ୟୁକ୍ରେନ୍ ଉପରେ ଆକ୍ରମଣ ପାଇଁ ଋଷ ପ୍ରସ୍ତୁତ : ଆମେରିକୀୟ ଅଧିକାରୀ ତାରିଖ ସଂପର୍କରେ ସୂଚନା ଦେଲେ

ୟୁକ୍ରେନ୍ ଉପରେ ଆକ୍ରମଣ ପାଇଁ ଋଷ ପ୍ରସ୍ତୁତ

ନୂଆଦିଲ୍ଲୀ: ଋଷ ୟୁକ୍ରେନକୁ ଚାରିପଟୁ ଘେରିଛି। ୟୁକ୍ରେନ ରାଜଧାନୀ କ୍ଵିଭରେ ଏହାକୁ ନେଇ ଘନଘନ କୂଟନୈତିକ ଓ ସାମରିକ ବୈଠକ ଚାଲିଛି। ଆମେରିକୀୟ ଗୁଇନ୍ଦା ସଂସ୍ଥାଙ୍କ ଅନୁସାରେ ୟୁକ୍ରେନ ସୀମାରେ ରୁଷିଆ ୧ ଲକ୍ଷ ୩୦ ହଜାର ସୈନ୍ୟ ଠୁଳ କରିଛି। ଏହା ସହିତ ମିସାଇଲ୍, ବାୟୁସେନା, ନୌସେନା ଓ ସ୍ଵତନ୍ତ୍ର ବଳଙ୍କୁ ମୁତୟନ କରିଛି। କୃଷ୍ଣ ସାଗରରେ ୬ଟି ଯୁଦ୍ଧ ଜାହାଜ ମୁତୟନ କରିଛି ରୁଷିଆ। ଏହି ଜାହାଜଗୁଡିକ ଜଳଭାଗରୁ ଓ ସ୍ଥଳ ଏବଂ ଆକାଶମାର୍ଗରୁ ମଧ୍ୟ ଆକ୍ରମଣ କରିବାକୁ ସକ୍ଷମ। ମିଡିଆ ରିପୋର୍ଟ ଅନୁସାରେ ଆମେରିକାର ଜଣେ ଅଧିକାରୀ ଗୁଇନ୍ଦା ତଥ୍ୟକୁ ଅଧାର କରି କହିଛନ୍ତି, ଋଷ ବୁଧବାର ଅର୍ଥାତ୍ ୧୬ ଫେବ୍ରୁଆରିରେ ୟୁକ୍ରେନ ଉପରେ ଆକ୍ରମଣ କରିପାରେ। କିନ୍ତୁ ଏହି ତଥ୍ୟ ଦେଇଥିବା ଅଧିକାରୀ ଆମେରିକା ପ୍ରଶାସନ ତରଫରୁ ମିଡିଆ ସହ କଥାହେବାକୁ ନିୟୋଜିତ ହୋଇ ନାହାନ୍ତି। ଏହା ସ୍ଫଷ୍ଟ ହୋଇନାହିଁ ଯେ ଗୁଇନ୍ଦା ସୂଚନା କେତେ ସ୍ପଷ୍ଟ। ଅନ୍ୟ ଏକ ରିପୋର୍ଟ ଅନୁସାରେ ଶୀତକାଳୀନ ଅଲିମ୍ପିକ୍ ଶେଷ ହେବା ପୂର୍ବରୁ ୨୦ ଫେବୃଆରୀରେ ଋଷ ୟୁକ୍ରେନ୍ ଉପରେ ଆକ୍ରମଣ କରିପାରେ।
ରବିବାର ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ରୁଷିଆର ରାଷ୍ଟ୍ରପତି ଭ୍ଲାଦିମିର ପୁତିନଙ୍କୁ ଫୋନ କରି ପାଖାପାଖି ୬୦ ମିନିଟ୍ କଥା ହୋଇଥିଲେ ଓ ୟୁକ୍ରେନ୍ ଉପରେ ଆକ୍ରମଣ କଲେ ପରିସ୍ଥିତି ଭୟାବହ ହେବ ବୋଲି ପୁତିନଙ୍କୁ ଚେତାବନୀ ଦେଇଥିଲେ। କିନ୍ତୁ ଏହାପରେ ମଧ୍ୟ ପରିସ୍ଥିତିରେ କୌଣସି ପରିବର୍ତ୍ତନ ହୋଇନାହିଁ। ରବିବାର ବାଇଡେନ୍ ୟୁକ୍ରେନର ରାଷ୍ଟ୍ରପତି ଭଲଡିମର୍ ଜେଲେଂସ୍କିଙ୍କ ସହ ୫୦ ମିନିଟ୍ ଫୋନରେ କଥା ହୋଇ ଭରସା ଦେଇଥିଲେ ଯେ ଯଦି ଋଷ ୟୁକ୍ରେନ୍ ଉପରେ ଆକ୍ରମଣ କରେ ତେବେ ଆମେରିକା ଓ ଏହାର ସାଥୀ ଦେଶମାନେ ଋଷକୁ ଦୃଢ ଜବାବ ଦେବେ। ରୁଷିଆ ଉପରେ ଅଧିକ ଆର୍ଥିକ ପ୍ରତିବନ୍ଧକ ବି ଲଗାଯିବ ବୋଲି ସେ କହିଥିଲେ। ୟୁକ୍ରେନର ରାଷ୍ଟ୍ରପତି ବିଶ୍ବ ସମୁଦାୟକୁ ଆହ୍ବାନ କରିଛନ୍ତି, ୟୁକ୍ରେନ ମଧ୍ୟ ଋଷର ଯୁଦ୍ଧ ପ୍ରସ୍ତୁତି ଉପରେ ନଜର ରଖିଛି। ଯଦି ଆପଣଙ୍କ ପାଖରେ କିମ୍ବା ଅନ୍ୟ କାହା ପାଖରେ ୧୬ ଫେବୃଆରୀରୁ ଋଷ ପକ୍ଷରୁ ଆରମ୍ଭ କରିବାକୁ ଯାଉଥିବା ଆକ୍ରମଣ ବିଷୟରେ ଅଧିକ ତଥ୍ୟ ଅଛି ତା’ହେଲେ ଦୟାକରି ଆମକୁ ଜଣାନ୍ତୁ।

Share Now:

Kalinga News Beuro

Next Post

ବିନା ଟୀକାରେ ସହଜ ହେଲା ଜଗା ଦର୍ଶନ

Mon Feb 14 , 2022
ଭୁବନେଶ୍ବର : ଏଣିକି ଶ୍ରଦ୍ଧାଳୁଙ୍କ ପାଇଁ ସହଜ ହେବ ଜଗା ଦର୍ଶନ। ଶ୍ରୀମନ୍ଦିର ଦର୍ଶନ କଟକଣାକୁ କୋହଳ କରିଛନ୍ତି ରାଜ୍ୟ ସରକାର। ଏଣିକି ଆଉ ଦରକାର ପଡିବନି ଦବଲ ଡୋଜ କୋଭିଡ ଟିକା ପ୍ରମାଣପତ୍ର। ଏହା ସହିତ କିଓସ୍କୋ ବ୍ୟବସ୍ଥାକୁ ମଧ୍ୟ ହଟାଇଦିଆଯିବ। ଆସନ୍ତା ଫେବୃଆରୀ ୨୧ରୁ ଲାଗୁ ହେବ ଏହି ନିୟମ। ଆଜି ବସିଥିବା ଶ୍ରୀମନ୍ଦିର ଛତିଶା ନିଯୋଗ ବୈଠକରେ ଏସବୁ ନିଷ୍ପତ୍ତି ନିଆଯାଇଛି।ଏହି ବୈଠକରେ ରାଷ୍ଟ୍ରପତିଙ୍କ ଆଗାମୀ […]
ସହଜ ହେଲା ଜଗା ଦର୍ଶନ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial