ଇଞ୍ଜିନରୁ ନିଆଁ ଲାଗି ଜଳିଗଲା ଚଳନ୍ତା ବସ୍ : ସମସ୍ତ ଯାତ୍ରୀ ସୁରକ୍ଷିତ

ନିଆଁ ଲାଗି ଜଳିଗଲା ଚଳନ୍ତା ବସ୍

କେନ୍ଦୁଝର: କେନ୍ଦୁଝର ଜିଲ୍ଲାରେ ଆଜି ଭୋର୍ ସମୟରେ ଏକ ଅଭାବନୀୟ ଘଟଣା ଘଟିଛି। ଏଠାକାର କାଞ୍ଜିପାଣି ଘାଟି ନିକଟରେ ଏକ ଚଳନ୍ତା ବସ୍ ଇଞ୍ଜିନରୁ ନିଆଁ ଲାଗି ଜଳିଯାଇଛି। ସୂଚନା ଅନୁଯାୟୀ, ରାଉରକେଲାରୁ ପାଖାପାଖି ୩୦ ଯାତ୍ରୀଙ୍କୁ ନେଇ ‘ପାଢ଼ୀ’ ବସ୍ କେନ୍ଦୁଝର ଆସୁଥିଲା। କାଞ୍ଜିପାଣି ଘାଟି ନିକଟରେ କୌଣସି କାରଣରୁ ଇଞ୍ଜିନରୁ ନିଆଁ ଲାଗି ଯାଇଥିଲା। ବସ୍ ଭିତରେ ଥିବା କେ‌ତେକ ଯାତ୍ରୀ ବସ ଇଞ୍ଜିନରୁ ଧୂଆଁ ବାହାରିବା ଦେଖି ବସକୁ ଅଟକାଇବାକୁ କହିଥିଲେ। ଏହାପରେ ବସଟି ଅଟକିଥିଲା। ଏହାପରେ ସେଥିରୁ ସୁରକ୍ଷିତ ଭାବେ ସବୁ ଯାତ୍ରୀ ନିଜର ଜିନିଷପତ୍ର ସହିତ ଓହ୍ଲାଇ ପଡ଼ିଥିଲେ। କିନ୍ତୁ ବସଟି ସଂପୂର୍ଣ୍ଣ ଜଳିଯାଇଥିଲା। ଏଣେ ଅନ୍ୟ ଏକ ବସରେ ସମସ୍ତ ଯାତ୍ରୀ ଗନ୍ତବ୍ୟସ୍ଥଳକୁ ଯାଇଥିବାର ସୂଚନା ମିଳିଛି। ତେବେ ବସରେ କିପରି ନିଆଁ ଲାଗିଥିଲା ତାହା ଜଣାପଡ଼ିନାହିଁ। ଏଣେ ସର୍ଟସର୍କିଟ୍ ଯୋଗୁଁ ନିଆଁ ଲାଗିଥିବାର ଅନୁମାନ କରାଯାଉଛି।

Share Now:

Kalinga News Beuro

Next Post

କନ୍ଧମାଳରେ ବିପୁଳ ପରିମାଣର ମାଓ ସାମଗ୍ରୀ ଜବତ

Sun Jun 12 , 2022
ଫୁଲବାଣୀ: କନ୍ଧମାଳ ଜିଲ୍ଲାରେ ବିପୁଳ ପରିମାଣର ମାଓ ସାମଗ୍ରୀ ଜବତ ହୋଇଛି। କନ୍ଧମାଳ ପୁଲିସ ଗଣମାଧ୍ୟମକୁ ଏହି ସୂଚନା ଦେଇଛି। ସୂଚନା ଅନୁସାରେ ମାଓ ଗତିବିଧି ନେଇ ବିଶ୍ବସ୍ତ ସୂତ୍ରରୁ ଖବର ମିଳିବା ପରେ କନ୍ଧମାଳ ଜିଲ୍ଲା ଗୋଚ୍ଛାପଡ଼ା ଥାନା ଅଞ୍ଚଳରେ ଗତ ୮ ତାରିଖ ଦିନ ଏସ୍‌ଓଜି ଓ ଡିଭିଏଫ ଯବାନଙ୍କ ମିଳିତ ଉଦ୍ୟମରେ ସର୍ଚ୍ଚ ଅପରେସନ କରାଯାଇଥିଲା। ଅପରେସନ ସମୟରେ ଗତ ୯ ତାରିଖ ଦିନ ଯବାନମାନଙ୍କୁ […]
କନ୍ଧମାଳରେ ବିପୁଳ ପରିମାଣର ମାଓ ସାମଗ୍ରୀ ଜବତ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial