ଅନ୍‌ଲାଇନ୍‌ରେ ଅନ୍ତର୍ଜାତୀୟ ଭାଷା ସମ୍ମିଳନୀ

୧୦୦ ବର୍ଷରୁ ଅଧିକ ସ୍କୁଲ-କଲେଜକୁ ମିଳିବ ୧ କୋଟି ଅନୁଦାନ

ଭୁବନେଶ୍ୱର: ଆଗାମୀ ଦିନରେ ଅନ୍‌ଲାଇନ୍‌ରେ ଅନ୍ତର୍ଜାତୀୟ ଭାଷା ସମ୍ମିଳନୀର ଆୟୋଜନ କରାଯିବ। ଆୟୋଜନ ମାଧ୍ୟମରେ ବିଶେଷଜ୍ଞ ଓ ଭାଷାବିତ୍‌ମାନଙ୍କୁ ଏକାଠି କରାଯିବ। ଓଡ଼ିଆ ଭାଷାରେ ଅନ୍ତର୍ଜାତୀୟ ଓ ଜାତୀୟ ସ୍ତରରେ ଗବେଷଣା ନିମନ୍ତେ ୧୦ କୋଟି ଟଙ୍କା ଅନୁଦାନରେ ଏକ କର୍ପସ ପାଣ୍ଠି ଗଠନ କରାଯିବ। ସରକାର ଏଥି ପାଇଁ ପଦକ୍ଷେପ ନେଉଛନ୍ତି। ସତ୍ୟବାଦୀରେ ପ୍ରତିଷ୍ଠିତ ଓଡିଆ ବିଶ୍ୱ ବିଦ୍ୟାଳୟ ଜରିଆରେ ଏହାକୁ କାର୍ଯ୍ୟକାରୀ କରାଯିବ। ସେହିପରି କମ୍ପ୍ୟୁଟର କି-ବୋର୍ଡ ଏବଂ ଫଣ୍ଟରେ ବ୍ୟବହୃତ ଲିପିର ମାନକୀକରଣ ନିମନ୍ତେ ଏକ ବିଶେଷଜ୍ଞ କମିଟି ଗଠନ କରାଯିବ। ଏହି କମିଟି ଏକ ନିର୍ଦ୍ଧିଷ୍ଟ ସମୟ ସୀମା ମଧ୍ୟରେ କାର୍ଯ୍ୟକାରିତା ନିମନ୍ତେ ପ୍ରସ୍ତାବ ଦେବେ। ଏହାବାଦ୍ ରାଜ୍ୟ ସରକାର ପ୍ରଥମ ପର୍ଯ୍ୟାୟରେ ୧୫୦୦ ହାଇସ୍କୁଲରେ ସ୍ୱତନ୍ତ୍ର ଭାବେ ଓଡ଼ିଆ ଶିକ୍ଷକ ନିଯୁକ୍ତି ଦେବେ ଏବଂ ପରବର୍ତ୍ତୀ ପର୍ଯ୍ୟାୟରେ ନିର୍ଦ୍ଧିଷ୍ଟ ସମୟସୀମା ମଧ୍ୟରେ ସମସ୍ତ ହାଇସ୍କୁଲ ଏହି କାର୍ଯ୍ୟକ୍ରମର ଅନ୍ତର୍ଭୁକ୍ତ ହେବେ।
୧୦୦ ବର୍ଷରୁ ଅଧିକ ସ୍କୁଲ ଓ କଲେଜ ଗୁଡିକୁ ୧ କୋଟି ଟଙ୍କା ଓ ସ୍ୱାଧୀନତା ପୂର୍ବର ବିଶ୍ୱବିଦ୍ୟାଳୟକୁ ୨ କୋଟି ଟଙ୍କାର ଐତିହ୍ୟ ଅନୁଦାନ ଯୋଗାଇ ଦିଆଯିବ। ଏହା ଆମ ଓଡିଆ ମାଧ୍ୟମ ଶିକ୍ଷା ବ୍ୟବସ୍ଥାର ସୁରକ୍ଷା ଓ ଅଭିବୃଦ୍ଧି ପାଇଁ ବ୍ୟବହୃତ ହେବ। ଅନ୍ୟପଟେ ଏକ ଅନୁବାଦ ନୀତି ପ୍ରଣୟନ କରି ଭାରତ ବର୍ଷ ତଥା ବିଶ୍ୱର ଅନ୍ୟାନ୍ୟ ଭାଷାରେ ଓଡ଼ିଆ ପୁସ୍ତକର ଅନୁବାଦ ପାଇଁ ବ୍ୟବସ୍ଥା କରାଯିବ। ବିଭିନ୍ନ ବିଷୟରେ ଓଡିଆ ଭାଷାର ବ୍ୟବହାରକୁ ସରଳ ଓ ସୁଗମ କରିବା ପାଇଁ ଏକ ସଂଶୋଧିତ ଶବ୍ଦାବଳୀ ଓ ଶବ୍ଦକୋଷ ପ୍ରସ୍ତୁତ କରିବା ନିମନ୍ତେ ଓଡିଆ ଶବ୍ଦକୋଷ କମିଟି ଗଠନ କରାଯିବ। ଓଡିଆ ଭାଷାରେ ବିଜ୍ଞାନ, ବୈଷୟିକ ଶିକ୍ଷା ଓ ଡାକ୍ତରୀ ପାଠ୍ୟକ୍ରମକୁ ପ୍ରୋତ୍ସାହିତ କରିବା ନିମନ୍ତେ ଏକ ମଧ୍ୟବର୍ତ୍ତୀକାଳୀନ ନୀତି ପ୍ରଣୟନ କରାଯିବ। ବର୍ତ୍ତମାନ ଓ ଭବିଷ୍ୟତର ଆବଶ୍ୟକତାକୁ ଦୃଷ୍ଟିରେ ରଖି ଓଡିଆ ଭାଷାରେ ପୟୋଜନ ଥିବା ପ୍ରାସଙ୍ଗିକ ପୁସ୍ତକ ପ୍ରକାଶ ପାଇଁ ରାଜ୍ୟ ସରକାର ପ୍ରୋତ୍ସାହନ ଯୋଗାଇ ଦେବେ। ଅନ୍ୟପଟେ କଟକସ୍ଥିତ ପ୍ରିଂଟି ମ୍ୟୁଜିୟମକୁ ଜାତୀୟ ମ୍ୟୁଜିୟମ ରୂପେ ପରିବର୍ଦ୍ଧିତ କରାଯିବ। ଏହାସହ ଓଡ଼ିଆ ଭାଷାରେ ଶିଶୁ ସାହିତ୍ୟର ବିକାଶ ପାଇଁ ରାଜ୍ୟ ସରକାର ସମସ୍ତ ପ୍ରକାର ସହଯୋଗ ଓ ପ୍ରୋତ୍ସାହନ ଯୋଗାଇ ଦେବେ।

Share Now:

Kalinga News Beuro

Next Post

ଏଲୋରା ଏକ ଅନନ୍ୟ କାରୁକାର୍ଯ୍ୟ ପୂର୍ଣ୍ଣ ବରଦାନ

Thu Feb 8 , 2024
ଔରଙ୍ଗାବାଦ : ମହାରାଷ୍ଟ୍ର ଅନ୍ତର୍ଗତ ଔରଙ୍ଗାବାଦ ଅଞ୍ଚଳରେ ଥିବା ଏଲୋରା ଗୁମ୍ଫା ପ୍ରକୃତରେ ଏକ ଅନନ୍ୟ ପର୍ଯ୍ୟଟନ ସ୍ଥଳୀ ଅଟେ। ଏହାକୁ ନ ଦେଖିଲେ ବିଶ୍ବାସ କରିବା କଷ୍ଟକର ବ୍ୟାପାର। ଭାରତୀୟ କାରିଗରୀ ଓ ସ୍ଥାପତ୍ୟ କଳାକୌଶଳ ଏହି ପର୍ଯ୍ୟଟନସ୍ଥଳୀ ରେ ପ୍ରାକୃତିକ ପରିବେଶ ମଧ୍ୟରେ ଅନେକଙ୍କ ମନରେ ଗଭୀର ଭାବରେ ଚିନ୍ତନ କରିବାର ନିଶ୍ଚିତ ଏକ ବାତାବରଣ ସୃଷ୍ଟି କରିବ। ଗୋଟିଏ ବିରାଟ ପାହାଡକୁ ଖୋଦେଇ କରି, ଗୋଟିଏ […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial