ଧାନଫସଲରେ ଚକଡ଼ା ପୋକ: ଚିନ୍ତାରେ ଚାଷୀ, କୃଷି ଅଧିକାରୀଙ୍କ ଦେଖାନାହିଁ

ଧାନଫସଲରେ ଚକଡ଼ା ପୋକ

ଆନନ୍ଦପୁର: କେନ୍ଦୁଝର ଜିଲ୍ଲା ଘସିପୁରା ବ୍ଲକ୍‌ର ବିଭିନ୍ନ ଗ୍ରାମରେ ଧାନ ଫସଲରେ ଚକଡ଼ା ପୋକ ଲାଗିଛନ୍ତି। ଆନନ୍ଦପୁର ପୌରାଞ୍ଚଳ ଶୈଲଙ୍ଗରେ ମଧ୍ୟ ଚକଡ଼ା ପୋକ ଲାଗି ବ୍ୟାପକ ଫସଲ ନଷ୍ଟ ହୋଇଥିବା ଅଭିଯୋଗ ହୋଇଛି। ଏଠାରେ ୬୦ ପ୍ରତିଶତ ଜମି‌ରେ ଧାନ ଫସଲ ଚକଡ଼ା ପୋକ ଦ୍ୱାର କ୍ଷତିଗ୍ରସ୍ତ ହୋଇଥିବାରୁ ଚାଷୀଙ୍କ ଚିନ୍ତା ବଢ଼ିଯାଇଛି। ଧାନଗଛରୁ ଥୋଡ଼ ବାହାରିବା ବେଳକୁ ଏହା ହଳଦିଆ ରଙ୍ଗ ହୋଇ ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି।
କୌଣସି କୀଟନାଶକ କାମ ଦେଉନାହିଁ ବୋଲି ସ୍ଥାନୀୟ ଚାଷୀ ବେଣୁଧର ସା, ସୁବାସ ମହାନ୍ତି, ବସନ୍ତ ମହାନ୍ତି, କୃଷ୍ଣ ବିଶ୍ୱାଳ, ଶଙ୍କର୍ଷଣ ବିଶ୍ୱାଳ, ଆଶୁତୋଷ ପୁହାଣ, କାଳନ୍ଦୀ ବିଶ୍ୱାଳ, ମଦନମୋହନ ରାଉତ, ଅକ୍ଷୟ ମୁଦୁଲି, ଅକ୍ଷୟ ସା, ରଞ୍ଜନ ପୁହାଣ ପ୍ରମୁ୍‌ଖ ପ୍ରକାଶ କରିଛନ୍ତି। ଚକଡ଼ା ପୋକ ଗୋଟିଏ କିଆରିରୁ ଆଉ ଗୋଟିଏ କିଆରିକୁ ମାଡ଼ି ଚାଲିଥିବା ବେଳେ କୃଷି ବିଭାଗ ଅଧିକାରୀଙ୍କ ଦେଖାଦର୍ଶନ ମିଳୁନାହିଁ ବୋଲି ଚାଷୀମାନେ ଅଭିଯୋଗ କରିଛନ୍ତି।

Share Now:

Kalinga News Beuro

Next Post

ସେମାନଙ୍କୁ ନିପାତ କରିଦିଅ: ହମାସ୍ ଆକ୍ରମଣକୁ ନିନ୍ଦା କଲେ ନିକ୍କି ହେଲି

Mon Oct 9 , 2023
ୱାସିଂଟନ୍‌: ହମାସ୍‌ ଆତଙ୍କବାଦୀମାନଙ୍କୁ ନିପାତ କରିଦିଅ ବୋଲି ଇସ୍ରାଏଲ୍‌ ଉପରେ ହୋଇଥିବା ଆକ୍ରମଣକୁ ନିନ୍ଦା କରି ଭାରତୀୟ-ଆମେରିକୀୟ ତଥା ରାଷ୍ଟ୍ରପତି ଆଶାୟୀ ‘ରିପବ୍ଲିକାନ୍‌’ ନେତ୍ରୀ ନିକ୍କି ହେଲି କହିଛନ୍ତି। ରବିବାର ଦିନ ହେଲି ‘ଏନ୍‌ବିସି ନିଉଜ୍‌’କୁ କହିଛନ୍ତି, ହମାସ୍‌ ଓ ସେମାନଙ୍କୁ ସହଯୋଗ କରୁଥିବା ଇରାନୀୟ ଶାସନ ‘ଇସ୍ରାଏଲ୍‌ ମୁର୍ଦ୍ଦାବାଦ, ଆମେରିକା ମୁର୍ଦ୍ଦାବାଦ୍‌’ ବୋଲି ସ୍ଲୋଗାନ୍‌ ଦେଉଥିଲେ। ଏକଥା ଆମର ସ୍ମରଣ ଅଛି। ହମାସ୍‌, ହେଜ୍‌ବୋଲ୍ଲା, ହାଉତି ଓ ଇରାନୀୟ […]
ସେମାନଙ୍କୁ ନିପାତ କରିଦିଅ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial