ବିଭ୍ରାନ୍ତକାରୀ ବିଜ୍ଞାପନ ମାମଲା : ସୁପ୍ରିମକୋର୍ଟରେ ବିନା ସର୍ତ୍ତରେ କ୍ଷମା ପ୍ରାର୍ଥନା କଲେ ବାବା ରାମଦେବ

ନୂଆଦିଲ୍ଲୀ: ସୁପ୍ରିମକୋର୍ଟରେ ବିନା ସର୍ତ୍ତରେ କ୍ଷମା ପ୍ରାର୍ଥନା କଲେ ବାବା ରାମଦେବ। ଯୋଗ ଗୁରୁ ବାବା ରାମଦେବ ଏବଂ ପତଞ୍ଜଳି ଆୟୁର୍ବେଦର ପରିଚାଳନା ନିର୍ଦ୍ଦେଶକ ତଥା ଯୋଗ ଗୁରୁ ରାମଦେବଙ୍କ ସହଯୋଗୀ ଆଚାର୍ଯ୍ୟ ବାଲକ୍ରିଷ୍ଣା ବିଭ୍ରାନ୍ତକାରୀ ବିଜ୍ଞାପନ ମାମଲାକୁ ନେଇ ଆଜି ସୁପ୍ରିମକୋର୍ଟରେ ହାଜର ହୋଇଥିଲେ। ମାମଲାର ଶୁଣାଣି ସମୟରେ ଦୁହେଁ ସୁପ୍ରିମକୋର୍ଟରେ ବିନା ସର୍ତ୍ତରେ କ୍ଷମା ମାଗିଥିବା ଜଣାପଡ଼ିଛି। ଏହି ମାମଲାର ଶୁଣାଣି କରି ଜଷ୍ଟିସ୍ ହିମା କୋହଲି ଏବଂ ଜଷ୍ଟିସ୍ ଅହସାନୁଦ୍ଦିନ ଅମାନୁଲ୍ଲାଙ୍କ ଖଣ୍ଡପୀଠ କହିଥିଲେ ଯେ ଏହି ମାମଲାରେ ଉଭୟଙ୍କ ଆଫିଡେଭିଟ୍ କାଇଁ? ରାମଦେବଙ୍କ ଓକିଲ ଉତ୍ତର ରଖିଥିଲେ ଯେ ଉଭୟ କ୍ଷମା ମାଗିଛନ୍ତି ଏବଂ ଉଭୟ କୋର୍ଟରେ ହାଜର ହୋଇଛନ୍ତି। ଏହା ପରେ କୋର୍ଟ ପ୍ରଶ୍ନ କରିିଥିଲେ ଯେ, କୋର୍ଟର ପ୍ରକ୍ରିୟାକୁ ହାଲୁକା ଭାବେ ନିଅନ୍ତୁ ନାହିଁ। ଆମେ ଦୁହିଁଙ୍କ କ୍ଷମା ପ୍ରାର୍ଥନା ଗ୍ରହଣ କରିପାରିବୁ ନାହିଁ। ନଭେମ୍ବର ୨୧ରେ କୋର୍ଟର ନିର୍ଦ୍ଦେଶ ସତ୍ତ୍ୱେ ବି ୨୪ଘଣ୍ଟା ମଧ୍ୟରେ ରାମଦେବ, ବାଲକ୍ରିଷ୍ଣା ଏବଂ ପତଞ୍ଜଳି ସାମ୍ବାଦିକ ସମ୍ମିଳନୀ କରିଥିଲେ। ଏପଟେ ସୁପ୍ରିମକୋର୍ଟରେ ଶୁଣାଣି ଚାଲିଥିଲା ​​ଏବଂ ସେପଟେ ପତଞ୍ଜଳି ବିଜ୍ଞାପନ ଛାପି ଚାଲିଥିଲା। ଏଭଳି ଭୁଲ ପାଇଁ କେବଳ କ୍ଷମା ପ୍ରାର୍ଥନା ଯଥେଷ୍ଟ ନୁହେଁ। ପରିଣାମ ଭୋଗିବାକୁ ପ୍ରସ୍ତୁତ ହୋଇଯାଅ। ଖଣ୍ଡପୀଠ ଏଭଳି କହିବା ପରେ ନିଜର ସବୁ ଭୁଲ ସ୍ୱୀକାର କରି କ୍ଷମା ମାଗିଥିଲେ ବାବା ରାମଦେବ। ଏହା ସହ ଭବିଷ୍ୟତରେ ଏଭଳି ଭୁଲ ହେବ ନାହିଁ ବୋଲି ମଧ୍ୟ କହିଥିଲେ।

Share Now:

Kalinga News Beuro

Next Post

ବିଜେଡି ଛାଡ଼ିଲେ ବିଧାୟକ ପର୍ଶୁରାମ ଧଡ଼ା : କଂଗ୍ରେସ‌ରେ ହୋଇପାରନ୍ତି ସାମିଲ

Wed Apr 3 , 2024
ସୋର: ବିଜୁ ଜନତା ଦଳ (ବିଜେଡି) ବୁଧବାର ଦିନ ସନ୍ଧ୍ୟାରେ ବିଧାନସଭା ନିର୍ବାଚନ ପାଇଁ ଦ୍ଵିତୀୟ ଦଫାରେ ପ୍ରାର୍ଥୀ ଘୋଷଣା କରିଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ପ୍ରାର୍ଥୀ ଘୋଷଣା କରିବାର ଅଳ୍ପ ସମୟ ମଧ୍ୟରେ ଦଳରେ ବିଦ୍ରୋହ ଦେଖାଯାଇଛି। ବାଲେଶ୍ଵର ଜିଲ୍ଲା ସୋର ବିଧାୟକ ପର୍ଶୁରାମ ଧଡ଼ା ବିଜେଡିରୁ ଇସ୍ତଫା ଦେଇଛନ୍ତି। ସେ ନିଜର ଇସ୍ତଫା ପତ୍ରକୁ ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କୁ ପଠାଇଛନ୍ତି। ଆଗାମୀ ଦିନରେ ସେ […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial