ସାମ୍ବାଦିକଙ୍କ ନାମରେ ଅଭିଯୋଗ ଆଣିଲେ ଦୂତି

ସାମ୍ବାଦିକଙ୍କ ନାମରେ ଅଭିଯୋଗ ଆଣିଲେ ଦୂତି

ଭୁବନେଶ୍ବର: ଦୁଇଥର ଅଲମ୍ପିକରେ ଭାଗ ନେଇ ଦେଶପାଇଁ ଗୌରବ ଆଣିଥିବା ଓଡିଆ ସ୍ପ୍ରିଂଟର ଦୂତି ଚାନ୍ଦ ଏଥର ଏକ ଭିନ୍ନ କାରଣ ପାଇଁ ଚର୍ଚ୍ଚାକୁ ଆସିଛନ୍ତି। ସୋସିଆଲ ମିଡିଆରେ ତାଙ୍କୁ କିଛି ନିର୍ଦ୍ଦିଷ୍ଟ ଗଣମାଧ୍ୟମର ସାମ୍ବାଦିକ ଧମକାଇ ଟଙ୍କା ମାଗୁଥିବା ଭଳି ସାଙ୍ଘାତିକ ଅଭିଯୋଗ ଆଣିଛନ୍ତି ଦୂତି ଚାନ୍ଦ। ଦୂତି ଚାନ୍ଦ କହିଛନ୍ତି, ‘କିଛି ନିର୍ଦ୍ଦିଷ୍ଟ ଗଣମାଧ୍ୟମର ସାମ୍ବାଦିକ ମୋ ବାପା, ମା’ଙ୍କ ଉପରେ ଚାପ ପକାଉଛନ୍ତି। ସେମାନଙ୍କୁ ବାଧ୍ୟକରି ମୋ ବିରୋଧରେ ସାମ୍ବାଦିକମାନେ ଖବର ସଂଗ୍ରହ କରୁଛନ୍ତି। ବାପା ଓ ମା’ଙ୍କ ଉପରେ ଚାପ ପକାଇ ଖବର ସଂଗ୍ରହ କରି ସାରିବା ପରେ ଉକ୍ତ ଖବରକୁ ପ୍ରସାରିତ କରିବାର ଭୟ ଦେଖାଉଛନ୍ତି। ଯଦି ଏକ ଲକ୍ଷ ଟଙ୍କା ନ ଦିଏ ତେବେ ସେମାନେ ସେହି ଖବରକୁ ଗଣମାଧ୍ୟମରେ ପ୍ରସାରଣ କରିଦେବେ ବୋଲି ଧମକ ଦେଉଛନ୍ତି। ଏପରିକି ଏତେ ବଡ଼ କରୋନା ମହାମାରୀ ସମୟରେ ସରକାର ମାସ୍କ ପିନ୍ଧିବାକୁ ବାଧ୍ୟତାମୂଳକ କରିଥିବା ବେଳେ ବାପା ମା’ଙ୍କ ପାଖରେ ବିନା ମାସ୍କରେ ବସି ଖବର ସଂଗ୍ରହ କରିବାକୁ ନେଇ ସାମ୍ବାଦିକଙ୍କୁ ନିନ୍ଦା କରିଛନ୍ତି ଦୂତି ଚାନ୍ଦ। ଏଥିସହିତ ଏଭଳି ଗଣମାଧ୍ୟମ ଉପରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦୂତି ସରକାରଙ୍କୁ ଅନୁରୋଧ କରିଛନ୍ତି।

Share Now:

Kalinga News Beuro

Next Post

ଏକାମ୍ର କାନନ ଫାର୍ମ ଜମି ବିବାଦ ପ୍ରସଙ୍ଗ : ଫାର୍ମ ପରିଦର୍ଶନ କଲେ ୪ ଜଣିଆ ଟିମ୍

Wed Aug 4 , 2021
ଭୁବନେଶ୍ବର: ବହୁଚର୍ଚ୍ଚିତ ଏକାମ୍ରକାନନ ଫାର୍ମର ମୋଟ ୨୫.୯୬୭ଏକର ଜମିରୁ ୨୦.୧୯୨ଏକର ଜମି ସାଧାରଣ ପ୍ରଶାସନ ବିଭାଗକୁ ହସ୍ତାନ୍ତର କରିବା ମାମଲାରେ ଆଜି ଜାତୀୟ ଗ୍ରିନ୍ ଟ୍ରିବୁନାଲ୍‌ ନିର୍ଦ୍ଦେଶ କ୍ରମେ ଗଠିତ ୪ଜଣିଆ ଟିମ୍ ଆଜି ଫାର୍ମ ବୁଲି ଦେଖିଛନ୍ତି। ପ୍ରାୟ ୪ରୁ ୫ଘଣ୍ଟାର ଆଲୋଚନା ସହ ଏକାମ୍ରକାନନ ଫାର୍ମର କ୍ଷେତ୍ର ପରିଦର୍ଶନ ହୋଇଥିଲେ ହେଁ ଜମି ହସ୍ତାନ୍ତର ହେବ କି ନାହିଁ ସେ ନେଇ ଚୂଡ଼ାନ୍ତ ନିଷ୍ପତ୍ତି ହୋଇପାରିନାହିଁ। ଏହି […]
ଏକାମ୍ର କାନନ ଫାର୍ମ ଜମି ବିବାଦ ପ୍ରସଙ୍ଗ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial