ଷ୍ଟକ ବଜାର ପାଇଁ କଳା ସୋମବାର : ସେନସେକ୍ସ ୧୭୪୭ ପଏଣ୍ଟ ହ୍ରାସ ନିବେଶକଙ୍କ କ୍ଷତି ସାଢେ ୮ ଲକ୍ଷ କୋଟି

କଳା ସୋମବାର

ମୁମ୍ବାଇ : ୟୁକ୍ରେନ ଉପରେ ଋଷିଆର ଆକ୍ରମଣ ଆଶଙ୍କା ମଧ୍ୟରେ ସମଗ୍ର ବିଶ୍ବର ଷ୍ଟକ ବଜାରରେ ହ୍ରାସ ପରିଲକ୍ଷିତ ହୋଇଛି। ଏହାର କମ୍ପନ ଭାରତୀୟ ଷ୍ଟକ ବଜାରରେ ମଧ୍ୟ ଅନୁଭୂତ ହୋଇଛି। ଆଜି ସେନସେକ୍ସ ପ୍ରାୟ ୧୭୪୭ ପଏଣ୍ଟ ହ୍ରାସ ପାଇ ୫୬,୪୦୫.୮୨ ପଏଣ୍ଟରେ ବନ୍ଦ ହୋଇଛି। ସେହିପରି ନ୍ୟାସନାଲ ଷ୍ଟକ୍ ଏକ୍ସଚେଞ୍ଜର ନିଫଟୀ ୫୩୧.୯୫ ପଏଣ୍ଟ ହ୍ରାସ ପାଇ ୧୬,୮୪୨.୮୦ ପଏଣ୍ଟରେ ବନ୍ଦ ହୋଇଛି। ଏହା ଫଳରେ ନିବେଶକମାନେ ସାଢେ ୮ ଲକ୍ଷ କୋଟି ହରାଇଥିବା ଅନୁମାନ କରାଯାଉଛି । ଗତ ଶୁକ୍ରବାରଦିନ ବି ସେନସେକ୍ସ ଓ ନିଫଟୀରେ ହ୍ରାସ ପରିଲକ୍ଷିତ ହୋଇଥିଲା। ଏହି ଦୁଇଦିନରେ ସୂଚକାଙ୍କ କମିବାରୁ ନିବେଶକମାନେ ୧୨ ଲକ୍ଷ କୋଟିରୁ ଅଧିକ ପରିମାଣର କ୍ଷତି ସହିଥିବା ଅନୁମାନ କରାଯାଉଛି। ୟୁକ୍ରେନ ଉପରେ ଋଷିଆର ଆକ୍ରମଣ ଆଶଙ୍କା ଦିନକୁ ଦିନ ବଢିଚାଲିଛି। ଏହି ଯୁଦ୍ଧ ହେଲେ ସମଗ୍ର ବିଶ୍ବ ଅର୍ଥନୀତି ଉପରେ ଗୁରୁତର ପ୍ରଭାବ ପଡ଼ିବ। ଯୁଦ୍ଧ ଆରମ୍ଭ ହେବା ପରେ ଋଷିଆରୁ ୟୁରୋପକୁ ତେଲ ରପ୍ତାନି ବନ୍ଦ ହୋଇଯିବ। ଏପରି ହେଲେ ବିଶ୍ବ ବଜାରରେ ତେଲ ଦର ଦ୍ରୁତ ଗତିରେ ବୃଦ୍ଧି ପାଇବ। ଏହା ସହିତ କରୋନା ଦ୍ବାରା ପ୍ରଭାବିତ ହୋଇଥିବା ବିଶ୍ବ ଅର୍ଥନୀତିର ସୁଧାର ମଧ୍ୟ ଅଟକିଯିବ। ଏସବୁ କାରଣକୁ ନେଇ ସାରା ବିଶ୍ବର ନିବେଶକମାନେ ଚିନ୍ତିତ ଅଛନ୍ତି।

Share Now:

Kalinga News Beuro

Next Post

ଉପଗ୍ରହ ଭିତ୍ତିକ ବ୍ରଡବ୍ୟାଣ୍ଡ୍ କ୍ଷେତ୍ରକୁ ପ୍ରବେଶ କଲା ଜିଓ

Mon Feb 14 , 2022
ଦୂରଦୂରାନ୍ତ ଦୁର୍ଗମ କ୍ଷେତ୍ରରେ ମିଳିବ ବ୍ରଡବ୍ୟାଣ୍ଡ୍ ସେବା ନୂଆଦିଲ୍ଲୀ: ଜିଓ ପ୍ଲାଟଫର୍ମସ୍ ଏବଂ ବିଶ୍ୱରେ ଉପଗ୍ରହ ଭିତ୍ତିକ ଯୋଗାଯୋଗ ସେବା ଯୋଗାଣକାରୀ କମ୍ପାନି ଏସ୍‌ଇଏସ୍ ପକ୍ଷରୁ ଜିଓ ସ୍ପେଶ୍ ଟେକ୍ନୋଲୋଜି ନାମରେ ଏକ ମିଳିତ ଉଦ୍ୟୋଗ ଗଠନ ସମ୍ପର୍କରେ ଘୋଷଣା କରାଯାଇଛି। ଏହି ନୂତନ ମିଳିତ ଉଦ୍ୟୋଗ ଦେଶବ୍ୟାପୀ ଉପଗ୍ରହ ଭିତ୍ତିକ ପ୍ରଯୁକ୍ତିର ବ୍ୟବହାର କରି ଦ୍ରୁତଗାମୀ ବ୍ରଡବ୍ୟାଣ୍ଡ୍ ସେବା ପ୍ରଦାନ କରିବ। ଜିଓ ପ୍ଲାଟଫର୍ମ୍‌ସ୍ ଏବଂ ଏସ୍‌ଇଏସ୍ ନିକଟରେ […]
ବ୍ରଡବ୍ୟାଣ୍ଡ୍ କ୍ଷେତ୍ରକୁ ପ୍ରବେଶ କଲା ଜିଓ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial