ନାଗାବଳୀ ନଦୀରେ ବୁଡି ୨ ନାବାଳିକାଙ୍କ ମୃତ୍ୟୁ

ରାୟଗଡା: ଆଜି ରାୟଗଡା ଜିଲ୍ଲା ଚାନ୍ଦିଲି ନିକଟସ୍ଥ ନାଗାବଳୀ ନଦୀରେ ଦୁଇ ନାବାଳିକା ବୁଡି ମୃତ୍ୟୁବରଣ କରିଛନ୍ତି। ଘଟଣା ଅନୁଯାୟୀ ଚାନ୍ଦିଲି ମହିମା ପଡା ଅଞ୍ଚଳର ରାଜକୁାମର ସୁନାଙ୍କ ଝିଅ ହେମାବତୀ ସୁନା(୧୧) ଏବଂ ତୁଳସା ଅବଦୁଲଙ୍କ ଝିଅ ଅନୁ ଅବଦୁଲ(୧୦) ସ୍କୁଲ ଛୁଟି ପରେ ଗାଧୋଇବା ପାଇଁ ନିକଟସ୍ଥ ନାଗାବଳୀ ନଦୀକୁ ଯାଇଥିଲେ। ତେବେ ଗାଧୋଉଥିବା ବେଳେ ହଠାତ୍ ପାଣିରେ ଦୁହେଁ ଭାସିଯାଇଥିଲେ।
ତେବେ ଦୁଇ ଜଣଯାକ ପାଣିରେ ଭାସିଯିବା ସ୍ଥାନୀୟ ଲୋକେ ଜାଣିବା ପରେ ତୁରନ୍ତ ଆସି ପାଣିରେ ଖୋଜାଖୋଜି କରିଥିଲେ। ପରେ ଅଗ୍ନିଶମ ବିଭାଗର କର୍ମଚାରୀ ପହଞ୍ଚି ପ୍ରଥମେ ଅନୁର ମୃତ୍ୟୁ ଦେହ ମିଳିଥିଲା। ପରେ ବହୁ ଖୋଜାଖୋଜି କରିବା ପରେ ହେମାବତୀଙ୍କର ମଧ୍ୟ ମୃତ ଦେହ ମିଳିଥିଲା। ଦୁହେଁ ପାଣିରେ ବୁଡି ମୃତ୍ୟୁବରଣ କରିଥିଲେ।ଏହି ଘଟଣା ପ୍ରଚାର ହେବା ପରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭକରିଛି।

Share Now:

Kalinga News Beuro

Next Post

ବିଦ୍ୟୁତ୍‌ ସମସ୍ୟା ପ୍ରତିବାଦରେ ରାସ୍ତା ଅବରୋଧ : ୩ ଘଣ୍ଟା ଧରି ଯାତାୟାତ ଠପ୍

Fri Mar 1 , 2024
ଲାଞ୍ଜିଗଡ଼: ବିଦ୍ୟୁତ୍‌ ସମସ୍ୟା ନେଇ କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଲକ୍ ଲାଖବାହାଲି ପଞ୍ଚାୟତ ଅନ୍ତର୍ଗତ କନ୍ଦସାର୍ଲି ଗ୍ରାମବାସୀ ଶୁକ୍ରବାର ରାସ୍ତା ଅବରୋଧ କରିଥିଲେ। ବିଶ୍ୱନାଥପୁରରୁ କଲ୍ୟାଣସିଂହପୁର ରାସ୍ତା ଅବରୋଧ ଯୋଗୁଁ ଯାନବାହନ ଚଳାଚଳ ଠପ୍‌ ହୋଇଯାଇଥିଲା।ଗ୍ରାମବାସୀଙ୍କ ଅଭିଯୋଗ ଅନୁସାରେ, କୁମାରଗୁଡ଼ାରୁ କନ୍ଦସାର୍ଲି ଗାଁକୁ ସଂଯୋଗ କରୁଥିବା ବିଦ୍ୟୁତ୍‌ ତାର ୩ ମାସ ହେଲା ଛିଣ୍ଡି ଯାଇଛି। ବାରମ୍ବାର ଅଭିଯୋଗ କଲେ ବି ବିଦ୍ୟୁତ ବିଭାଗର କର୍ମଚାରୀ ଶୁଣୁନାହାନ୍ତି। ବର୍ତ୍ତମାନ ସ୍କୁଲ, […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial