ନଦୀ ତଳୁ ଉଦ୍ଧାର ହେଲା ଶିବଲିଙ୍ଗ ଓ ରାମଲଲ୍ଲାଙ୍କ ଭଳି ଦିଶୁଥିବା ଭଗବାନ ବିଷ୍ଣୁଙ୍କ ମୂର୍ତ୍ତି

ନୂଆଦିଲ୍ଲୀ: ତେଲେଙ୍ଗାନା ସୀମା ନିକଟ‌ସ୍ଥ କର୍ଣ୍ଣାଟକର ରାଇଚୁର ଜିଲ୍ଲାର ଶକ୍ତି ନଗର ନିକଟରେ କୃଷ୍ଣା ନଦୀ ଉପରେ ଏକ ସେତୁ ନିର୍ମାଣ କାର୍ଯ୍ୟ ଚାଲିଛି। ଏହି ସମୟରେ ନଦୀ ଶଯ୍ୟାରୁ ଭଗବାନ ବିଷ୍ଣୁଙ୍କ ମୂର୍ତ୍ତି ସହ ଏକ ଶିବଲିଙ୍ଗ ମୂର୍ତ୍ତି ମିଳିଛି ଏ। ମିଳିଥିବା ମୂର୍ତ୍ତିଗୁଡ଼ିକ ଅନେକ ବର୍ଷ ତଳର ବୋଲି ଅଧିକାରୀମାନେ ସୂଚନା ଦେଇଛନ୍ତି। ତେବେ ନଦୀ ତଳୁ ମିଳିଥିବା ଭଗବାନ ଶ୍ରୀକୃଷ୍ଣଙ୍କ ମୂର୍ତ୍ତିର ବିଶେଷତ୍ୱ ହେଉଛି ନିକଟରେ ଅଯୋଧ୍ୟାରେ ପ୍ରାଣପ୍ରତିଷ୍ଠା ହୋଇଥିବା ରାମଲଲ୍ଲାଙ୍କ ମୂର୍ତ୍ତି ଭଳି ଦିଶୁଛି। ବିଷ୍ଣୁଙ୍କ ମୂର୍ତ୍ତିରେ ଭଗବାନ ଛିଡ଼ା ହେବା ଅବସ୍ଥାରେ ଥିବା ବେଳେ ତାଙ୍କ ମୁଣ୍ଡ ଉପରେ ୧୦ଟି ଅବତାର ରହିଥିବା ଦେଖିବାକୁ ମିଳୁଛି। ଏହି ମୂର୍ତ୍ତି ସହିତ ଏକ ପ୍ରାଚୀନ ଶିବଲିଙ୍ଗ ବି ମିଳିଛି। ଉଦ୍ଧାର ହୋଇଥିବା ଶିବଲିଙ୍ଗ ଓ ଭଗବାନ ବିଷ୍ଣୁଙ୍କ ମୂର୍ତ୍ତି ପ୍ରତ୍ନତତ୍ତ୍ୱ ସର୍ବେକ୍ଷଣ ଅଫ ଇଣ୍ଡିଆ(ଏଏସ୍‌ଆଇ)କୁ ହସ୍ତାନ୍ତର କରାଯାଇଛି।
ପ୍ରତିମୂର୍ତ୍ତି ନେଇ ଐତିହାସିକ ପଦ୍ମଜା ଦେଶାଇ କହିଛନ୍ତି ଯେ, ମୂର୍ତ୍ତିଟି ଏକାଦଶ ଶତାବ୍ଦୀର। ମୂର୍ତ୍ତିର ଚାରିପାର୍ଶ୍ୱରେ ବିଷ୍ଣୁଙ୍କ ଦଶାବତାର-ମତ୍ସ୍ୟ, କଚ୍ଛପ, ବରାହ, ବାମନ, ନୃସିଂହ, ପର୍ଶୁରାମ, ରାମ, ବଳରାମ, ବୁଦ୍ଧ ଓ କଳ୍କୀଙ୍କ ଅବତାର ଖୋଦେଇ ହୋଇଛି। ପ୍ରତିମୂର୍ତ୍ତିରେ ବିଷ୍ଣୁଙ୍କର ଚାରିଟି ବାହୁ ଅଛି, ଉପର ଦୁଇ ହାତରେ ଶଙ୍ଖ ଏବଂ ଚକ୍ର ଥିବାବେଳେ ତଳ ହାତରେ ଆଶୀର୍ବାଦ ଦେବା ଭଳି ମୁଦ୍ରା ରହିଛି। ଅନୁମାନ କରାଯାଉଛି କି ଏହି ମୂର୍ତ୍ତିଗୁଡ଼ିକ କୌଣସି ମନ୍ଦିରର ଗର୍ଭଗୃହରେ ସ୍ଥାପନା କରାଯାଇଥିଲା। ମନ୍ଦିରକୁ କ୍ଷତି ପହଞ୍ଚିବା ସମୟରେ ଏହାକୁ ନଦୀରେ ଫିଙ୍ଗି ଦିଆଯାଇଥିଲା। ମୂର୍ତ୍ତିଗୁଡ଼ିକ ପାଖାପାଖି ୧୦୦୦ବର୍ଷ ପୁରୁଣା। ତେବେ ଏହା ପ୍ରଥମ ଘଟଣା ନୁହେଁ ଏହା ପୂର୍ବରୁ ଏମିତି ଅନେକ ପ୍ରାଚୀନ ମୂର୍ତ୍ତି ନଦୀ, ପୋଖରୀ ଓ ଘର କାମ ପାଇଁ ନିଅଁ ଖୋଳାଯିବା ସମୟରେ ବାହାରିଛି।

Share Now:

Kalinga News Beuro

Next Post

ଅନ୍‌ଲାଇନ୍‌ରେ ଅନ୍ତର୍ଜାତୀୟ ଭାଷା ସମ୍ମିଳନୀ

Wed Feb 7 , 2024
୧୦୦ ବର୍ଷରୁ ଅଧିକ ସ୍କୁଲ-କଲେଜକୁ ମିଳିବ ୧ କୋଟି ଅନୁଦାନ ଭୁବନେଶ୍ୱର: ଆଗାମୀ ଦିନରେ ଅନ୍‌ଲାଇନ୍‌ରେ ଅନ୍ତର୍ଜାତୀୟ ଭାଷା ସମ୍ମିଳନୀର ଆୟୋଜନ କରାଯିବ। ଆୟୋଜନ ମାଧ୍ୟମରେ ବିଶେଷଜ୍ଞ ଓ ଭାଷାବିତ୍‌ମାନଙ୍କୁ ଏକାଠି କରାଯିବ। ଓଡ଼ିଆ ଭାଷାରେ ଅନ୍ତର୍ଜାତୀୟ ଓ ଜାତୀୟ ସ୍ତରରେ ଗବେଷଣା ନିମନ୍ତେ ୧୦ କୋଟି ଟଙ୍କା ଅନୁଦାନରେ ଏକ କର୍ପସ ପାଣ୍ଠି ଗଠନ କରାଯିବ। ସରକାର ଏଥି ପାଇଁ ପଦକ୍ଷେପ ନେଉଛନ୍ତି। ସତ୍ୟବାଦୀରେ ପ୍ରତିଷ୍ଠିତ ଓଡିଆ ବିଶ୍ୱ […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial