ଜମିଜମା ବିବାଦର ଉଗ୍ର ରୂପ: ଆକ୍ରମଣ କଲେ, ଘର ଜାଳିଦେଲେ

ବ୍ରହ୍ମଗିରି : ଜମିଜମା ବିବାଦକୁ କେନ୍ଦ୍ର କରି ଆକ୍ରମଣ। ବ୍ରହ୍ମଗିରି ଥାନା ଝଜାପାଟଣା ଗାଁରେ ଏକ ପରିବାରକୁ ଆକ୍ରମଣ କରାଯାଇଥିବା ଅଭିଯୋଗ ହୋଇଛି। ଗାଁର ଜଟାଧାରୀ ପ୍ରଧାନ ଏକ କୋଠ ଜମିକୁ ଜବରଦଖଲ କରିଥିବା ଅଭିଯୋଗ ହୋଇଥିଲା। ଏନେଇ ଗାଁ ଲୋକ ଓ ଜଟାଧାରୀଙ୍କ ମଧ୍ୟରେ ବିବାଦ ଲାଗି ରହିଥିଲା। ଗାଁରେ ସଭା ବସି ଉଭୟ ପକ୍ଷଙ୍କ ମଧ୍ୟରେ ମିଳାମିଶା ପାଇଁ ଚେଷ୍ଟା କରାଯାଇଥିଲା। ତେବେ ଆଜି ସକାଳେ ଗାଁର କିଛି ଲୋକ ଜଟାଧାରୀଙ୍କୁ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ତାଙ୍କର ଘର ଭାଙ୍ଗିବା ସହ ନିଆଁ ଲଗାଇ ଦେଇଥିବା ଜଟାଧାରୀ କହିଛନ୍ତି। ଅଭିଯୋଗ ମିଳିବା ପରେ ପୋଲିସ୍ ଗାଁରେ ପହଞ୍ଚି ତଦନ୍ତ କରିଛି।

Share Now:

Kalinga News Beuro

Leave a Reply

Next Post

ବୁଦାମୂଳରୁ ଉଦ୍ଧାର ହେଲେ ଦୁଇ ନବଜନ୍ମିତ ଶିଶୁ

Tue Jun 5 , 2018
ବ୍ରହ୍ମପୁର/ଯାଜପୁର: ସକାଳର ଶାନ୍ତ ପରିବେଶ। ଅଳସ ଭାଙ୍ଗି ସମସ୍ତେ ନିତ୍ୟକର୍ମରେ ବ୍ୟସ୍ତ ଥାଆନ୍ତି। ହଠାତ ନିକଟସ୍ଥ ବୁଦା ମୂଳରୁ ଶୁଭିଲା କୁଆଁ କୁଆଁ କାନ୍ଦ। ସେ କାନ୍ଦ ଥିଲା ଅସହାୟତାର। ଯାହା କାନରେ ପଡ଼ୁଥିଲା, ସତେ ଯେମିତି ଲାଗୁଥିଲା ଛାତି ଚିରି ହୋଇଯିବ। ଏକ ନିକଞ୍ଚନ ଜାଗାରେ ନିଷ୍ପାପ ଶିଶୁର ଏପରି ରାହା ଛାଡ଼ି କାନ୍ଦ ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଚକିତ କରିଥିଲା। ଶିଶୁର କାନ୍ଦ ଶୁଣି ବୁଦା ମୂଳକୁ ଦୌଡ଼ି […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial