ସେମାନଙ୍କୁ ନିପାତ କରିଦିଅ: ହମାସ୍ ଆକ୍ରମଣକୁ ନିନ୍ଦା କଲେ ନିକ୍କି ହେଲି

ସେମାନଙ୍କୁ ନିପାତ କରିଦିଅ

ୱାସିଂଟନ୍‌: ହମାସ୍‌ ଆତଙ୍କବାଦୀମାନଙ୍କୁ ନିପାତ କରିଦିଅ ବୋଲି ଇସ୍ରାଏଲ୍‌ ଉପରେ ହୋଇଥିବା ଆକ୍ରମଣକୁ ନିନ୍ଦା କରି ଭାରତୀୟ-ଆମେରିକୀୟ ତଥା ରାଷ୍ଟ୍ରପତି ଆଶାୟୀ ‘ରିପବ୍ଲିକାନ୍‌’ ନେତ୍ରୀ ନିକ୍କି ହେଲି କହିଛନ୍ତି। ରବିବାର ଦିନ ହେଲି ‘ଏନ୍‌ବିସି ନିଉଜ୍‌’କୁ କହିଛନ୍ତି, ହମାସ୍‌ ଓ ସେମାନଙ୍କୁ ସହଯୋଗ କରୁଥିବା ଇରାନୀୟ ଶାସନ ‘ଇସ୍ରାଏଲ୍‌ ମୁର୍ଦ୍ଦାବାଦ, ଆମେରିକା ମୁର୍ଦ୍ଦାବାଦ୍‌’ ବୋଲି ସ୍ଲୋଗାନ୍‌ ଦେଉଥିଲେ। ଏକଥା ଆମର ସ୍ମରଣ ଅଛି। ହମାସ୍‌, ହେଜ୍‌ବୋଲ୍ଲା, ହାଉତି ଓ ଇରାନୀୟ ସମର୍ଥକମାନେ ଆମକୁ ଘୃଣା କରୁଥିବାରୁ ଆମେ ଇସ୍ରାଏଲ୍‌କୁ ସହଯୋଗ କରୁଛୁ। ଆମକୁ ମନେ ରଖିବାକୁ ପଡ଼ିବ ଯେ, ଇସ୍ରାଏଲ୍‌ରେ ଯାହା ହେଲା, ଆମେରିକାରେ ବି ତାହା ହୋଇପାରେ। ମୋର ଆଶା, ଏବେ ସହାୟତା ଲୋଡୁଥିବାରୁ ଆମେ ଏକତ୍ର ହୋଇ ଇସ୍ରାଏଲ୍‌କୁ ସହଯୋଗ କରିବା ଉଚିତ।
‘ଏକ୍ସ’ କରିଥିବା ଏକ ପୋଷ୍ଟ୍‌ରେ ମଧ୍ୟ ହେଲି ହମାସମାନଙ୍କୁ ନିପାତ କରି ଦେବା ପାଇଁ ଇସ୍ରାଏଲ୍‌ର ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍‌ ନେତାନ୍ୟାହୁଙ୍କୁ କହିଛନ୍ତି। ‘ଏକ୍ସ୍‌’ ପୋଷ୍ଟ୍‌ରେ ସେ ଲେଖିଛନ୍ତି: ଏଇଟା କେବଳ ଇସ୍ରାଏଲ୍‌ ନୁହେଁ- ଆମେରିକା ଉପରେ ମଧ୍ୟ ଆକ୍ରମଣ। ସେମାନଙ୍କୁ ନିପାତ କରିଦିଅ। ସେମାନେ ଯାହା କରିଛନ୍ତି ସେଥିପାଇଁ ନରକ ଯନ୍ତ୍ରଣା ଭୋଗିବା ଉଚିତ। ହେଲି ଆହୁରି ମଧ୍ୟ କହିଛନ୍ତି, ମୁଁ ଜାତିସଂଘରେ ଆମେରିକାର ରାଷ୍ଟ୍ରଦୂତ ଥିବା ବେଳେ ହମାସ୍‌କୁ ନିନ୍ଦା କରି ପ୍ରସ୍ତାବ ଆଗତ କରିଥିଲି। ସେହିପରି, ଆଉ ଜଣେ ଭାରତୀୟ-ଆମେରିକୀୟ ରାଷ୍ଟ୍ରପତି ଆଶାୟୀ ପ୍ରାର୍ଥୀ ବିବେକ ରାମସ୍ୱାମୀ ମଧ୍ୟ ଏହି ପରିପ୍ରେକ୍ଷୀରେ କହିଛନ୍ତି ଯେ, ଆମେରିକା ତା’ର ସୀମା ସୁରକ୍ଷାର ଆବଶ୍ୟକତା କଥା ଇସ୍ରାଏଲ୍‌ ଆକ୍ରମଣ ଘଟଣାରୁ ଚେତିବା ଉଚିତ।

Share Now:

Kalinga News Beuro

Next Post

ତାଞ୍ଜାନିଆର ରାଷ୍ଟ୍ରପତି ସାମିୟା ହସନଙ୍କୁ ଭେଟିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

Mon Oct 9 , 2023
ନୂଆଦିଲ୍ଲୀ : ଭାରତ ଗସ୍ତରେ ଆସିଥିବା ତାଞ୍ଜାନିଆର ରାଷ୍ଟ୍ରପତି ସାମିୟା ସୁଲୁହୁ ହସନଙ୍କୁ ଆଜି ନୂଆଦିଲ୍ଲୀ ଠାରେ କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସାକ୍ଷାତ୍ କରିଛନ୍ତି। ଦୁଇ ଦେଶ ମଧ୍ୟରେ ‘ରଣନୈତିକ ଭାଗିଦାରୀ’କୁ ଆହୁରି ସୁଦୃଢ କରିଥିବାରୁ ଶ୍ରୀ ପ୍ରଧାନ ତାଞ୍ଜାନିଆ ରାଷ୍ଟ୍ରପତିଙ୍କୁ କୃତଜ୍ଞତା ଜଣାଇଛନ୍ତି। ସେ ଟ୍ୱିଟ୍ କରି କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ତାଞ୍ଜାନିଆ ରାଷ୍ଟ୍ରପତିଙ୍କ ନେତୃତ୍ୱରେ […]
ତାଞ୍ଜାନିଆର ରାଷ୍ଟ୍ରପତି ସାମିୟା ହସନଙ୍କୁ ଭେଟିଲେ କେନ୍ଦ୍ରମନ୍ତ୍ରୀ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial