ନିଜ ରିଭଲଭରରୁ ଗୁଳି ଫୁଟିବାରୁ ଗାଙ୍ଗପୁର ଥାନା ଅଧିକାରୀଙ୍କ ମୃତ୍ୟୁ

ଗାଙ୍ଗପୁର ଥାନା ଅଧିକାରୀଙ୍କ ମୃତ୍ୟୁ

ବ୍ରହ୍ମପୁର: ନିଜ ରିଭଲଭରରୁ ଗୁଳି ଫୁଟିବାରୁ ଗାଙ୍ଗପୁର ଥାନା ଅଧିକାରୀ ଦେବ କୁମାର ଗମାଙ୍ଗଙ୍କ ମୃତ୍ୟୁ ହୋଇଛି। ମିଳିଥିବା ସୂଚନା ଅନୁଯାୟୀ, କ୍ବାର୍ଟରରେ ମାଆଙ୍କ ସହ ଖାଇବାକୁ ଵସିଥିବା ଵେଳେ ଗୁଳି ଫୁଟିଥିଲା। ପେଟରେ ଗୁଳି ବାଜି ପିଠିପଟୁ ବାହାରିଥିଲା। ତାଙ୍କୁ ଆସିକା ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା।.ସେଠାରେ ଦେବ କୁମାର ଗମାଙ୍ଗଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ। ସେ ଜୟପୁରର ମୂଳବାସିନ୍ଦା। ୬ ମାସ ତଳେ ଗାଙ୍ଗପୁର ଥାନାରେ ଯୋଗ ଦେଇଥିଲେ। ତାଙ୍କ ପତ୍ନୀ ନବରଙ୍ଗପୁର ହେଡକ୍ବାର୍ଟରରରେ ଇନସପେକ୍ଟର ଭାବରେ କାର୍ଯ୍ୟ କରୁଛନ୍ତି।

Share Now:

Kalinga News Beuro

Next Post

ଘରୁ ଡାକିନେଇ ସରପଞ୍ଚଙ୍କୁ ନିର୍ମମ ହତ୍ୟା କଲେ ନକ୍ସଲ

Fri Mar 25 , 2022
ମାଲକାନଗିରି: ସୀମାନ୍ତ ଛତିଶଗଡ଼ର ଦନ୍ତେବାଡ଼ା ଜିଲ୍ଲାରେ ପୁଣି ନକ୍ସଲ ହିଂସା ଦେଖିବାକୁ ମିଳିଛି। ସରପଞ୍ଚକୁ ଅତି ନିର୍ମମ ଭାବେ ହତ୍ୟା କରିଛନ୍ତି ନକ୍ସଲ। କିରଣ୍ଡୁଲ ଥାନା ଠାରୁ ମାତ୍ର ୮ କିଲୋମିଟର ଦୂରରେ ନକ୍ସଲ ଏହି ଖୁନି ଖେଳ ଖେଳିଛନ୍ତି। ହିରୋଲି ପଞ୍ଚାୟତର ସରପଞ୍ଚ ଜଗା କୁଞ୍ଜମି ନକ୍ସଲ ହତ୍ୟା କରିଛନ୍ତି। ଗତ ତିନିଦିନ ହେଲା ହିରୋଲି ଗ୍ରାମରେ ଯାତ୍ରା ଚାଲିଛି। ବିଭିନ୍ନ ଗ୍ରାମର ଶହଶହ ଲୋକ ଏହି ଯାତ୍ରରେ […]
ସରପଞ୍ଚଙ୍କୁ ଡାକିନେଇ ନିର୍ମମ ହତ୍ୟା କଲେ ନକ୍ସଲ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial