ଭାରତ ଭୀଲାରେ କେବେ ସୁଧୁରିବ ରାସ୍ତାର ଦୁରାବସ୍ଥା : ଦୃଷ୍ଟି ପଡୁନି ବିଏମସି କର୍ତ୍ତୃପକ୍ଷଙ୍କ ?

ଭୁବନେଶ୍ୱର : ହଂସପାଳ ନିକଟସ୍ଥ ପୁରୀ ମୁଖ୍ୟ କେନାଲରୁ ସାଇଫନ ଛକ ମଧ୍ୟରେ ବାମ ପାର୍ଶ୍ୱରେ, ଜାତୀୟ ରାଜପଥରୁ ମାତ୍ର ୧୫୦ ମିଟର ରାସ୍ତା ଅତିକ୍ରମ ପରେ ଭାରତ ଭୀଲା ଏକ ଆବାସିକ ସୋସାଇଟି ଯେଉଁଠାରେ ପ୍ରାୟତଃ ୨୦୦ ରୁ ଉର୍ଦ୍ଧ ପରିବାର ବସବାସ କରୁଥିବା ସମୟରେ ୪୦୦ ରୁ ଉର୍ଦ୍ଧ ପରିବାର ଭଡାରେ ରହୁଛନ୍ତି। ଜାତୀୟ ରାଜପଥ-୧୬କୁ ଏହା ସଂଯୋଗ କରୁଥିବାରୁ ଏହାର ଉପଯୋଗୀତା ଅଧିକ ଓ ବ୍ୟବହାର ପାଇଁ ସୁବିଧା ହେତୁ ଲୋକ ଏଠାରେ ରହିବାକୁ ଅଧିକ ଆଗ୍ରହ ପ୍ରକାଶ କରୁଛନ୍ତି। କିନ୍ତୁ ଦୁଃଖ ଓ ପରିତାପର ବିଷୟ ନିଜର ମୌଳିକ ସୁବିଧା ପାଇଁ ଦୀର୍ଘ ବର୍ଷରୁ ସଂଘର୍ଷ କରିଆସୁଥିବା ଏଠାକାର ବାସିନ୍ଦା ଆଜିବି ୧୫ ବର୍ଷ ପୂର୍ବର ଭୌଗୋଳିକ ଚିତ୍ରରେ କୌଣସି ପରିବର୍ତ୍ତନ ହୋଇନାହିଁ ବୋଲି ମତ ରଖିଛନ୍ତି। ରାସ୍ତାଘାଟର ଅବସ୍ଥା କଦର୍ଯ୍ୟ ହୋଇପଡିଥିବା ବେଳେ ଖାଲଖମା ସୃଷ୍ଟି ହୋଇ ଅନେକ ଲୋକ ଦୁର୍ଘଟଣାର ଶିକାର ହେଉଛନ୍ତି। ରାସ୍ତାର ଉନ୍ନତିକରଣ ପାଇଁ ବିଏମସିକୁ ହସ୍ତାନ୍ତର ହେବା ପରେ ମଧ୍ୟ ବିଭାଗୀୟ କର୍ତ୍ତୃପକ୍ଷ, କର୍ପୋରେସନର ମୁଖିଆଙ୍କ ସମେତ ସ୍ଥାନୀୟ ଜନପ୍ରତିନିଧି ସଭିଏ ଏହି ରାସ୍ତାର ଦୁର୍ଭାଗ୍ୟ ଜାଣିବା ପରେ ଅଣଦେଖା କରିବା ଅନେକ ପ୍ରଶ୍ନବାଚୀ ସୃଷ୍ଟି କରୁଛି। ଏଥିପ୍ରତି ବିଏମସି କର୍ତ୍ତୃପକ୍ଷଙ୍କ ଦୃଷ୍ଟି ଗୋଚରକୁ ଆଣିବା ପାଇଁ ସୋସାଇଟିର ସଭାପତି ଶ୍ରୀ ରଘୁନାଥ ପଣ୍ଡା ଓ ସମ୍ପାଦକ ଶ୍ରୀ ବିକ୍ରମ କେଶରୀ ସାହୁ ଅନୁରୋଧ କରିଛନ୍ତି।

Share Now:

Kalinga News Beuro

Next Post

ନକଲି ନୋଟ ମେସିନ ଜବତ ଘଟଣା : ମୁହଁ ଖୋଲିଲେ ନକ୍ସଲ, କହିଲେ-ପୁଲିସ ମିଥ୍ୟା ପ୍ରଚାର କରୁଛି

Sat Jun 29 , 2024
ମାଲକାନଗିରି: ଗତ ୨୦,୨୧,୨୨ ତାରିଖରେ ଛତିଶଗଡ଼ର ସୁକମା ଜିଲ୍ଲାର ଭେଜି ଓ ଚିନ୍ତାଗୁମ୍ଫା ଥାନା ଅଞ୍ଚଳର କୋର୍ସାଗୁଡା, ଦନ୍ତେପୁରମ, ମେଲାସୁର, ତମାଲପଡ଼, ସିଙ୍ଗନାମଗଡୁ ଗ୍ରାମରେ ପୁଲିସ ପହଞ୍ଚି ଲୋକଙ୍କୁ ମାରପିଟ କରିବା ସହ ଲୁଟ ତରାଜ କରିଥିଲେ। ଏହି ଗାଁଗୁଡିକରେ ଚଢ଼ାଉ କରିବା ସହ ନିକଟସ୍ଥ ଜଙ୍ଗଲରେ ରହିଥିବା ଜଙ୍ଗଲର ଡ଼ମ୍ପଗୁଡିକରେ ଚଢ଼ାଉ କରି ମାଓ ସାମଗ୍ରୀ ଜବତ କରିବା ସହ ନକଲି ନୋଟ ଛାପିବା ମେସିନ ବି ଜବତ […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial