ଆଜି କ୍ୟାବିନେଟ୍‌ : ବିଧାନ ପରିଷଦ ଗଠନ ପ୍ରସ୍ତାବ ଉପରେ ମୋହର ଲାଗିପାରେ

ଭୁବନେଶ୍ୱର : ଆସନ୍ତାକାଲି ପୂର୍ବାହ୍ନ ୧୧ଟା ୧୫ରେ ରାଜ୍ୟ କ୍ୟାବିନେଟର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିବ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ହେବାକୁ ଥିବା ଏହି ବୈଠକରେ ମୋଟ ୭ଟି ପ୍ରସ୍ତାବ ଉପରେ ଆଲୋଚନା ହୋଇପାରେ। ରାଜ୍ୟରେ ବିଧାନ ପରିଷଦ ଗଠନ ପ୍ରସ୍ତାବ ଆସିପାରେ। ବିଧାନସଭାର ମୌସୁମୀ ଅଧିବେଶନରେ ସଂକଳ୍ପ ପ୍ରସ୍ତାବ ଆସିବାକୁ ଯୋଜନା ଥିବାରୁ ସମ୍ଭବତଃ କାଲି ରାଜ୍ୟ କ୍ୟାବିନେଟ୍‌ ଏହାକୁ ଅନୁମୋଦନ ଦେଇପାରନ୍ତି। ଏହାବ୍ୟତୀତ ଓଡ଼ିଶା ମୋଟର ଯାନ ଆଇନରେ ସଂଶୋଧନ, ଅବକାରୀ ଆଇନରେ ସଂଶୋଧନ ସହ ନଗର ଉନ୍ନୟନ ବିଭାଗ ଓ ଆଇନ ବିଭାଗର ମଧ୍ୟ ପ୍ରସ୍ତାବ ଉପରେ କ୍ୟାବିନେଟ୍‌ ବୈଠକରେ ଆଲୋଚନା ହୋଇପାରେ।

Share Now:

Kalinga News Beuro

Leave a Reply

Next Post

ମହାନଦୀ ଜଳ ବିବାଦ: ଓଡ଼ିଶା-ଛତିଶଗଡ଼ ସମନ୍ଵୟ ବୈଠକ ଆଜିି

Fri Aug 24 , 2018
ସମ୍ବଲପୁର : ମହାନଦୀ ଜଳ ବ୍ୟବହାରକୁ ନେଇ ଦୁଇ ରାଜ୍ୟ ମଧ୍ୟରେ ବିବାଦ ତୀବ୍ର ହୋଇଥିବା ବେଳେ ବହୁପ୍ରତୀକ୍ଷିତ ଓଡ଼ିଶା ଓ ଛତିଶଗଡ଼ର ଜଳ ସଂପଦ ବିଭାଗର ଉଚ୍ଚସ୍ତରୀୟ ସମନ୍ଵୟ ବୈଠକ ଆସନ୍ତା ୨୪ ଅଗଷ୍ଟ ଶୁକ୍ରବାର ଦିନ ଅନୁଷ୍ଠିତ ହେବ। ଛତିଶଗଡ଼ର ଜଳ ସଂପଦ ବିଭାଗର ପାଞ୍ଚଜଣିଆ ଟିମ୍‌ ଶୁକ୍ରବାର ଅପରାହ୍‌ଣରେ ବୁର୍ଲା ଅଶୋକ ନିବାସରେ ପହଂଚିବେ ବୋଲି ଜଣାପଡ଼ିଛି। ବନ୍ୟାଜଳ ନିଷ୍କାସନ ନେଇ ଆଗୁଆ ସତର୍କ ସୂଚନା […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial