ଓଡ଼ିଶା ବିଧାନସଭାର ବଜେଟ୍‌ ଅଧିବେଶନ : ସହଯୋଗ ଲୋଡ଼ିଲେ ବାଚସ୍ପତି

ଭୁବନେଶ୍ୱର: ଆସନ୍ତାକାଲି ୫ ଫେବୃଆରୀ ୨୦୨୩ ଠାରୁ ଷୋଡଶ ବିଧାନସଭାର ଅନ୍ତିମ ଅଧିବେଶନ ଆରମ୍ଭ ହେବ। ବିଧାନସଭାର ଏହି ବଜେଟ୍‌ ଅଧିବେଶନ ଆସନ୍ତା ୧୩ ତାରିଖ ପର୍ଯ୍ୟନ୍ତ ଜାରି ରହିବ। ଏହା ପୂର୍ବରୁ ରବିବାର ସନ୍ଧ୍ୟାରେ ବିଧାନସଭାର ସର୍ବଦଳୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକର ବାଚସ୍ପତି ପ୍ରମିଳା ମଲ୍ଲିକ ଅଧ୍ୟକ୍ଷତା କରିଛନ୍ତି।
ବାଚସ୍ପତିଙ୍କ ପ୍ରକୋଷ୍ଠରେ ବସିଥିବା ବୈଠକରେ ବିଧାନସଭାକୁ ଶାନ୍ତି ଶୃଙ୍ଖଳାର ସହ ଶେଷ କରିବାକୁ ନେଇ ଚର୍ଚ୍ଚା ହୋଇଛି। ବାଚସ୍ପତି ଶ୍ରୀମତୀ ମଲ୍ଲିକ ସହଯୋଗ ଲୋଡ଼ିଛନ୍ତି। ବୈଠକରେ ସଂସଦୀୟ ବ୍ୟାପାର ମନ୍ତ୍ରୀ ନିରଞ୍ଜନ ପୂଜାରୀ, ସରକାରୀ ଦଳ ମୁଖ୍ୟ ସଚେତକ ପ୍ରଶାନ୍ତ ମୁଦୁଲି, ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ଚରଣ ମାଝୀ, କଂଗ୍ରେସ ବିଧାୟକ ଦଳର ନେତା ନରସିଂହ ମିଶ୍ର ଓ ବିଜେଡି ବିଧାୟକ ପ୍ରଣବ ପ୍ରକାଶ ଦାସ ଉପସ୍ଥିତ ଅଛନ୍ତି। ସୂଚନାଯୋଗ୍ୟ ଆସନ୍ତା ୮ ତାରିଖ ଦିନ ବିଧାନସଭାରେ ଅର୍ଥମନ୍ତ୍ରୀ ବିକ୍ରମ କେଶରୀ ଆରୁଖ କାମଚଳା ବଜେଟ ଆଗତ କରିବେ।

Share Now:

Kalinga News Beuro

Next Post

ଭଙ୍ଗାଯିବ ଗ୍ୟାଙ୍ଗଷ୍ଟାରର ସ୍ୱପ୍ନର ଘର ମନ୍ନତ

Sun Feb 4 , 2024
ନୂଆଦିଲ୍ଲୀ: ଗ୍ୟାଙ୍ଗଷ୍ଟାର ଅତିକ ଅହମ୍ମଦର ବେଆଇନ ସମ୍ପତ୍ତି ଉପରେ ପୁଲିସ କ୍ରମାଗତ ଭାବେ କାର୍ଯ୍ୟାନୁଷ୍ଠାନ ନେଉଛି। ସମ୍ପ୍ରତି ଖବର ଆସିଛି କି ଅତିକର ଗ୍ରେଟର ନୋଏଡା ସେକ୍ଟର-୩୬ସ୍ଥିତ କୋଠା ଉପରେ ଉତ୍ତରପ୍ରଦେଶ ପୁଲିସ ବୁଲଡୋଜର ଚଢ଼ାଇବାକୁ ପ୍ରସ୍ତୁତ ହୋଇଛି। ଏହି କୋଠାର ମୂଲ୍ୟ ୩.୭ କୋଟି ଟଙ୍କା ରହିଥିବା ବେଳେ ନାମ ରହିଛି ମନ୍ନତ। ମନ୍ନତ ଯାହାକି ବଲିଉଡ ସୁପରଷ୍ଟାର ଶାହାରୁଖ ଖାନଙ୍କ ବଙ୍ଗଳାର ନାମ। ତେବେ ଅତିକ ଶାହାରୁଖଙ୍କ […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial