ମହଙ୍ଗା ପଡିଲା ବିଷଧର ନାଗ ସାପ ସହ ଖେଳ : ସାପ ଧରାଳିଙ୍କ ମୃତ୍ୟୁ

ବୀରମହାରାଜପୁର: ମହଙ୍ଗା ପଡିଲା ବିଷଧର ନାଗ ସାପ ସହ ଖେଳ। ବିଷଧର ନାଗ ସାପ କାମୁଡାରେ ସାପ ଧରାଳିଙ୍କ ମୃତ୍ୟୁ। ସୁବର୍ଣ୍ଣପୁର ଜିଲ୍ଲା ବିରମହାରାଜପୁର ଥାନା ପରିସରରେ ଘଟିଛି ଅଘଟଣ। ସୁଚନା ଅନୁସାରେ ଚମ୍ପାମଳ ଗାଁର ଜଣଙ୍କ ଘରୁ ଏକ ନାଗ ସାପ ବାହାରିଥିବାବେଳେ ସାପ ଧରିବା ପାଇଁ ମେଣ୍ଡାମାଳ ଗାଁର ଗୌର କୁମ୍ଭାରକୁ ସେ ଖବର ଦେଇଥିଲେ। ଗୌର ସେଠାକୁ ଯାଇ ସାପକୁ ଉଦ୍ଧାର କରି ଏକ ପ୍ଲାଷ୍ଟିକ ଜାରରେ ଧରି କୌଣସି କାମରେ ଥାନାକୁ ଆସିଥିଲେ।
ତେବେ ଥାନାରେ ପୁଲିସ ଅଧିକାରୀ ଓ କର୍ମଚାରୀଙ୍କ ଆଗରେ ସାପକୁ ଡବାରୁ ବାହାର କରି ଦେଖାଇଥିଲେ। ଦେଖି ସାରି ସାପକୁ ପୁଣି ଡବା ଭିତରେ ପୁରାଇବା ସମୟରେ ଗୌରଙ୍କ ହାତରେ ଚୋଟ ମାରିଥିଲା ବିଷଧର ନାଗସାପ। ତୁରନ୍ତ ଗୌରଙ୍କୁ ପୁଲିସ ସୁବର୍ଣ୍ଣପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନେଇଥିଲେ ହେଁ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

Share Now:

Kalinga News Beuro

Next Post

‘କଲ୍କି ୨୯୮୯ ଏଡି’କୁ ନେଇ ବଢ଼ୁଛି କ୍ରେଜ : ଧଡ଼ା ଧଡ଼ ବୁକ୍ ହେଉଛି ଟିକେଟ

Mon Jun 24 , 2024
ମୁମ୍ବାଇ: ପ୍ରଶଂସକମାନେ ଉତ୍ସାହର ସହିତ ପ୍ରଭାସଙ୍କ ଫିଲ୍ମ ‘କଲ୍କି ୨୯୮୯ ଏଡି’କୁ ଅପେକ୍ଷା କରି ରହିଛନ୍ତି। ଏହି ଚଳଚ୍ଚିତ୍ରଟି ଜୁନ୍ ୨୭ରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବାକୁ ଯାଉଛି ଏବଂ ଏହାର କ୍ରେଜ୍ ଏବେ ଲୋକଙ୍କ ମଧ୍ୟରେ ଦେଖାଯିବାକୁ ଲାଗିଲାଣି। ଚଳଚ୍ଚିତ୍ରକୁ ନେଇ ଲୋକଙ୍କ ମଧ୍ୟରେ କ୍ରେଜ୍ ବଜାୟ ରଖିବା ପାଇଁ ନିର୍ମାତାମାନେ ପ୍ରତିଦିନ କିଛି ନା କିଛି ଅପଡେଟ୍ ସେୟାର୍ କରୁଛନ୍ତି, ଯେଉଁଥିପାଇଁ ଫିଲ୍ମକୁ ନେଇ ଦର୍ଶକଙ୍କ ଉତ୍ସାହ ବଢ଼ିଛି। […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial