ସାମ୍ନାକୁ ଆସିଲା ଶ୍ରୀଦେବୀଙ୍କ ମୃତ୍ୟୁର ପ୍ରକୃତ କାରଣ

ମୁମ୍ବାଇ: ଦିବଂଗତ ଅଭିନେତ୍ରୀ ଶ୍ରୀଦେବୀଙ୍କ ବାଥ୍‌ଟବ୍‌ରେ ବୁଡ଼ି ମୃତ୍ୟୁ ହେବା ଖବରକୁ ନେଇ ସେ ସମୟରେ ଅନେକ ପ୍ରଶ୍ନବାଚୀ ସୃଷ୍ଟି ହୋଇଥିଲା। ନିକଟରେ ଶ୍ରୀଦେବୀଙ୍କ ମୃତ୍ୟୁ କିପରି ହୋଇଥିଲା ତାହାର ପ୍ରକୃତ କାରଣ ସାମ୍ନାକୁ ଆସିଛି। ଶ୍ରୀଦେବୀଙ୍କ ଜୀବନୀ ଉପରେ ‘ଶ୍ରୀଦେବୀ: ଦ ଏଟର୍ନାଲ ଗଡେସ୍‌’ ଶୀର୍ଷକ ପୁସ୍ତକ ଲେଖିଥିବା ସତ୍ୟାର୍ଥ ନାୟକ ଏହାର ପର୍ଦ୍ଦାଫାଶ କରିଛନ୍ତି। ୫୪ ବର୍ଷ ବୟସରେ ୨୪ ଫେବ୍ରୁଆରି ୨୦୧୮ରେ ଶ୍ରୀଦେବୀଙ୍କ ମୃତ୍ୟୁ ଘଟିଥିଲା। ଏହି ଖବର ସେତେବେଳେ ଅଭିନୟ ଜଗତରେ ଶୋକର ଛାୟା ଖେଳାଇ ଦେଇଥିଲା।ଲେଖକ ସତ୍ୟାର୍ଥ ନାୟକ ପ୍ରକାଶ କରିଛନ୍ତି କି ଲେ‌ା-ବ୍ଲଡ ପ୍ରେସର ଯୋଗୁଁ ଶ୍ରୀଦେବୀଙ୍କ ମୃତ୍ୟୁ ହୋଇଥିଲା। ଏ ନେଇ ସେ ଶ୍ରୀଦେବୀଙ୍କ ସହକର୍ମୀ ଓ ସମ୍ପର୍କୀୟଙ୍କ ମତ ମଧ୍ୟ ନେଇଥିବା ସୂଚନା ଦେଇଛନ୍ତି । ନାୟକ କହିଛନ୍ତି, ମୁଁ ପଙ୍କଜ ପରାଶର (ଯିଏକି ସିନେମା ‘ଚାଲବାଜ’ରେ ଶ୍ରୀଦେବୀଙ୍କ ନିର୍ଦ୍ଦେଶକ ଥିଲେ) ଓ ଅଭିନେତା ନାଗାର୍ଜୁନ୍‌ଙ୍କୁ ଭେଟିଥିଲି। ଏ ଦୁହେଁ ମୋତେ କହିଥିଲେ କି ଶ୍ରୀଦେବୀଙ୍କର ଲୋ-ବ୍ଲଡ୍‌ପ୍ରେସର ଥିଲା। ପଙ୍କଜ ପରାଶର ଓ ନାଗାର୍ଜୁନଙ୍କ ସହ କାମ କରୁଥିବା ବେଳେ ଅନେକ ଥର ଶ୍ରୀଦେବୀ ଗାଧୁଆଘରେ ଅଚେତ ହୋଇ ପଡ଼ି ଯାଇଥିବା ଦୁହେଁ କହିଛନ୍ତି। କେବଳ ଏତିକି ନୁହେଁ ଲେଖକ ସତ୍ୟାର୍ଥ ନାୟକ କହିଛନ୍ତି, ମୁଁ ଏସମ୍ପର୍କରେ ଶ୍ରୀଦେବୀଙ୍କ ଭାଣିଜୀ ମାହେଶ୍ୱରୀଙ୍କ ସହିତ ବି ଆଲୋଚନା କରିଥିଲି। ମାହେଶ୍ୱରୀ ମୋତେ କହିଥିଲେ କି ସେ ଶ୍ରୀଦେବୀଙ୍କୁ ବାଥରୁମ୍‌ରେ ପଡ଼ିଥିବା ସହିତ ତାଙ୍କ ମୁଣ୍ଡରୁ ରକ୍ତ ବାହାରୁଥିବା ଦେଖିବାକୁ ପାଇଥିଲେ। ଏଥିସହିତ ବୋନି କପୁର ବି ମୋତେ କହିଥିଲେ କି, ଦିନେ ଏମିତି ହିଁ ଚାଲୁଚାଲୁ ଶ୍ରୀଦେବୀ ହଠାତ ତଳେ ପଡ଼ି ଯାଇଥିଲେ। ଲୋ-ବ୍ଲଡ ପ୍ରେସର ଥିବାରୁ ଶ୍ରୀଦେବୀଙ୍କ ସହିତ ଏମିତି ଘଟଣା ଘଟୁଥିଲା ବୋଲି ପରିବାରଲୋକ କହିଛନ୍ତି। ମାତ୍ର କେରଳର ତତ୍କାଳୀନ ଡିଜିପି କହିଥିଲେ, ଶ୍ରୀଦେବୀଙ୍କ ମୃତ୍ୟୁ ସାଧାରଣ ନୁହେଁ, ଏହା ଏକ ହତ୍ୟାକାଣ୍ଡ। ସେହିପରି ମୃତ୍ୟୁ ପ୍ରମାଣପତ୍ରରେ ଆଘାତ ଲାଗି ମୃତ୍ୟୁ ଘଟିଥିବା ଡାକ୍ତର ଦର୍ଶାଇଥିଲେ। ଏସବୁ ଭିତରେ ଲେଖକ ସତ୍ୟାର୍ଥ ନାୟକଙ୍କ ଏଭଳି ଦାବି ଶ୍ରୀଦେବୀଙ୍କ ମୃତ୍ୟୁର ସମସ୍ତ ରହସ୍ୟ ଉପରୁ ପରଦା ଉଠାଇ ଦେଇଛି।

Share Now:

Kalinga News Beuro

Leave a Reply

Next Post

‘ଚଳଚ୍ଚିତ୍ର ଜଗତ’ର ପ୍ରତିଭା ସମ୍ମାନ ଉତ୍ସବ : ବାବୁସାନ ଶ୍ରେଷ୍ଠ ଅଭିନେତା, ବର୍ଷା ଶ୍ରେଷ୍ଠ ଅଭିନେତ୍ରୀ

Mon Jan 6 , 2020
ଭୁବନେଶ୍ୱର : ‘ଚଳଚ୍ଚିତ୍ର ଜଗତ’ର ୪୪ତମ ବାର୍ଷିକ ଉତ୍ସବ ଏବଂ ଚଳଚ୍ଚିତ୍ର ଜଗତ ପ୍ରତିଭା ସମ୍ମାନ ଉତ୍ସବ ରବୀନ୍ଦ୍ର ମଣ୍ଡପରେ ଅନୁଷ୍ଠିତ ହୋଇଯାଇଛି। ସୁଧୀର କୁମାର ଜୈନଙ୍କ ‘ବୈଶାଳୀ’ ଶ୍ରେଷ୍ଠ ଚଳଚ୍ଚିତ୍ର (କ୍ରିଟିକ୍‌) ପୁରସ୍କାର ପାଇଥିବା ବେଳେ ପପୁଲାର ବର୍ଗରେ ଶ୍ରେଷ୍ଠ ଚଳଚ୍ଚିତ୍ର ପୁରସ୍କାର ଲାଭ କରିଛି ତରଙ୍ଗ ସିନେ ପ୍ରଡକ୍ସନ ପ୍ରଯୋଜିତ ‘ମିଷ୍ଟର ମଜ୍‌ନୁ’। ବବି ଇସ୍‌ଲାମ୍‌ଙ୍କୁ ‘ଛବିରାଣୀ’ ଏବଂ ଅଶୋକ ପତିଙ୍କୁ ‘ମିଷ୍ଟର ମଜ୍‌ନୁ’ ଚଳଚ୍ଚିତ୍ର ପାଇଁ […]

ଆହୁରି ପଢ଼ନ୍ତୁ

Most Read

Social media & sharing icons powered by UltimatelySocial