ପ୍ରଥମ ଭାରତୀୟ ଭାବେ ନାସା କାର୍ଯ୍ୟକ୍ରମ ଶେଷ କଲେ ଜାହ୍ନବୀ

ନାସା କାର୍ଯ୍ୟକ୍ରମ ଶେଷ କଲେ ଜାହ୍ନବୀ

ନୂଆଦିଲ୍ଲୀ: ନାସା କାର୍ଯ୍ୟକ୍ରମ ଶେଷ କରିଥିବା ପ୍ରଥମ ଭାରତୀୟ ହେଲେ ଜାହ୍ନବୀ ଡାଙ୍ଗେଟି। ଆନ୍ଧ୍ରପ୍ରଦେଶ ପଶ୍ଚିମ ଗୋଦାବରୀର ପାଲାକୋଲୁରେ ରହୁଥିବା ଜାହ୍ନବୀ ଏବେ ପ୍ରଥମ ଭାରତୀୟ ଭାବେ ଆମେରିକା ଆଲାବାମାର ନାସା ଲଞ୍ଚ ଅପରେସନ୍ସର କେନେଡି ସ୍ପେସ୍ ସେଣ୍ଟରରେ ଅନ୍ତର୍ଜାତୀୟ ବାୟୁ ଏବଂ ମହାକାଶ କାର୍ଯ୍ୟକ୍ରମ (ଆଇଏଏସପି)କୁ ଶେଷ କରିଛନ୍ତି। ତେବେ ମହାକାଶକୁ ଯାତ୍ରା ହେଉ ବା ବିଭିନ୍ନ ଗ୍ରହ ବିଷୟରେ ଜାଣିବା ହେଉ, ଛୋଟ ବେଳୁ ତାଙ୍କର ଏହି ଇଚ୍ଛା ରହିଥିଲା। ଛୋଟ‌ ବେଳେ ତାଙ୍କ ଜେଜେ ମା’ ଶୁଣାଉଥିବା କାହାଣୀ ପାଇଁ ସେ ବିଭିନ୍ନ ଗ୍ରହ ବିଷୟରେ ଜାଣିବାକୁ ଇଚ୍ଛା ପ୍ରକାଶ କରିଥିଲେ ଏବଂ ସେଥିପାଇଁ ନିଜକୁ ପ୍ରସ୍ତୁତ ମଧ୍ୟ କରିଥିଲେ। ତାଙ୍କ କହିବା ମୁତାବକ, ସେ ପ୍ରଥମ ଭାରତୀୟ ଭାବେ ମଙ୍ଗଳ ଗ୍ରହକୁ ଯିବାକୁ ଚାହୁଁଛନ୍ତି ଏବଂ ଆଇଏଏସପି ଶେଷ ହେବା ପରେ ସେ ନିଜ ସ୍ବପ୍ନର ଅତି ନିକଟତର ହୋଇଛନ୍ତି। ସୂଚନା ମୁତାବକ, ଆଇଏଏସପି ପାଇଁ ସମଗ୍ର ବିଶ୍ବରୁ ୨୦ଜଣଙ୍କୁ ବଛା ଯାଇଥିବା ବେଳେ ସେ ମଧ୍ୟରୁ ଜଣେ ଥିଲେ ଜାହ୍ନବୀ। ଏବେ ଏହି କାର୍ଯ୍ୟକ୍ରମ ଶେଷ ହେବା ପରେ ଜାହ୍ନବୀ କହିଛନ୍ତି ଯେ, “ମୁଁ ବିଭିନ୍ନ ପ୍ରକଳ୍ପ, କର୍ମଶାଳା ଏବଂ ହାକାଥନରେ ଅଂଶଗ୍ରହଣ କରି ମୋର ସ୍ୱପ୍ନକୁ ସାକାର କରିବା ପାଇଁ ଚେଷ୍ଟା କରୁଛି। ଏନେଇ ମୁଁ ନାସା, ଇସ୍ରୋ ଏବଂ ବିଭିନ୍ନ ସ୍ପେସ୍ ଏଜେନ୍ସିଗୁଡିକର କର୍ମଶାଳାରେ ଭାଗ ନେଉଛି। ଏହା ମୋତେ ମୋ ସ୍ବପ୍ନକୁ ସଫଳ କରିବାରେ ସାହାଯ୍ୟ କରିବ। ତେବେ ଜାହ୍ନବୀ ଏବେ ପଞ୍ଜାବର ଏକ ଘରୋଇ ବିଶ୍ବବିଦ୍ୟାଳୟରେ ଦ୍ବିତୀୟ ବର୍ଷ ଇଞ୍ଜିନିୟରିଂ ପାଠ ପଢ଼ୁଥିବା ଜଣାପଡ଼ିଛି।

Share Now:

Kalinga News Beuro

Next Post

ପୁଣି କଟକରେ ଗୁଡ଼ି ନେଲା ଆଉ ଏକ ଜୀବନ : ପତ୍ନୀ ଆଗରେ ଆଖି ବୁଜିଲେ ସ୍ବାମୀ

Sun Dec 26 , 2021
କଟକ: ଗୁଡ଼ି ଉଡ଼ାଇବାର ପର୍ବ ‘ମକର ସଂକ୍ରାନ୍ତି’କୁ ଆହୁରି ଅଢ଼େଇ ସପ୍ତାହ ବାକି ଅଛି। କିନ୍ତୁ ଏବେ ଠାରୁ ରାଜ୍ୟର ବିଭିନ୍ନ ସ୍ଥାନରେ ଗୁଡ଼ି ଉଡ଼ିବା ଆରମ୍ଭ ‌ହୋଇଯାଇଛି। ଏହି ଗୁଡ଼ି ଉଡ଼ିବା କାରଣରୁ ଆଜି ଅପରାହ୍ନରେ ଏକ ଅଭାବନୀୟ ଅଘଟଣ ଘଟିଛି। ଜଣେ ଯୁବକଙ୍କର ମୃତ୍ୟୁ ‌ହୋଇଥିବା ଜଣାପଡ଼ିଛି। କଟକ ଜିଲ୍ଲା ଜଗତପୁର ଥାନା ଅନ୍ତର୍ଗତ ପୀରବଜାର ଅଞ୍ଚଳରେ ଗୁଡ଼ି ସୂତା ଆସି ବେକରେ ଲାଗିଯିବାରୁ ଜଣେ ଯୁବକଙ୍କ […]
ଗୁଡି ସୂତା

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial