ଗିରଫ ହେବେ ନାଇଟ୍ କର୍ଫ୍ୟୁ ଅମାନିଆ : ପୁଲିସ କମିସନର୍‌

ଗିରଫ ହେବେ ନାଇଟ୍ କର୍ଫ୍ୟୁ ଅମାନିଆ

ଟ୍ୱିନ୍ ସିଟି ବାସିନ୍ଦାଙ୍କ ସହଯୋଗ ଲୋଡ଼ିଲେ

ଭୁବନେଶ୍ବର : ଦିନକ ପରେ ମଣ୍ଡପରେ ଆରମ୍ଭ ହେବାକୁ ଯାଉଛି ମା’ ଦୁର୍ଗାଙ୍କ ଷଷ୍ଠୀ ପୂଜା। ୧୧ ତାରିଖରୁ ଟୁଇନ୍ ସିଟିରେ ଲାଗୁ ହେଉଛି ନାଇଟ୍ କର୍ଫ୍ୟୁ। ରାତି ୮ଟାରୁ ସକାଳ ୫ଟା ପର୍ଯ୍ୟନ୍ତ କଡ଼ାକଡ଼ି ପାଳନ କରିବାକୁ ଚେତାବନୀ ଦେଇଛନ୍ତି ପୁଲିସ କମିସନର୍‌ ସୌମେନ୍ଦ୍ର ପ୍ରିୟଦର୍ଶୀ। ଏହି ସମୟରେ ବାହାରେ ବୁଲିଲେ ଜରିମାନା ଆଦାୟ କରାଯିବ। ପୂର୍ବରୁ ମଧ୍ୟ ନାଇଟ୍‌ କର୍ଫ୍ୟୁ ସମୟରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଅଧିକ ଅମାନିଆ ହେଲେ ଆଇନ ଉଲ୍ଲଂଘନକାରୀଙ୍କୁ ଗିରଫ କରାଯିବ ବୋଲି କମିସନର ଶ୍ରୀ ପ୍ରିୟଦର୍ଶୀ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି। ସେହିପରି କଟକଣା ମାନିବାକୁ ସେ ଜନସାଧାରଣଙ୍କ ସହଯୋଗ ଲୋଡ଼ିଛନ୍ତି। ଏହାବ୍ୟତୀତ ପୂଜା ମଣ୍ଡପରେ ଲାଇଟ୍ ଜଳିପାରିବ ବୋଲି ସେ କହିଛନ୍ତି। ଅନ୍ୟପକ୍ଷରେ ‘ଦାଦାବଟିକୁ ନା’ ସ୍ବତନ୍ତ୍ର ଅଭିଯାନ ଚାଲୁ ରହିଛି। ଯେଉଁମାନେ ଚାନ୍ଦା କିମ୍ବା ବଟି ଆଦାୟ କରୁଥିବାର ଅଭିଯୋଗ ଆସୁଛି, ସେମାନଙ୍କ ବିରୋଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି। ସେହିପରି ଅଭ୍ୟାସଗତ ଅପରାଧୀଙ୍କ ବିରୋଧରେ ସ୍ବତନ୍ତ୍ର ଡ୍ରାଇଭ୍ ଜାରି ରହିଛି। ସେମାନଙ୍କ ବିରୋଧରେ ସିଆରପିସି ଦଫା-୧୧୦ ଅନୁସାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି। ପୂଜା ସମୟରେ ମଧ୍ୟ ଜୋରଦାର ଡ୍ରାଇଭ୍ ଜାରି ରହିବ ବୋଲି କମିସନର ଶ୍ରୀ ପ୍ରିୟଦର୍ଶୀ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି।

Share Now:

Kalinga News Beuro

Next Post

ଟ୍ରେନ୍‌ ଡକାୟତ ଗ୍ୟାଙ୍ଗ୍‌ ଠାବ: ବିହାରୀ ମୁଖିଆ ସମେତ ୬ ଗିରଫ

Sun Oct 10 , 2021
ଭୁବନେଶ୍ବର : ଏକ୍ସପ୍ରେସ୍‌ ଟ୍ରେନ୍‌ରେ ଯାତ୍ରୀଙ୍କୁ ଲୁଟ୍‌ କରୁଥିବା ଏକ କୁଖ୍ୟାତ ଅନ୍ତଃରାଜ୍ୟ ଡକାୟତ ଗ୍ୟାଙ୍ଗ୍‌କୁ ଠାବ କରିଛି ଭୁବନେଶ୍ବର ରେଳବାଇ ପୁଲିସ। କ୍ୟାପିଟାଲ ଥାନା ଅଧୀନ ଫାଳିକିଆ ବସ୍ତିରୁ ଗିରଫ ହୋଇଥିବା ଏହି ଗ୍ୟାଙ୍ଗ୍‌ର ୬ ସଦସ୍ୟ ହେଲେ, ବିହାର ପାଟନାର ବିଶାଲ କୁମାର, କୋରାପୁଟର ବାପୁନ୍‌ ସିସା, ମାଲକାନଗିରିର ଧରମାନନ୍ଦ ମାଦ୍ରି, କଟକର ଦୀନବନ୍ଧୁ ନାୟକ, ଗଂଜାମର ବସନ୍ତ ସାହୁ ଓ ସଂଜୟ ପ୍ରଧାନ। ସେମାନଙ୍କ ନିକଟରୁ […]
ଟ୍ରେନ୍‌ ଡକାୟତ ଗ୍ୟାଙ୍ଗ୍‌ ଠାବ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial