ଶ୍ରଦ୍ଧା ଜଣେ ଫିଜିଓ, ତାଙ୍କୁ ମୋ ଭଉଣୀ ପଠାଇଥିଲେ – ମୁଖ୍ୟମନ୍ତ୍ରୀ

ଶ୍ରଦ୍ଧାଙ୍କୁ ନେଇ ବିରୋଧୀଙ୍କ ଅଭିଯୋଗ-1

ଭୁବନେଶ୍ୱର: ବିରୋଧୀ ଦଳ ଉଠାଇ ଥିବା ଶ୍ରଦ୍ଧା ନାମ୍ନୀ ମହିଳାଙ୍କ ପ୍ରସଙ୍ଗ ଉପରେ ଶେଷରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୁହଁ ଖୋଲିଛନ୍ତି। ଏହି ପ୍ରସଙ୍ଗରେ ରାଜ୍ୟବ୍ୟାପି ଚର୍ଚ୍ଚା ଓ ବିଜେପି ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କୁ ପ୍ରଶ୍ନ କରାଯିବା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଙ୍ଗଳବାର ଦିନ ବିଧାନସଭାରେ ଏ ନେଇ ବିବୃତି ଦେଇଛନ୍ତି। ସେ କହିଛନ୍ତି ଯେ, ଶ୍ରଦ୍ଧା ହେଉଛନ୍ତି ଜଣେ ଫିଜିଓ ଥେରାପିଷ୍ଟ। ମୋ’ ଭଉଣୀ ଗୀତା ମେହଟ୍ଟା ତାଙ୍କୁ ମୋ ଫିଜିକାଲ୍ ଫିଟ୍‌ନେସ୍‌ର ଯତ୍ନ ନେବାକୁ ତାଙ୍କୁ ପଠାଇଥିଲେ। ଏଥିସହ ଶ୍ରଦ୍ଧାଙ୍କୁ ସରକାରୀ ବାସଗୃହ ଆବଣ୍ଟନ କରାଯାଇଛି ବୋଲି ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର ଅଭିଯୋଗ କରିଥିଲେ। ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଏହାକୁ ଖଣ୍ଡନ କରି କହିଛନ୍ତି, ଶ୍ରଦ୍ଧାଙ୍କୁ ଭୁବନେଶ୍ୱରରେ କୌଣସି ସରକାରୀ ବାସଗୃହ ଦିଆଯାଇ ନାହିଁ। ସେହିପରି ତାଙ୍କୁ ସରକାରଙ୍କ ପକ୍ଷରୁ କୌଣସି ଟ୍ରାଭେଲ ବିଲ୍ ବି ଦିଆଯାଇନାହିଁ। ଏଥିସହ ମୁଖ୍ୟମନ୍ତ୍ରୀ ତାଙ୍କ ବିବୃତିରେ କହିଥିଲେ ଯେ ଆମେ ବିଧାନସଭାର ବହୁମୂଲ୍ୟ ସମୟକୁ ଜନସାଧାରଣଙ୍କ ସ୍ୱାର୍ଥ ସମ୍ବଳିତ ପ୍ରସଙ୍ଗକୁ ନେଇ ଆଲୋଚନା କରିବା ଦରକାର।
ସୂଚନାଯୋଗ୍ୟ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗତବର୍ଷ ଜୁନ୍‌ ୨୨ ତାରିଖରେ ଭାଟିକାନ ସିଟି ଗସ୍ତ କରିଥିଲେ। ଏହି ଗସ୍ତକାଳରେ ସେ କ୍ୟାଥଲିକ୍‌ ଚର୍ଚ୍ଚର ମୁଖ୍ୟ ପୋପ୍‌ ଫ୍ରାନ୍‌ସିସଙ୍କୁ ଭେଟିଥିଲେ। ଏହି ସମୟରେ ମୁଖ୍ୟମନ୍ତ୍ରୀ ନବୀନଙ୍କ ସହିତ ସେଠାରେ ମଧ୍ୟ ଉପସ୍ଥିତ ଥିଲେ ଶ୍ରଦ୍ଧା। ତେବେ କିଛି ଦିନ ହେଲା ମୁଖ୍ୟମନ୍ତ୍ରୀଙ୍କ ଏହି ଗସ୍ତରେ ଶ୍ରଦ୍ଧା ଉପସ୍ଥିତିକୁ ନେଇ ବିଭିନ୍ନ ପ୍ରଶ୍ନ ଉଠାଇ ଥିଲେ ବିରୋଧୀ।

Share Now:

Kalinga News Beuro

Next Post

କିଶୋର ଜେନାଙ୍କୁ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ - ଅଲିମ୍ପିକ୍ସ ପ୍ରସ୍ତୁତି ପାଇଁ ମିଳିବ ସବୁ ପ୍ରକାରର ସହାୟତା

Wed Oct 4 , 2023
ଭୁବନେଶ୍ୱର: ଚୀନର ହାଙ୍ଗଝୁଠାରେ ଚାଲିଥିବା ଏସୀୟ କ୍ରୀଡ଼ାର ଜାଭେଲିନ ପ୍ରତିଯୋଗିତାରେ‌ ‌ରୌପ୍ୟ ପଦକ ହାସଲ କରିଥିବା କିଶୋର କୁମାର ଜେନାଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁଭେଚ୍ଛା ଜଣାଇଛନ୍ତି। କିଶୋର ଜେନାଙ୍କ ପାଇଁ ମୁଖ୍ୟମନ୍ତ୍ରୀ ଦେଢ଼ ‌କୋଟି ଟଙ୍କା ପୁରସ୍କାର ଘୋଷଣା କରିଛନ୍ତି। କିଶୋର ରାଜ୍ୟବାସୀଙ୍କ ପାଇଁ ଐତିହାସିକ କ୍ଷଣ ସୃଷ୍ଟି କରିଛନ୍ତି। ତାଙ୍କର ସଫଳତା ଅନ୍ୟମାନଙ୍କ ପାଇଁ ପ୍ରେରଣା ଯୋଗାଇବ। ଅଲିମ୍ପିକ୍ସ ପ୍ରସ୍ତୁତି ପାଇଁ ସବୁ ପ୍ରକାରର ସହାୟତା ଦେବେ […]
କିଶୋର ଜେନାଙ୍କୁ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial