ସୃଷ୍ଟି ହୋଇଥିବା ଲଘୁଚାପ ୩୦ରେ ଅବପାତର ରୂପ ନେବା ସମ୍ଭାବନା

ଭୁବନେଶ୍ୱର: ଦକ୍ଷିଣ-ଆଣ୍ଡାମାନ ସାଗର ଓ ତାହାର ସଂଲଗ୍ନ ମଲାକ୍କା ଷ୍ଟ୍ରେଟ୍‌ ଅଞ୍ଚଳରେ ସୃଷ୍ଟି ହୋଇଥିବା ଲଘୁଚାପ ପଶ୍ଚିମ-ଉତ୍ତର-ପଶ୍ଚିମ ଦିଗରେ ଗତି କରିଛି। ଏହା ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ଆସନ୍ତା ୩୦ ତାରିଖରେ ଅବପାତର ରୂପ ନେବାର ସମ୍ଭାବନା ରହିଛି। ପରେ ଏହା ଉତ୍ତରପଶ୍ଚିମ ଆଡ଼କୁ ଗତି କରି ୪୮ ଘଣ୍ଟା ମଧ୍ୟରେ ଦକ୍ଷିଣପୂର୍ବ ବଙ୍ଗୋପସାଗରରେ ଏକ ସାମୁଦ୍ରିକ ଝଡ଼ ବା ବାତ୍ୟାର ରୂପ ନେବ। ତେବେ ବାତ୍ୟାର ରୂପରେଖ କଣ ହେବ, ତାହା ୨୯ ତାରିଖ ପରେ ହିଁ ସ୍ପଷ୍ଟ ହେବ। ଏନେଇ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଆସନ୍ତାକାଲିଠାରୁ ରାଜ୍ୟର ପାଗ ଶୁଖିଲା ରହିବ। ଏହି ୪ ଦିନ ପାଗ ଶୁଖିଲା ଓ ଖରାଟିଆ ରହିପାରେ। ଏହି ୪ ଦିନ ରାଜ୍ୟର ପାଗରେ ବି‌ଶେଷ ପରିବର୍ତ୍ତନର ସମ୍ଭାବନା ନାହିଁ। ଥଣ୍ଡା ଏହିଭଳି ରହିବ ବୋଲି ସୂଚନା ମିଳିଛି।

Share Now:

Kalinga News Beuro

Next Post

ଜିତିଲା ଜୀବନ : ଉତ୍ତରକାଶୀ ସୁଡ଼ଙ୍ଗ ଟ୍ରାଜେଡିର ଉଦ୍ଧାର ଅଭିଯାନର ପୂରା ଘଟଣାକ୍ରମ

Wed Nov 29 , 2023
ଉତ୍ତରକାଶୀ : ଉତ୍ତରକାଶୀ ସୁଡ଼ଙ୍ଗରେ ନଭେମ୍ବର ୧୨ରୁ ଫସି ରହିଥିବା ୪୧ ଶ୍ରମିକଙ୍କ ଉଦ୍ଧାର ପାଇଁ ଚାଲିଥିବା ବିଶାଳ ଅଭିଯାନର ସଫଳ ପରିସମାପ୍ତି ସହ ଏହି ଶ୍ରମିକମାନଙ୍କୁ ନୂଆ ଜୀବନ ମିଳିଛି। ବ୍ରହ୍ମଖାଲ-ଯମୁନୋତ୍ରୀ ରାଜପଥର ନିର୍ମାଣାଧୀନ ସୁଡ଼ଙ୍ଗରେ ଅତଡ଼ା ଧସିବାରୁ ଅତ୍ୟନ୍ତ ଜଟିଳ ସ୍ଥିତି ଉପୁଜିଥିଲା। ଶ୍ରମିକମାନେ ଫସି ରହିବାର ଦିନକ ପରେ ଏକ ୪ ଇଞ୍ଚ ମୋଟେଇର ପାଇପ୍‌ ଜରିଆରେ ସେମାନଙ୍କ ନିକଟକୁ ଶୁଖିଲା ଫଳ ଏବଂ ପାଣି […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial