ବଡ଼ଦିନର ଶୁଭେଚ୍ଛା ଓ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳବିହାରୀ ବାଜପେୟୀଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କଲେ ମୁଖ୍ୟମନ୍ତ୍ରୀ

ବଡ଼ଦିନର ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟବାସୀଙ୍କୁ ବଡ଼ଦିନର ଶୁଭେଚ୍ଛା ଜଣାଇଛନ୍ତି। ସେ ନିଜର ଟୁଇଟରରେ ଲେଖିଛନ୍ତି, ଖ୍ରୀଷ୍ଟମାସର ଏହି ଆନନ୍ଦ ଉତ୍ସବରେ ସମସ୍ତଙ୍କୁ ଶୁଭେଚ୍ଛା। ଆପଣଙ୍କର ଜୀବନ ସୁଖ, ଶାନ୍ତି ଏବଂ ସମୃଦ୍ଧତାରେ ପରିପୂର୍ଣ୍ଣ ହେଉ। ଠିକ୍ ସେହିପରି ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳବିହାରୀ ବାଜପେୟୀଙ୍କୁ ମଧ୍ୟ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ମୁଖ୍ୟମନ୍ତ୍ରୀ ନିଜର ଟୁଇଟରରେ ଲେଖିଛନ୍ତି, ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳବିହାରୀ ବାଜପେୟୀଙ୍କୁ ତାଙ୍କ ଜନ୍ମବାର୍ଷିକୀରେ ବିନମ୍ର ଶ୍ରଦ୍ଧାଞ୍ଜଳି। ଅଟଳଜି ଜଣେ ମହାନ ଦୂରଦୃଷ୍ଟି ସମ୍ପନ୍ନ, ବିଶିଷ୍ଟ ସଂସଦୀୟ ତଥା ବିଶିଷ୍ଟ ରାଜନୀତିଜ୍ଞ ଥିଲେ, ଯାହାଙ୍କର ବହୁମୁଖୀ ବ୍ୟକ୍ତିତ୍ୱ ପରବର୍ତ୍ତୀ ପୀଢ଼ି ପାଇଁ ପ୍ରେରଣା ଯୋଗାଇଥାଏ। ସୂଚନାଯୋଗ୍ୟ, ଆଜି ହେଉଛି ସେହି ମହାନ ରାଜନେତା ତଥା ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳବିହାରୀ ବାଜପେୟୀଙ୍କ ଜନ୍ମଦିବସ। ମଧ୍ୟପ୍ରଦେଶର ଗ୍ୱାଲିଅରରେ ୧୯୨୪ ମସିହା ଡିସେମ୍ବର ୨୫ରେ ଜନ୍ମଗ୍ରହଣ କରିଥିଲେ ଅଟଳ। ଆଜି ତାଙ୍କ ୯୭ ତମ ଜନ୍ମଜୟନ୍ତୀ।

Share Now:

Kalinga News Beuro

Next Post

ପ୍ରଥମ ଭାରତୀୟ ଭାବେ ନାସା କାର୍ଯ୍ୟକ୍ରମ ଶେଷ କଲେ ଜାହ୍ନବୀ

Sun Dec 26 , 2021
ନୂଆଦିଲ୍ଲୀ: ନାସା କାର୍ଯ୍ୟକ୍ରମ ଶେଷ କରିଥିବା ପ୍ରଥମ ଭାରତୀୟ ହେଲେ ଜାହ୍ନବୀ ଡାଙ୍ଗେଟି। ଆନ୍ଧ୍ରପ୍ରଦେଶ ପଶ୍ଚିମ ଗୋଦାବରୀର ପାଲାକୋଲୁରେ ରହୁଥିବା ଜାହ୍ନବୀ ଏବେ ପ୍ରଥମ ଭାରତୀୟ ଭାବେ ଆମେରିକା ଆଲାବାମାର ନାସା ଲଞ୍ଚ ଅପରେସନ୍ସର କେନେଡି ସ୍ପେସ୍ ସେଣ୍ଟରରେ ଅନ୍ତର୍ଜାତୀୟ ବାୟୁ ଏବଂ ମହାକାଶ କାର୍ଯ୍ୟକ୍ରମ (ଆଇଏଏସପି)କୁ ଶେଷ କରିଛନ୍ତି। ତେବେ ମହାକାଶକୁ ଯାତ୍ରା ହେଉ ବା ବିଭିନ୍ନ ଗ୍ରହ ବିଷୟରେ ଜାଣିବା ହେଉ, ଛୋଟ ବେଳୁ ତାଙ୍କର ଏହି […]
ନାସା କାର୍ଯ୍ୟକ୍ରମ ଶେଷ କଲେ ଜାହ୍ନବୀ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial