ହୀରାକୁଦରୁ ଖୋଲିଲା ୪୪ଟି ଗେଟ: ମହାନଦୀରେ ବଡ଼ ବନ୍ୟା ଆଶଙ୍କା ବଢିଲା

ହୀରାକୁଦର ୪୪ଟି ଗେଟ ଖୋଲା

ଭୁବନେଶ୍ୱର : ମହାନଦୀରେ ଏକ ବ଼ଡ଼ ବନ୍ୟା ହେବାର ଆଶଙ୍କା ଦିନକୁ ଦିନ ବଢିବାରେ ଲାଗିଛି। ଉପରମୁଣ୍ଡ ଛତିଶଗଡ଼ରେ ପ୍ରବଳ ବର୍ଷା ଲାଗି ରହିଥିବାରୁ ହୀରାକୁଦ ନଦୀବନ୍ଧର ଜଳସ୍ତର ଚିନ୍ତାଜନକଭାବେ ବଢିଚାଲିଛି। ଗତ ମଧ୍ୟରାତ୍ରିରେ ନଦୀବନ୍ଧର ଆଉ ଦୁଇଟି ଓ ସକାଳେ ଆଉ ଦୁଇଟି ସ୍ଲୁଇସ ଗେଟ୍‌ ଖୋଲିବାକୁ ନିର୍ଦ୍ଦେଶ ଦିଆଯିବା ପରେ ଖୋଲିଥିବା ଗେଟ୍‌ ସଂଖ୍ୟା ୪୪କୁ ବୃଦ୍ଧି ପାଇଛି। ଏହି ୪୪ଟି ଗେଟ ଦେଇ ଏବେ ୮ ଲକ୍ଷ କ୍ୟୁସେକ ଜଳ ଡ୍ୟାମକୁ ପ୍ରବେଶ କରୁଥିବାବେଳେ ପ୍ରାୟ ୭ ଲକ୍ଷ କ୍ୟୁସେକ ଜଳ ସ୍ଲୁଇସ ଗେଟ ଦେଇ ନିଷ୍କାସିତ ହେଉଛି। ହୀରାକୁଦର ଜଳଧାରଣ କ୍ଷମତା ୬୩୦ ଫୁଟ ହୋଇଥିବାବେଳେ ଏପର୍ଯ୍ୟନ୍ତ ଜଳସ୍ତର ୬୨୬ ଫୁଟରେ ପହଞ୍ଚିସାରିଲାଣି। ଅନ୍ୟପକ୍ଷରେ କଟକ ଜିଲ୍ଲାରେ ଥିବା ମୁଣ୍ଡଳୀ ବ୍ୟାରେଜରେ ଜଳସ୍ତର ବିପଦ ସଂକେତ ଉପରକୁୁ ଉଠିଯାଇଛି। ସେଠାରେ ଏବେ ୮ ଲକ୍ଷ ୯୫ ହଜାର କ୍ୟୁସେକ ଜଳ ପ୍ରବାହିତ ହେଉଛି। ଏହା ଫଳରେ କଟକ,ଜଗତସିଂପୁର, ପୁରୀ ଆଦି ଜିଲ୍ଲାରେ ବନ୍ୟା ପରିସ୍ଥିତି ଗୁରୁତର ହେବାର ଆଶଙ୍କା ରହିଛି।

Share Now:

Kalinga News Beuro

Next Post

କେନ୍ଦ୍ରାପଡ଼ାରେ ବିପର୍ଯ୍ୟୟ: ବିପଦସଙ୍କେତ ଉପରେ ଚାଲିଛି ପାଣି

Sat Aug 29 , 2020
ଭାଙ୍ଗିଲା ଡେରାବିଶ ବ୍ଳକ୍‌ର ବେଣିପୁର ଘେରି ବନ୍ଧ,୨୦୦୦ରୁ ଅଧିକ ଲୋକ ଜଳବନ୍ଦୀ କେନ୍ଦ୍ରାପଡ଼ା : ଲଘୁଚାପଜନିତ ବର୍ଷା ପରେ ଏବେ ବନ୍ୟା କେନ୍ଦ୍ରାପଡ଼ାରେ ବିପର୍ଯ୍ୟୟ ସୃଷ୍ଟି କଲାଣି। ରାଜକନିକା, ଆଳି, ପଟ୍ଟାମୁଣ୍ତାଇ, ଡେରାବିଶ ବ୍ଳକ୍‌ର ବିଭିନ୍ନ ଗାଁ ଜଳବନ୍ଦୀ ଅବସ୍ଥାରେ ରହିଥିବା ବେଳେ ଗତକାଲି ସନ୍ଧ୍ୟାରେ ଡେରାବିଶ ବେଣିପୁର ଘେରି ବନ୍ଧ ଭାଙ୍ଗି ଯାଇଛି। ୧୦୦ଫୁଟ୍‌ର ଘାଇ ସହିତ ବନ୍ଧ ଭାଙ୍ଗିଯିବାରୁ ବେଣିପୁର ଗାଁକୁ ପାଣି ପଶିଯାଇଛି। ୨୦୦୦ରୁ ଅଧିକ […]
ବେଣିପୁର ଘେରି ବନ୍ଧ (1)

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial