ମାନଚିତ୍ର ବିବାଦ : ନେପାଳକୁ ଦୃଢ ଜବାବ ଦେଲା ଭାରତ

ନୂଆଦିଲ୍ଲୀ : ଭାରତୀୟ ଅଞ୍ଚଳକୁ ନିଜର ବୋଲି ଦର୍ଶାଇ ନେପାଳ ପକ୍ଷରୁ ସରକାରୀ ମାନଚିତ୍ର ଜାରି କରାଯିବାକୁ ଭାରତ ତୀବ୍ର ବିରୋଧ କରିଛି। ଭାରତୀୟ ବୈଦେଶିକ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି ଯେ ନେପାଳର ଏହି ଦାବି ଐତିହାସିକ ତଥ୍ୟ ଉପରେ ଆଧାରିତ ନୁହେଁ। ନେପାଳ ଏପରି ଅଯୌକ୍ତିକ ଉଦ୍ୟମରୁ ବିରତ ହେବା ଆବଶ୍ୟକ। ମନ୍ତ୍ରାଳୟର ମୁଖପାତ୍ର ଅନୁରାଗ ଶ୍ରୀବାସ୍ତବ କହିଛନ୍ତି ଯେ ସୀମାବିବାଦକୁ ଦ୍ୱିପାକ୍ଷିକ ଆଲୋଚନା ମାଧ୍ୟମରେ ସମାଧାନ କରାଯିବା ଆବଶ୍ୟକ। କିନ୍ତୁ ଏକତରଫା ଭାବେ ଭାରତର ଅଞ୍ଚଳକୁ ନିଜର ଦାବି କରିବାକୁ ଭାରତ ଗ୍ରହଣ କରିବ ନାହିଁ। ନେପାଳ ସରକାର ଭାରତର ସାର୍ବଭୌମତ୍ୱକୁ ସମ୍ମାନ ଜଣାଇବା ଆବଶ୍ୟକ ଓ ଦ୍ୱିପାକ୍ଷିକ ସମ୍ପର୍କ ପାଇଁ ସକାରାତ୍ମକ ବାତାବରଣ ସୃଷ୍ଟି କରିବା ଆବଶ୍ୟକ। ନେପାଳ ସୀମାରେ ଥିବା ଏହି ଅଞ୍ଚଳ ଭାରତୀୟ ଅଞ୍ଚଳ ହୋଇଥିଲେ ମଧ୍ୟ ନେପାଳ ତାହାକୁ ନିଜର ଅଞ୍ଚଳବୋଲି ଦାବି କରୁଛି। ନିକଟରେ ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂ ଏହି ଅଞ୍ଚଳରେ ଏକ ପୋଲ ଉଦଘାଟନ କରିଥିଲେ। ଏହାକୁ ନେଇ ନେପାଳ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଥିଲା। ସୋମବାରଦିନ ନେପାଳ କ୍ୟାବିନେଟ ଏକ ନୂଆ ରାଜନୈତିକ ମାନଚିତ୍ର ଜାରି କରିଛି ଯେଉଁଥିରେ ଏସବୁ ଅଞ୍ଚଳ ନେପାଳର ଥିବା ଦର୍ଶାଯାଇଛି।

Share Now:

Kalinga News Beuro

Next Post

ଟୁଇଟ କରି ଓଡ଼ିଶାକୁ ପ୍ରଂଶସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

Thu May 21 , 2020
ନୂଆଦିଲ୍ଲୀ: ବାତ୍ୟା ଅମ୍ଫାନ୍ ଦ୍ୱାରା ଘଟିଥିବା ବିନାଶର ଦୃଶ୍ୟ ଦେଖିବା ପରେ ପଶ୍ଚିମବଙ୍ଗ ଏବଂ ଓଡିଶାରେ ପରିସ୍ଥିତି ଖୁବ ଶୀଘ୍ର ସ୍ୱାଭାବିକ ହେଉ ବୋଲି କାମନା କରି ଟୁଇଟ କରି ଲେଖିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ବିଶେଷ କରି ସେ ବାତ୍ୟା ମୁକାବିଲା କ୍ଷେତ୍ରରେ ଉଲ୍ଲେଖନୀୟ ଭୂମିକା ଗ୍ରହଣ କରିଥିବାରୁ ଓଡ଼ିଶାବାସୀ ଓ ଓଡିଶା ସରକାରଙ୍କୁ ପ୍ରଶଂସା କରିଛନ୍ତି। ଯେଉଁଭଳି ଭାବରେ ରାଜ୍ୟ ବାତ୍ୟାର ମୁକାବିଲା କଲା ତାକୁ ଦେଖିବା […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial