତ ଆସିଥିଲେ। ଭାରତ ଗସ୍ତ ସମୟରେ ‌ସେ ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍ ଜୟଶଙ୍କରଙ୍କୁ ଭେଟିବା ବ୍ୟତୀତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ମଧ୍ୟ ଭେଟିଥିଲେ।

Share Now:

Kalinga News Beuro

Next Post

ଓଡ଼ିଶା ଟେନିସ କ୍ରିକେଟ ସଂଘର ଖେଳାଳି ଚୟନ ଶିବିର

Sun Apr 10 , 2022
ଭୁବନେଶ୍ୱର : ଭାରତୀୟ ଟେନିସ କ୍ରିକେଟ ସଂଘ ଦ୍ୱାରା ଚଳିତ ମାସ ୨୬ ତାରିଖ ଠାରୁ ୨୮ ପର୍ଯ୍ୟନ୍ତ ଦିଲ୍ଲୀ ସ୍ଥିତ ରୋହିଣୀ କ୍ରିକେଟ ପଡିଆରେ ବରିଷ୍ଠ ବର୍ଗର ସର୍ବ ଭାରତୀୟ କ୍ରିକେଟ ପ୍ରତିଯୋଗିତା – ୨୦୨୨ ଅନୁଷ୍ଠିତ ହେବାକୁ ଯାଉଛି। ଏହି ପ୍ରତିଯୋଗିତାରେ ଦେଶର ୨୪ଟି ରାଜ୍ୟରୁ ଖେଳାଳି ଯୋଗଦେବାକୁ ଯାଉଛନ୍ତି। ଓଡିଶା ତରଫରୁ ଏକ ୧୬ଜଣିଆ ଟେନିସ କ୍ରିକେଟ ଦଳ ଚୟନ କରାଯିବ। ଏଥିପାଇଁ ଏକ ରାଜ୍ୟସ୍ତରୀୟ […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial