୪୦ ଡିଗ୍ରି ଉପରେ ରାଜ୍ୟର ୨୫ ସହର : ବୌଦ୍ଧ ଓ ନୂଆପଡ଼ାରେ ତାପମାତ୍ରା ୪୪ ଡିଗ୍ରି ରେକର୍ଡ

୪୦ ଡିଗ୍ରି ଉପରେ ରାଜ୍ୟର ୨୫ ସହର

ଭୁବନେଶ୍ୱର: ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିଛି। କିନ୍ତୁ ଉପକୂଳ ଓଡ଼ିଶାରେ ତାପମାତ୍ରା ସାମାନ୍ୟ ହ୍ରାସ ପାଇଥିବା ବେଳେ ପଶ୍ଚିମ ଓଡ଼ିଶାରେ ତାତିରୁ ଲୋକଙ୍କୁ ନିସ୍ତାର ମିଳି ନାହିଁ। ଆଜି ରାଜ୍ୟର ୨୫ଟି ସହରରେ ତାପମାତ୍ରା ୪୦ ଡିଗ୍ରି କିମ୍ବା ଅଧିକ ତାପମାତ୍ରା ରେକର୍ଡ ହୋଇଛି। ୪୪ ଡିଗ୍ରି ସହ ବୌଦ୍ଧ ଏବଂ ନୂଆପଡା ରାଜ୍ୟର ଉତ୍ତପ୍ତ ସହର ହୋଇଛି। କିନ୍ତୁ ଟ୍ୱିନ ସିଟି ଭୁବନେଶ୍ୱର ଓ କଟକରେ ତାପମାତ୍ରା ପୁଣି ୪୦ ଡିଗ୍ରି ତଳେ ରହିଛି। ଉପକୂଳରୁ ଗ୍ରୀଷ୍ମପ୍ରବାହ ସ୍ଥିତି ହ୍ରାସ ପାଇଛି। ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଏହି ସୂଚନା ଦିଆଯାଇଛି।
ପାଣିପାଗ ବିଜ୍ଞାନୀ ଉମାଶଙ୍କର ଦାଶ କହିଛନ୍ତି, ପାଣିପାଗ ତାତି କମିବ। ବିସ୍ତାରିତ ପରିସର ଆକଳନ ଅନୁଯାୟୀ ମେ’ ୯ରୁ ୧୫ ମଧ୍ୟରେ ତାପମାତ୍ରା ହ୍ରାସ ପାଇବ। ତାପମାତ୍ରା ବିଚ୍ୟୁତି (ସ୍ୱାଭାବିକ ଠାରୁ ତାପମାତ୍ରା ବ୍ୟବଧାନ) କମ ରହିବାର ସମ୍ଭାବନା ଥିବାରୁ, ରାଜ୍ୟରେ ହେବାକୁ ଥିବା ପ୍ରଥମ ପର୍ଯ୍ୟାୟ ନିର୍ବାଚନ ସମୟରେ ତାତି ଅନୁକୂଳ ରହିବ।

Share Now:

Kalinga News Beuro

Next Post

ଓଡ଼ିଶାରେ କେନ୍ଦ୍ର ମନ୍ତ୍ରୀ ଏସ୍ ଜୟଶଙ୍କର : ବିଜେପି ନେତା ଓ କର୍ମୀମାନଙ୍କୁ ଦେବେ ଗୁରୁମନ୍ତ୍ର

Sat May 4 , 2024
ଭୁବନେଶ୍ୱର: ଦୁଇ ଦିନିଆ ଓଡ଼ିଶା ଗସ୍ତରେ କେନ୍ଦ୍ର ବୈଦେଶିକ ମନ୍ତ୍ରୀ ଏସ୍ ଜୟଶଙ୍କର। ସେ କିଛି ସମୟ ପୂର୍ବରୁ ଭୁବନେଶ୍ୱରରେ ପହଞ୍ଚିଛନ୍ତି। କେନ୍ଦ୍ର ବୈଦେଶିକ ମନ୍ତ୍ରୀ ଏସ୍ ଜୟଶଙ୍କରଙ୍କୁ ବିମାନବନ୍ଦରରେ ରାଜ୍ୟ ବିଜେପି ପକ୍ଷରୁ ଭବ୍ୟ ସ୍ୱାଗତ କରାଯାଇଛି। ଆଜି ଦିନ ୧୨ଟା ବେଳେ ଏସ୍ ଜୟଶଙ୍କରଙ୍କର ବିଭିନ୍ନ ସମ୍ବାଦପତ୍ରର ସଂପାଦକମାନଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି। ପରେ ବୁଦ୍ଧିଜୀବୀଙ୍କ ସହ ସମ୍ମିଳନୀ କରିବା ସହ ରାଜଧାନୀରେ ଏକ ସାମ୍ବାଦିକ ସମ୍ମିଳନୀ […]
କେନ୍ଦ୍ର ମନ୍ତ୍ରୀ ଏସ୍ ଜୟଶଙ୍କର-1

ଆହୁରି ପଢ଼ନ୍ତୁ

Breaking News

Most Read

Social media & sharing icons powered by UltimatelySocial