ସ୍ଵେଚ୍ଛାସେବୀ ଯୁବଶକ୍ତି ପକ୍ଷରୁ ବୃକ୍ଷରୋପଣ କାର୍ଯ୍ୟକ୍ରମ

Plantation-Tihidi

ତିହିଡି: ଭଦ୍ରକ ଜିଲ୍ଲା ତିହିଡି ବ୍ଲକରେ ସ୍ଵେଚ୍ଛାସେବୀ ସଂଗଠନ ଯୁବଶକ୍ତି ପକ୍ଷରୁ ବୃକ୍ଷରୋପଣ ଓ ମାସ୍କ ବଣ୍ଟନ କରାଯିବାସହ ମହାମାରୀ କରୋନାର ମୁକାବିଲା ପାଇଁ ଲୋକମାନଙ୍କୁ ସଚେତନ କରାଯାଇଥିଲା। ବ୍ଲକର କାଁପଡା ପଞ୍ଚାୟତ ଓ ଦପାନାୟକଣି ରାସ୍ତା ପାର୍ଶ୍ବରେ ବୃକ୍ଷରୋପଣ କରାଯାଇଥିଲା। ଏଥିସହ ଲୋକମାନଙ୍କୁ ମାସ୍କ ବଣ୍ଟନ କରାଯାଇ ମହାମାରୀ କରୋନାର ମୁକାବିଲା କରିବାକୁ ସଂଗଠନ ତରଫରୁ ସଚେତନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ସଂଗଠନର ଆବାହକ ଯୁବ ଆଇନଜୀବୀ ସତ୍ୟସୁନ୍ଦର ପତି, ସୟଦ ଇବ୍ରାହିମ, ମାନସ ରଞ୍ଜନ ମହାନ୍ତି, ଦିଲ୍ଲୀପ ଦାସ, ରାକେଶ ଦାସ , ରବି ସେଠୀ, ପ୍ରଦ୍ୟୁଷ ଦାସ, ଦେବାଶିଷ ସାହୁ , ତାପସ ମଲ୍ଲିକ ପ୍ରମୁଖ ଯୋଗଦେଇ କରୋନା ମହାମାରୀକୁ ହରାଇବା ପାଇଁ ସାମାଜିକ ଦୂରତା ରକ୍ଷାକରିବା , ସ୍ୱଚ୍ଛତା ଅବଲମ୍ବନ କରିବା , ମାସ୍କ ପିନ୍ଧିବା , ଜରୁରୀ ନ ଥିଲେ ବାହାରକୁ ନ ଯାଇ ଘରେ ରହିବା ଇତ୍ୟାଦି ସଚେତନ ବାର୍ତ୍ତା ଦେଇଥିଲେ।

Share Now:

Kalinga News Beuro

Next Post

ସିଲ ହେଲା ରବୀନ୍ଦ୍ର ମେଡିକାଲ ହଲ୍: ଜଣେ କର୍ମଚାରୀ କରୋନା ଆକ୍ରାନ୍ତ

Wed Jul 29 , 2020
ଭୁବନେଶ୍ୱର: ସ୍ଥାନୀୟ ବାପୁଜୀ ନଗରସ୍ଥିତ ରବୀନ୍ଦ୍ର ମେଡିକାଲ ହଲ୍‌କୁ ଭୁବନେଶ୍ୱର ମହାନଗର ନିଗମ (ବିଏମସି) ପକ୍ଷରୁ ଆଜି ସିଲ କରି ଦିଆଯାଇଛି। ଏଠାରୁ ଜଣେ କର୍ମଚାରୀ କରୋନା ପଜିଟିଭ ଚିହ୍ନଟ ହେବା ପରେ ବିଏମସି ପକ୍ଷରୁ ଏହି ପଦକ୍ଷେପ ନିଆଯାଇଥିବା ଜଣାଯାଇଛି। ଅନ୍ୟାଦେଶ ପର୍ଯ୍ୟନ୍ତ ଏହା ବନ୍ଦ ରହିବ। ମେଡିକାଲ ହଲ୍‌ର ୧୩ ଜଣ କର୍ମଚାରୀ ଏବଂ ମାଲିକଙ୍କୁ ୧୪ ଦିନିଆ କ୍ୱାରେଣ୍ଟାଇନରେ ରହିବାକୁ ପରାମର୍ଶ ଦିଆଯାଇଛି। କ୍ୱାରେଣ୍ଟାଇନ ସମୟରେ […]
ସିଲ ହେଲା ରବୀନ୍ଦ୍ର ମେଡିକାଲ ହଲ୍

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial