ଚୀନ ନିର୍ମିତ ଗୁପ୍ତଚର ଡ୍ରୋନ ଉଡ଼ାଉଛି ପାକିସ୍ତାନ

ଚୀନ ନିର୍ମିତ ଗୁପ୍ତଚର ଡ୍ରୋନ ଉଡ଼ାଉଛି ପାକିସ୍ତାନ

ନୂଆଦିଲ୍ଲୀ : ପାକିସ୍ତାନପଟୁ ଡ୍ରୋନଗୁଡ଼ିକ ମାଧ୍ୟମରେ ଭାରତ ଭିତରକୁ ଆସୁଛି ଅସ୍ତ୍ରଶସ୍ତ୍ର। ପୁଣି ଭାରତ ଉପରେ ନଜର ରଖିବାକୁ ପାକିସ୍ତାନ ଚୀନ ନିର୍ମିତ ଡ୍ରୋନ ବ୍ୟବହାର କରୁଛି। ଆହୁରି ଚିନ୍ତାଜନକ ବିଷୟ ହେଉଛି ପଞ୍ଜାବରେ ପୁଣି ଖଲିସ୍ତାନ ଆନ୍ଦୋଳନ ମୁଣ୍ଡ ଟେକୁଥିବାବେଳେ ପାକିସ୍ତାନ ଓ ଚୀନ ସେଥିପାଇଁ ଅସ୍ତ୍ରଶସ୍ତ୍ର ଯୋଗାଉଛନ୍ତି।
ଗତ ଡିସେମ୍ବର ୨୫, ୨୦୨୨ରେ ବିଏସଏଫ ପାକିସ୍ତାନରୁ ଆସୁଥିବା ଏଭଳି ଏକ ଡ୍ରୋନକୁ ଧ୍ୱଂସ କରିଥିଲା ଏବଂ ଏହାର ଯୋଜନାକୁ ବିଫଳ କରିଥିଲା। ଯେତେବେଳେ ଏହି ଡ୍ରୋନକୁ ଜବତ କରି ଫରେନସିକ୍ ପରୀକ୍ଷା ପାଇଁ ପଠାଯାଇଥିଲା, ସେତେବେଳେ ଚୀନ ଓ ପାକିସ୍ତାନର ଏକ ବଡ଼ ଷଡ଼ଯନ୍ତ୍ର ପଦାକୁ ଆସିଥିଲା। ୨୦୨୨ ଡିସେମ୍ବର ୨୫ ତାରିଖ ସନ୍ଧ୍ୟା ପ୍ରାୟ ୭ଟା ୪୫ ମିନିଟରେ ଅମୃତସର ସେକ୍ଟରର ଏଓଆର ବିଓପି ରାଜତାଲରେ ଏକ ପାକିସ୍ତାନୀ କ୍ୱାଡକପ୍ଟର ଡ୍ରୋନ ଭାରତୀୟ ସୀମାରେ ଅନୁପ୍ରବେଶ କରିଥିଲା। ବିଏସଏଫ ଯବାନମାନେ ଡ୍ରୋନ ଉପରକୁ ଗୁଳି ଚଳାଇ ଏହାକୁ ତଳକୁ ଖସାଇ ଦେଇଥିଲେ। ଡ୍ରୋନକୁ ଜବତ କରି ଫରେନସିକ୍ ପରୀକ୍ଷା ପାଇଁ ପଠାଯାଇଥିଲା। ଡ୍ରୋନର ଫରେନସିକ୍ ବିଶ୍ଳେଷଣରୁ ଜଣାପଡିଛି ଯେ ୨୦୨୨ ଜୁନ୍ ୧୧ ରେ ଏହା ଚୀନର ସାଂଘାଇରେ ଉଡ଼ାଣ ଭରିଥିଲା। ଏହାପରେ ୨୪ ସେପ୍ଟେମ୍ବର ୨୦୨୨ରୁ ୨୫ ଡିସେମ୍ବର ୨୦୨୨ ପର୍ଯ୍ୟନ୍ତ ଏହା ପାକିସ୍ତାନର ପଞ୍ଜାବର ଖାନେୱାଲ ଉପରେ ୨୮ ଥର ଉଡ଼ାଣ ଭରିଥିଲା। ଏଥିରୁ ସ୍ପଷ୍ଟ ହୋଇଯାଉଛି ଯେ ଭାରତ ଉପରେ ବ୍ୟବହାର କରିବାକୁ ଚୀନ ପାକିସ୍ତାନକୁ ଏସବୁ ଡ୍ରୋନ ଯୋଗାଉଛି।

Share Now:

Kalinga News Beuro

Next Post

ରୋଗୀଣା ବାପାର ଚିକିତ୍ସା ପାଇଁ ପୁଅ ସାଜିଲା ଚୋର

Wed Mar 1 , 2023
ଥାଣେ: ରୋଗୀଣା ବାପାର ଚିକିତ୍ସା ପାଇଁ ପୁଅ ହେଲା ଚୋର। ମହାରାଷ୍ଟ୍ରର ଥାଣେରେ ଘଟିଛି ଏଭଳି ଘଟଣା। ଥାଣେ ପୁଲିସ ଏବେ ଅଭିଯୁକ୍ତକୁ ଗିରଫ କରିଥିବା ବେଳେ ଚୋରି ପଛର କାରଣ ସାମ୍ନାକୁ ଆସିଛି। ଅଭିଯୁକ୍ତଜଣକ ଡୋମ୍ବିବିଲିର ବିଷ୍ଣୁ ନଗରର ବାସିନ୍ଦା ବୋଲି ଜଣାପଡ଼ିଛି। ମିଳିଥିବା ସୂଚନା ଅନୁଯାୟୀ, ଗତ ସପ୍ତାହରେ ଜଣେ ବ୍ୟକ୍ତି ତାଙ୍କ ଘରୁ ଲକ୍ଷ ଲକ୍ଷ ଟଙ୍କା ମୂଲ୍ୟର ଅଳଙ୍କାର ଚୋରି ହୋଇଥିବା ନେଇ ପୁଲିସ […]
ରୋଗୀଣା ବାପାର ଚିକିତ୍ସା ପାଇଁ ପୁଅ ହେଲା ଚୋର

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial