ସହର ଭିତରେ ହରିଣ: ରକ୍ତ ଜୁଡୁବୁଡୁ ଅବସ୍ଥାରେ ଉଦ୍ଧାର କଲା ପୁଲିସ

ସହର ଭିତରେ ହରିଣ

ଭୁବନେଶ୍ୱର: ଭୁବନେଶ୍ୱର ସହର ଭିତରେ ହରିଣ ଉଦ୍ଧାର ହୋଇଛି। ରାଜଧାନୀର ଓମଫେଡ ଛକ ନିକଟରୁ ହରିଣଟିକୁ ରକ୍ତ ଜୁଡୁବୁଡୁ ଅବସ୍ଥାରେ କମିସନରେଟର ପିସିଆର ଟିମ ଉଦ୍ଧାର କରିଛି। ମିଳିଥିବା ସୂଚନା ଅନୁଯାୟୀ, ଅଜଣା ଗାଡ଼ି ଧକ୍କାରେ ହରିଣର ଗୋଡ଼ ଭାଙ୍ଗି ଯାଇଥିବା ବେଳେ, ହରିଣର ଶିଙ୍ଗରେ ମଧ୍ୟ କ୍ଷତ ଚିହ୍ନ ଦେଖିବାକୁ ମିଳିଛି। ଘଟଣାସ୍ଥଳରେ ବନ ବିଭାଗର ଟିମ ପହଞ୍ଚି ହରିଣର ଚିକିତ୍ସା କରାଇଛନ୍ତି। ହରିଣର ଗୋଡ଼ଟି ଭାଙ୍ଗି ଯାଇଥିବାରୁ ତାକୁ ଠିକ ହେବା ପାଇଁ ୨୧ ଦିନ ସମୟ ଲାଗିବ ବୋଲି ଡାକ୍ତର କହିଛନ୍ତି।ତେବେ ସବୁଠାରୁ ବଡ଼ ପ୍ରଶ୍ନ ହେଉଛି, ସହର ଭିତରକୁ ହରିଣଟି କେମିତି ଆସିଲା ତାହା ଏବେ ବି ଅସ୍ପଷ୍ଟ।

Share Now:

Kalinga News Beuro

Next Post

ବିଏମ୍‌ସି ମେୟର୍‌ ପଦ ପାଇଁ ଚିତ୍ର ସ୍ପଷ୍ଟ ସୁଲୋଚନା-ସୁନୀତି-ମଧୁସ୍ମିତା

Sun Mar 6 , 2022
ଭୁବନେଶ୍ୱର: ସବୁ କଳ୍ପନାଜଳ୍ପନାର ଅନ୍ତ ଘଟିଛି। ଛକାପଞ୍ଝା ମଧ୍ୟରେ ଉଭୟ ବିଜେଡି ଓ ବିଜେପି ଆଜି ବିଏମ୍‌ସି ନିର୍ବାଚନ ଲାଗି ମେୟର୍‌ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛନ୍ତି। ସାମ୍ବାଦିକତାରୁ ରାଜନୀତିରେ ପାଦ ଥାପିଥିବା ରାଜ୍ୟ ଭିନ୍ନକ୍ଷମ ଆୟୁକ୍ତ ସୁଲୋଚନା ଦାସଙ୍କୁ ବିଜେଡି ପ୍ରାର୍ଥୀ କରିଛି। ଏନେଇ ଦଳର ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିବାର ୫ ଘଣ୍ଟା ପରେ ବିଜେପି ତାହାର ମେୟର୍‌ ପ୍ରାର୍ଥୀଙ୍କୁ ମଇଦାନକୁ ଆଣିଛି। […]
ବିଏମ୍‌ସି ମେୟର୍‌ ପଦ ପାଇଁ ସୁଲୋଚନା-ସୁନୀତି-ମଧୁସ୍ମିତା

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial