ଯାଜପୁର ରୋଡ ଥାନା ପରିସରରେ ଭୟଙ୍କର ଅଗ୍ନିକାଣ୍ଡ

ଯାଜପୁର ରୋଡ ଥାନା ପରିସରରେ ଅଗ୍ନିକାଣ୍ଡ

୫୦ରୁ ଅଧିକ ବାଇକ ଓ ଗୋଟିଏ ଟ୍ରକ ଜଳି ପାଉଁଶ

ଯାଜପୁର: ଯାଜପୁର ରୋଡ ଥାନା ପରିସରରେ ବୁଧବାର ଅପରାହ୍ନରେ ହଠାତ ଅଗ୍ନିକାଣ୍ଡ ଘଟିଥିଲା। ଏହି ଅଗ୍ନିକାଣ୍ଡରେ ଘଟଣାସ୍ଥଳରେ ଥିବା ୫୦ରୁ ଅଧିକ ବାଇକ ଓ ଗୋଟିଏ ଟ୍ରକ ଜଳି ପାଉଁଶ ହୋଇଯାଇଥିଲା। ଘଟଣାସ୍ଥଳରେ ଉପସ୍ଥିତ ଥିବା ଲୋକମାନେ ଚାହିଁକି ବି ନିଆଁକୁ ଆୟତ୍ତ କରି ପାରି ନଥିଲେ। ଅଗ୍ନିକାଣ୍ଡ ଘଟିବା ସମ୍ପର୍କରେ ଖବର ପାଇ ସଙ୍ଗେସଙ୍ଗେ ଘଟଣାସ୍ଥଳରେ ୩ ଟି ଦମକଳ ଗାଡି ପହଞ୍ଚିଥିଲା। ଆଉ ନିଆଁକୁ ଆୟତ୍ତ କରିବା ପାଇଁ ଚେଷ୍ଟା କରିଥିଲା। କିଛି ସମୟ ପରେ ନିଆଁ ଆୟତ୍ତକୁ ଆସି ଯାଇଥିଲା। କିନ୍ତୁ ସେତେବେଳକୁ ଘଟଣାସ୍ଥଳରେ ଥିବା ୫୦ରୁ ଅଧିକ ବାଇକ ଓ ଗୋଟିଏ ଟ୍ରକ ଜଳି ଛାରଖାର ହୋଇଯାଇଥିଲା।

Share Now:

Kalinga News Beuro

Next Post

ଜମି କିଣାବିକା ଠକେଇ ଅଭିଯୋଗରେ ୩ ଗିରଫ

Thu Feb 23 , 2023
ଭୁବନେଶ୍ୱର: ଜମି କିଣାବିକା ଠକେଇ ଅଭିଯୋଗରେ ୩ ଜଣଙ୍କୁ ଗିରଫ କରିଛି ଅର୍ଥନୈତିକ ଅପରାଧ ଶାଖା(ଇଓଡବ୍ଲୁ)। ଭୁବନେଶ୍ୱରରେ ଏନେଇ ଏକ ସଂଗଠିତ ମାମଲା ଚିହ୍ନଟ ହୋଇଛି। ଜମି ଠକେଇ ଯଥା ଜାଲିଆତି ଏବଂ ଛଦ୍ମନାମରେ ଜମି ବିକ୍ରୟ ଅଭିଯୋଗରେ ଇଓଡବ୍ଲୁ ତିନିଜଣଙ୍କୁ ଗିରଫ କରିଛି। ତିନି ଗିରଫ ଅଭିଯୁକ୍ତ ହେଲେ ହଳଧର ଦାଶ, ସୁବଧ କୁମାର ପରିଡ଼ା ଏବଂ ମମତା ପରିଡ଼ା। ଆଜି ସେମାନଙ୍କୁ ଭୁବନେଶ୍ୱର ଏସଡିଜେଏମ୍ କୋର୍ଟକୁ ଚାଲାଣ […]
ଜମି କିଣାବିକା ଠକେଇ ଅଭିଯୋଗ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial