କନିଷ୍ଠ ଶିକ୍ଷକ ନିଯୁକ୍ତିରେ ଅନିୟମିତତା : ରାଜ୍ୟ ସରକାରଙ୍କୁ ଟାର୍ଗେଟ୍ କଲା ବିଜେପି

ଭୁବନେଶ୍ୱର : କନିଷ୍ଠ ଶିକ୍ଷକ ନିଯୁକ୍ତିରେ ଅନିୟମିତତା ଅଭିଯୋଗ ଆଣି ଆଶୟୀମାନେ ଆନ୍ଦୋଳନକୁ ଓହ୍ଲାଇଥିବା ବେଳେ ମହାଲମାଣ୍ଡା ପ୍ରସଙ୍ଗକୁ ନେଇ ରାଜନୀତି ତୀବ୍ର ହୋଇଛି। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ପରେ ବିଜେପି ରାଜ୍ୟ ସରକାରଙ୍କୁ ଟାର୍ଗେଟ୍ କରିଛି। ବିଜେପି ରାଜ୍ୟ ଉପସଭାପତି ଗୋଲକ ମହାପାତ୍ର କହିଛନ୍ତି, ଓଡ଼ିଶାର ନିଯୁକ୍ତି ଆଶାୟୀ ଯୁବକ-ଯୁବତୀ ଏହି ମହାଲମାଣ୍ଡା ସରକାର ଚାଲିଥିବାରୁ ଚାକିରି ପାଇବାରୁ ବଞ୍ଚିତ ହୋଇଛନ୍ତି। ରାଜ୍ୟ ସରକାର ଯେତେବେଳେ ଆବେଦନପତ୍ର ଗ୍ରହଣ କଲେ ସେତେବେଳେ ମହାଲମାଣ୍ଡା କେମିତି ଆସିଲେ, ମହାଲମାଣ୍ଡ-ପ୍ରୋ କେମିତି ଆସିଲେ ବୋଲି ବିଜେପି ପ୍ରଶ୍ନ କରିଛି।
ଏପଟେ ଉଭୟ ବିଜେଡି ଓ ବିଜେପିକୁ କଂଗ୍ରେସ ନେତା ପଞ୍ଚାନନ କାନୁନଗୋ ଟାର୍ଗେଟ୍ କରିଛନ୍ତି। ସେ କହିଛନ୍ତି ଯେ, ଯେହେତୁ ନିଯୁକ୍ତି ପ୍ରକ୍ରିୟା କେନ୍ଦ୍ରୀୟ ଏଜେନ୍ସି କରାଉଥିଲା, ପ୍ରଥମେ ବିଜେପି ସ୍ପଷ୍ଟୀକରଣ ରଖୁ। ଏପଟେ ବିଜେଡି କହିଛି-ନିର୍ବାଚନ ମାତ୍ର ୩ ମାସ ରହିଲା। କିଏ ଫେକ୍ ତାହା ଓଡ଼ିଶାବାସୀ ଜାଣିଛନ୍ତି। ଆଗାମୀ ନିର୍ବାଚନରେ ଜନତା ଏହାର ଜବାବ୍‌ ଦେବେ ବୋଲି ବିଜେଡି ବିଧାୟକ ସୁଧିର ସାମଲ କହିଛନ୍ତି।

Share Now:

Kalinga News Beuro

Next Post

୨୦ ପୁଲିସ ଅଧିକାରୀଙ୍କୁ ମିଳିବ ରାଜ୍ୟପାଳ ପୁଲିସ ପଦକ

Sun Jan 21 , 2024
ଭୁବନେଶ୍ୱର: ୨୦୨୩ ପାଇଁ ରାଜ୍ୟପାଳ ପୁଲିସ ପଦକ ଘୋଷଣା ହୋଇଛି। ୨୦ଜଣ ପୁଲିସ ଅଧିକାରୀଙ୍କୁ ଏହି ସମ୍ମାନଜନକ ପଦକ ମିଳିବ। ଏଥିରେ ୨ଜଣ ଆଇଜିଙ୍କୁ ରାଜ୍ୟପାଳ ପୁଲିସ ପଦକ ମିଳିବ। ଏହି କ୍ରମରେ ପୂର୍ବାଞ୍ଚଳ ଆଇଜି ହିମାଂଶୁ ଲାଲଙ୍କୁ ଏବଂ କ୍ରାଇମବ୍ରାଞ୍ଚ ଆଇଜି ସଫିନ୍ ଅହମ୍ମଦଙ୍କୁ ଏହି ସମ୍ମାନଜନକ ପଦକ ମିଳିବ। ଗଞ୍ଜାମ ଓ ସମ୍ବଲପୁର ଏସପିଙ୍କୁ ମଧ୍ୟ ଏହି ସମ୍ମାନଜନକ ପଦକ ମିଳିବାର ସୂଚନା ରହିଛି। Share Now:

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial