ଜମି ରେକର୍ଡ କମ୍ପ୍ୟୁଟରୀକରଣରେ ରାୟଗଡ଼ାକୁ ସଫଳତା: ଜିଲ୍ଲାପାଳଙ୍କୁ ସମ୍ମାନିତ କରିବ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରଣାଳୟ

ଜମି ରେକର୍ଡ କମ୍ପ୍ୟୁଟରୀକରଣ

ରାୟଗଡା: ଜମିଜମା ରେକର୍ଡ କମ୍ପ୍ୟୁଟରୀକରଣ କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ପାଇଁ ରାୟଗଡ଼ା ଜିଲ୍ଲାପାଳଙ୍କୁ ମିଳିବ ଜାତୀୟସ୍ତରୀୟ ସମ୍ମାନ। କେନ୍ଦ୍ର ଗ୍ରାମ୍ୟ ଉନ୍ନୟନ ମନ୍ତ୍ରଣାଳୟ ଦିଲ୍ଲୀରେ ଆୟୋଜିତ କାର୍ଯ୍ୟକ୍ରମରେ ଜିଲ୍ଲାପାଳଙ୍କୁ ସମ୍ମାନିତ କରିବା ନେଇ ଘୋଷଣା କରିଛି। ରାୟଗଡ଼ା ଜିଲ୍ଲାର ଜମିଜମା ରେକର୍ଡ ୯୭ ପ୍ରତିଶତ ଅପଡେଟ୍ ହୋଇ ସାରିଥିବାରୁ କେନ୍ଦ୍ର ସରକାର ଜାରି କରିଥିବା ଗାଇଡଲାଇନ୍ ଅନୁଯାୟୀ ରାୟଗଡ଼ା ଜିଲ୍ଲା ଚୟନ ହୋଇଛି। ଜିଲ୍ଲାର ୧୧ ତହସିଲରେ ଏହି କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ପାଇଁ ଜିଲ୍ଲାପାଳ ସ୍ଵଧା ଦେବ ସିଂ ପ୍ରତି ମାସରେ ବସୁଥିବା ରାଜସ୍ୱ ସମୀକ୍ଷା ବୈଠକରେ ଗୁରୁତ୍ୱାରୋପ କରି ଆସୁଥିଲେ। ଗତ ୧ ବର୍ଷ ମଧ୍ୟରେ ଜିଲ୍ଲାର ଅଧିକାଂଶ ରେକର୍ଡ କମ୍ପ୍ୟୁଟରୀକରଣ ହୋଇଛି। ଫଳରେ ଜମିଜମା ମାମଲା ସହ ରାଜସ୍ୱ ଆଦାୟ କ୍ଷେତ୍ରରେ ସରକାର ସଫଳତା ପାଇ ପାରିଛନ୍ତି।

Share Now:

Kalinga News Beuro

Next Post

ସୁଟକେଶରେ ଯୁବକଙ୍କ ମୃତଦେହ ଘଟଣା : ମାଷ୍ଟରମାଇଣ୍ଡ ପତ୍ନୀ ସମେତ ୩ ଅଭିଯୁକ୍ତ ଗିରଫ

Mon Jan 23 , 2023
ନାଚୁଣୀ: ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ନାଚୁଣୀ ଥାନା ଅଧୀନରେ ରହିଥିବା ସ୍ଥାନୀୟ ୧୬ ନଂ ଜାତୀୟ ରାଜପଥ ଠାରୁ ଅନତି ଦୁରସ୍ଥିତ ହରିପୁର ଜଙ୍ଗଲରୁ ଟ୍ରଲି ସୁଟକେଶରେ ଭର୍ତ୍ତି ଯୁବକଙ୍କ ମୃତଦେହ ଉଦ୍ଧାର ଘଟଣାର ପର୍ଦ୍ଦାଫାଶ କରିବା ସହ ପୁଲିସ ପତ୍ନୀ ସମେତ ୩ ଜଣଙ୍କୁ ଗିରଫ କରିଛି। ନାଚୁଣୀ ଥାନା ପୁଲିସ ମୃତ ଯୁବକଙ୍କ ପତ୍ନୀ ମିଲି ମହାପାତ୍ରଙ୍କ ସମେତ ୩ ଜଣଙ୍କୁ ଗିରଫ କରି ଆଜି କୋର୍ଟ […]
ସୁଟକେଶରେ ଯୁବକଙ୍କ ମୃତଦେହ ଘଟଣା

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial