ବିନା ଟୀକାରେ ସହଜ ହେଲା ଜଗା ଦର୍ଶନ

ସହଜ ହେଲା ଜଗା ଦର୍ଶନ

ଭୁବନେଶ୍ବର : ଏଣିକି ଶ୍ରଦ୍ଧାଳୁଙ୍କ ପାଇଁ ସହଜ ହେବ ଜଗା ଦର୍ଶନ। ଶ୍ରୀମନ୍ଦିର ଦର୍ଶନ କଟକଣାକୁ କୋହଳ କରିଛନ୍ତି ରାଜ୍ୟ ସରକାର। ଏଣିକି ଆଉ ଦରକାର ପଡିବନି ଦବଲ ଡୋଜ କୋଭିଡ ଟିକା ପ୍ରମାଣପତ୍ର। ଏହା ସହିତ କିଓସ୍କୋ ବ୍ୟବସ୍ଥାକୁ ମଧ୍ୟ ହଟାଇଦିଆଯିବ। ଆସନ୍ତା ଫେବୃଆରୀ ୨୧ରୁ ଲାଗୁ ହେବ ଏହି ନିୟମ। ଆଜି ବସିଥିବା ଶ୍ରୀମନ୍ଦିର ଛତିଶା ନିଯୋଗ ବୈଠକରେ ଏସବୁ ନିଷ୍ପତ୍ତି ନିଆଯାଇଛି।
ଏହି ବୈଠକରେ ରାଷ୍ଟ୍ରପତିଙ୍କ ଆଗାମୀ ଗସ୍ତ ନେଇ ଆଲୋଚନା ହୋଇଥିଲା। ରାଷ୍ଟ୍ରପତି ରାମନାଥ କୋବିନ୍ଦ ଆସନ୍ତା ୧୯ ତାରିଖରେ ଓଡ଼ିଶା ଗସ୍ତରେ ଆସି ପୁରୀରେ ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କୁ ଦର୍ଶନ କରିବେ। ସେ ଗର୍ଭଗୃହରୁ ମହାପ୍ରଭୁଙ୍କ ଦର୍ଶନ କରିବାର କାର୍ଯ୍ୟକ୍ରମ ରହିଛି। ଏହାକୁ ନେଇ ଜିଲ୍ଲା ପ୍ରଶାସନ ବ୍ୟାପକ ପ୍ରସ୍ତୁତି ଆରମ୍ଭ ହୋଇଛି। ସେହିପରି ପୁଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥାର ବନ୍ଦୋବସ୍ତ କରାଯାଉଛି। ଏହି ସମୟରେ ଜିଲ୍ଲାର ବିଭିନ୍ନ ସ୍ଥାନରେ ପ୍ରାୟ ୪୦ ପ୍ଲାଟୁନ ଫୋର୍ସ ମୁତୟନ ହେବେ ଓ ୨୦୦ ପୁଲିସ ଅଧିକାରୀ ସୁରକ୍ଷାର ତଦାରଖ କରିବେ।

Share Now:

Kalinga News Beuro

Next Post

ଷ୍ଟକ ବଜାର ପାଇଁ କଳା ସୋମବାର : ସେନସେକ୍ସ ୧୭୪୭ ପଏଣ୍ଟ ହ୍ରାସ ନିବେଶକଙ୍କ କ୍ଷତି ସାଢେ ୮ ଲକ୍ଷ କୋଟି

Mon Feb 14 , 2022
ମୁମ୍ବାଇ : ୟୁକ୍ରେନ ଉପରେ ଋଷିଆର ଆକ୍ରମଣ ଆଶଙ୍କା ମଧ୍ୟରେ ସମଗ୍ର ବିଶ୍ବର ଷ୍ଟକ ବଜାରରେ ହ୍ରାସ ପରିଲକ୍ଷିତ ହୋଇଛି। ଏହାର କମ୍ପନ ଭାରତୀୟ ଷ୍ଟକ ବଜାରରେ ମଧ୍ୟ ଅନୁଭୂତ ହୋଇଛି। ଆଜି ସେନସେକ୍ସ ପ୍ରାୟ ୧୭୪୭ ପଏଣ୍ଟ ହ୍ରାସ ପାଇ ୫୬,୪୦୫.୮୨ ପଏଣ୍ଟରେ ବନ୍ଦ ହୋଇଛି। ସେହିପରି ନ୍ୟାସନାଲ ଷ୍ଟକ୍ ଏକ୍ସଚେଞ୍ଜର ନିଫଟୀ ୫୩୧.୯୫ ପଏଣ୍ଟ ହ୍ରାସ ପାଇ ୧୬,୮୪୨.୮୦ ପଏଣ୍ଟରେ ବନ୍ଦ ହୋଇଛି। ଏହା ଫଳରେ ନିବେଶକମାନେ […]
କଳା ସୋମବାର

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial