ଅକ୍ଟୋବର ୪ରେ ଖୋଲିବ ୟୁନିଟ୍‌-୧ ହାଟ : ବ୍ୟବସାୟୀ ଉତ୍ସାହିତ

୪ରେ ଖୋଲିବ ୟୁନିଟ୍‌-୧ ହାଟ

ଭୁବନେଶ୍ୱର: ଦୀର୍ଘ ୬ ଦିନ ପରେ ୟୁନିଟ୍‌-୧ ହାଟ ଅକ୍ଟୋବର ୪ ତାରିଖ (ବୁଧବାର) ଠାରୁ ‌ଖୋଲିବ। ୟୁନିଟ୍‌-୧ ହାଟରେ ପୁଣି ଥରେ ଦୋକାନୀ ଓ ଗ୍ରାହକଙ୍କ ଭିଡ଼ ଜମିବ। ଲକ୍ଷଲକ୍ଷ ଟଙ୍କାର ବ୍ୟବସାୟ ହେବ। ଦଶହରା ପୂର୍ବରୁ ଏଠାରେ ଲାଗି ରହିଥିବା ବିବାଦ ସମାଧାନ ହୋଇଥିବାରୁ ବ୍ୟବାସାୟୀମାନଙ୍କ ମନରେ ଖୁସି‌ ଦେଖିବାକୁ ମିଳୁଛି।
ବିଏମସି ସହ ଆଲୋଚନା ପରେ ୧ ନମ୍ବର ହାଟ ବ୍ୟବସାୟୀ ସଂଘ ସଭାପତି ଗୟାଧର ସ୍ୱାଇଁ କହିଛନ୍ତି, ପାର୍କିଂ ସମେତ ଜବରଦଖଲ ଏବଂ ବିଭିନ୍ନ ଦାବି ନେଇ ଗତ ଗୁରୁବାରଠୁ ଆନ୍ଦୋଳନକୁ ଓଲ୍ହାଇଥିଲା ୟୁନିଟ ୧ ହାଟ ବ୍ୟବସାୟୀ ସଂଘ। ୬ ଦିନ ଧରି ହାଟ ସମ୍ପୂର୍ଣ୍ଣ ବନ୍ଦ ରହିଥିଲା। ଆଜି ବିଏମସି ଟିମ ହାଟ ପରିଦର୍ଶନ କରିବା ପରେ ଯଥାର୍ଥ ଦାବି ଗୁଡିକ ପୂରଣ କରିବାକୁ ପ୍ରତିଶ୍ରୁତି ଦେଇଥିବା ସୂଚନା ଦେଇଛନ୍ତି ସଂଘ ସଭାପତି। ସେହିପରି ମୁଖ୍ୟ ପାର୍କିଂ ସମସ୍ୟାକୁ ସମାଧାନ କରିବାକୁ ୨ ରୁ ୪ ଦିନ ସମୟ ନେବା ସହ ସମାଧାନ ପ୍ରତିଶ୍ରୁତି ମିଳିବା ପରେ ଆନ୍ଦୋଳନରୁ ଓହରିଛି ସଂଘ।

Share Now:

Kalinga News Beuro

Next Post

ଶ୍ରଦ୍ଧା ଜଣେ ଫିଜିଓ, ତାଙ୍କୁ ମୋ ଭଉଣୀ ପଠାଇଥିଲେ - ମୁଖ୍ୟମନ୍ତ୍ରୀ

Tue Oct 3 , 2023
ଭୁବନେଶ୍ୱର: ବିରୋଧୀ ଦଳ ଉଠାଇ ଥିବା ଶ୍ରଦ୍ଧା ନାମ୍ନୀ ମହିଳାଙ୍କ ପ୍ରସଙ୍ଗ ଉପରେ ଶେଷରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୁହଁ ଖୋଲିଛନ୍ତି। ଏହି ପ୍ରସଙ୍ଗରେ ରାଜ୍ୟବ୍ୟାପି ଚର୍ଚ୍ଚା ଓ ବିଜେପି ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କୁ ପ୍ରଶ୍ନ କରାଯିବା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଙ୍ଗଳବାର ଦିନ ବିଧାନସଭାରେ ଏ ନେଇ ବିବୃତି ଦେଇଛନ୍ତି। ସେ କହିଛନ୍ତି ଯେ, ଶ୍ରଦ୍ଧା ହେଉଛନ୍ତି ଜଣେ ଫିଜିଓ ଥେରାପିଷ୍ଟ। ମୋ’ ଭଉଣୀ ଗୀତା ମେହଟ୍ଟା ତାଙ୍କୁ […]
ଶ୍ରଦ୍ଧାଙ୍କୁ ନେଇ ବିରୋଧୀଙ୍କ ଅଭିଯୋଗ-1

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial