ଇନ୍ଦ୍ର ନଦୀରୁ ମିଳିଲା ଅଜଣା ଯୁବକଙ୍କ ମୃତଦେହ

ଇନ୍ଦ୍ର ନଦୀରୁ ମିଳିଲା ଅଜଣା ଯୁବକଙ୍କ ମୃତଦେହ

ନୂଆପଡ଼ା: ନୂଆପଡା ଜିଲ୍ଲା କୋମନା ଥାନା ରଜନା ଗାଁ ନିକଟସ୍ଥ ଇନ୍ଦ୍ର ନଦୀରେ ଏକ ମୃତଦେହ ଭାସୁଥିବା ଦେଖିବାକୁ ମିଳିଥିଲା। ସ୍ଥାନୀୟ ଲୋକେ ଇନ୍ଦ୍ର ନଦୀର ଘୋଡାଘାଟ ପାଖରେ ମୃ୍ତଦେହ ଦେଖି ପୁଲିସକୁ ଜଣାଇଥିଲେ। କୋମନା ପୁଲିସ ଓ ଅଗ୍ନୀଶମ ବିଭାଗ ଘଟଣାସ୍ଥଳକୁ ଯାଇ ମୃତଦେହ ଉଦ୍ଧାର କରିଛନ୍ତି। ତେବେ ଏହା ଜଣେ ଅଜଣା ଯୁବକଙ୍କ ମୃତଦେହ ବୋଲି ଜଣାପଡିଛି। ମୃତଦେହର ପ୍ରକୃତ ପରିଚୟ ମିଳି ପାରିନାହିଁ। ମୃତଦେହ ଜବତ କରି ତାହାର ବ୍ୟବଚ୍ଛେଦ ପାଇଁ କୋମନା ମେଡିକାଲକୁ ପଠାଯାଇଛି।

Share Now:

Kalinga News Beuro

Next Post

ଚୀନ ନିର୍ମିତ ଗୁପ୍ତଚର ଡ୍ରୋନ ଉଡ଼ାଉଛି ପାକିସ୍ତାନ

Wed Mar 1 , 2023
ନୂଆଦିଲ୍ଲୀ : ପାକିସ୍ତାନପଟୁ ଡ୍ରୋନଗୁଡ଼ିକ ମାଧ୍ୟମରେ ଭାରତ ଭିତରକୁ ଆସୁଛି ଅସ୍ତ୍ରଶସ୍ତ୍ର। ପୁଣି ଭାରତ ଉପରେ ନଜର ରଖିବାକୁ ପାକିସ୍ତାନ ଚୀନ ନିର୍ମିତ ଡ୍ରୋନ ବ୍ୟବହାର କରୁଛି। ଆହୁରି ଚିନ୍ତାଜନକ ବିଷୟ ହେଉଛି ପଞ୍ଜାବରେ ପୁଣି ଖଲିସ୍ତାନ ଆନ୍ଦୋଳନ ମୁଣ୍ଡ ଟେକୁଥିବାବେଳେ ପାକିସ୍ତାନ ଓ ଚୀନ ସେଥିପାଇଁ ଅସ୍ତ୍ରଶସ୍ତ୍ର ଯୋଗାଉଛନ୍ତି।ଗତ ଡିସେମ୍ବର ୨୫, ୨୦୨୨ରେ ବିଏସଏଫ ପାକିସ୍ତାନରୁ ଆସୁଥିବା ଏଭଳି ଏକ ଡ୍ରୋନକୁ ଧ୍ୱଂସ କରିଥିଲା ଏବଂ ଏହାର ଯୋଜନାକୁ […]
ଚୀନ ନିର୍ମିତ ଗୁପ୍ତଚର ଡ୍ରୋନ ଉଡ଼ାଉଛି ପାକିସ୍ତାନ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial