କଶ୍ମୀର ପ୍ରସଙ୍ଗରେ ପାକିସ୍ତାନକୁ ସହାୟତା କରିବ ତାଲିବାନ : ପାକ୍ ନେତ୍ରୀଙ୍କ ଦାବି

ପାକିସ୍ତାନକୁ ସହାୟତା କରିବ ତାଲିବାନ

ଇସଲାମାବାଦ : କଠୋରପନ୍ଥୀ ମୌଳବାଦୀ ସଂଗଠନ ତାଲିବାନ ସହ ପାକିସ୍ତାନର ଘନିଷ୍ଠ ସମ୍ପର୍କ ଥିବା କଥା ବିଶ୍ବରେ ପ୍ରାୟ ସବୁଦେଶ ଅବଗତ ଅଛନ୍ତି। କିନ୍ତୁ ପାକିସ୍ତାନ ସରକାର ଖୋଲାଖୋଲି ଏ ସମ୍ପର୍କରେ ଘୋଷଣା କରିନାହାନ୍ତି। ତେବେ ପାକିସ୍ତାନ ଶାସକ ଦଳର ଜଣେ ନେତ୍ରୀ ଏକ ଟେଲିଭିଜନ କାର୍ଯ୍ୟକ୍ରମରେ ଖୋଲାଖୋଲି ଏ ସମ୍ପର୍କରେ ପ୍ରକାଶ କରିଦେଇଛନ୍ତି। ପାକ ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁଙ୍କ ଦଳ ତେହରିକ-ଏ-ଇନସାଫ (ପିଟିଆଇ)ର ଜଣେ ନେତା ନୀଲମ ଇରସାଦ ଶେଖ ଏକ ଟିଭି କାର୍ଯ୍ୟକ୍ରମରେ ଯୋଗ ଦେବା ଅବସରରେ ଖୋଲାଖୋଲି ଏ ସମ୍ପର୍କରେ ପ୍ରକାଶ କରିଛନ୍ତି। ସେ ଦାବି କରିଛନ୍ତି ଯେ, କଶ୍ମୀର ପ୍ରସଙ୍ଗରେ ପାକିସ୍ତାନ ସରକାରଙ୍କୁ ସହାୟତା କରିବାକୁ ତାଲିବାନ ରାଜି ହୋଇଛି। ଶେଖ ଲାଇଭ ଟିଭରେ ଏ ସମ୍ପର୍କରେ ପ୍ରକାଶ କରିବା ପରେ ସଂପୃକ୍ତ କାର୍ଯ୍ୟକ୍ରମର ଉପସ୍ଥାପକ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ନେତ୍ରୀ ଜଣକ କଣ କହିଦେଲେ ତାହା ନିଜେ ଜାଣିନାହାନ୍ତି ବୋଲି ସଂପୃକ୍ତ ଉପସ୍ଥାପକ ମନ୍ତବ୍ୟ ଦେଇଥିଲେ। କଶ୍ମୀର ପ୍ରସଙ୍ଗରେ ତାଲିବାନ ପୂର୍ବରୁ ନିଜର ସ୍ଥିତି ସ୍ପଷ୍ଟ କରିସାରିଛି। ତାଲିବାନ ପକ୍ଷରୁ କୁହାଯାଇଛି ଯେ କଶ୍ମୀର ହେଉଛି ଭାରତ ଓ ପାକିସ୍ତାନ ମଧ୍ୟରେ ଏକ ଦ୍ବିପାକ୍ଷିକ ମାମଲା। ଏଥିରେ ହସ୍ତକ୍ଷେପ କରାଯିବ ନାହିଁ।

Share Now:

Kalinga News Beuro

Next Post

ପଣ୍ଡ ହେଲା ଲୁଟ ଉଦ୍ୟମ: ୨ ଏଟିଏମ ଲୁଟେରାଙ୍କୁ ଗିରଫ କଲା ଲିଙ୍ଗରାଜ ଥାନା ପୁଲିସ

Wed Aug 25 , 2021
ଭୁବନେଶ୍ୱର: ୨ ଏଟିଏମ ଲୁଟେରା ଗିରଫ। ଓଲଡ଼ଟାଉନରେ ଥିବା ଏସବିଆଇ ଏଟିଏମ ଲୁଟ କରିବାକୁ ଉଦ୍ୟମ କରିଥିବା ୨ଲୁଟେରାଙ୍କୁ ଗିରଫ କରିଛି ଲିଙ୍ଗରାଜ ଥାନା ପୁଲିସ। ସୂଚନା ମୁତାବକ, ୨ ଏଟିଏମ ଲୁଟେରା ଏସବିଆଇ ଏଟିଏମ ଭାଙ୍ଗି ଲୁଟ କରୁଥିବା ବେଳେ ଲୁଟେରାକୁ କାବୁ କରିଥିଲେ ସ୍ଥାନୀୟ ଲୋକେ। ବଢ଼େଇବାଙ୍କ ଛକ ନିକଟରେ ଥିବା ଏଟିଏମ ଆଗରେ ଲୁଟେରାକୁ ଧରିଥିଲେ ସ୍ଥାନୀୟ ଲୋକେ। ଏନେଇ ଲିଙ୍ଗରାଜ ଥାନା ପୁଲିସକୁ ଖବର […]
୨ ଏଟିଏମ ଲୁଟେରା ଗିରଫ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial