‘ବେଟିଙ୍ଗ୍‌ ଆପ୍‌’ ପ୍ରସଙ୍ଗରେ ଭୂପେଶ ବଘେଲ୍‌ଙ୍କୁ ସମାଲୋଚନା କଲେ ସ୍ମୃତି ଇରାନୀ

‘ବେଟିଙ୍ଗ୍‌ ଆପ୍‌’ ପ୍ରସଙ୍ଗରେ ବଘେଲ୍‌ଙ୍କୁ ସମାଲୋଚନା କଲେ ସ୍ମୃତି ଇରାନୀ

ନୂଆଦିଲ୍ଲୀ: ବେଆଇନ ‘ବେଟିଙ୍ଗ୍‌ ଅପରେଟର୍‌’ଙ୍କ ଦ୍ବାରା ଉପାର୍ଜିତ ‘ହାୱଲା ଟଙ୍କା’କୁ କଂଗ୍ରେସ ଛତିଶଗଡ଼ ନିର୍ବାଚନ ପ୍ରଚାରରେ ଖର୍ଚ୍ଚ କରୁଛି ବୋଲି ଆଜି ‘ବିଜେପି’ ଅଭିଯୋଗ କରିଛି। ଉଲ୍ଲେଖଯୋଗ୍ୟ, ‘ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ’ କହିଥିଲା କି, ସେମାନେ ଗୋଟାଏ ‘ୱେବ୍‌’ ବେନାମି ବ୍ୟାଙ୍କ୍‌ ଆକାଉଣ୍ଟ୍‌ ଠାବ କରିଛନ୍ତି। ରାଜ୍ୟ ନିର୍ବାଚନ ପାଇଁ କୌଣସି ଜଣେ ‘ବଘେଲ୍‌’ଙ୍କୁ ୫୦୮ କୋଟି ଟଙ୍କା ଲାଞ୍ଚ ଦିଆଯାଇଥିବା ସ୍ବୀକାରୋକ୍ତି ମଧ୍ୟ ସେମାନେ ପାଇଛନ୍ତି। ଏହି ପ୍ରସଙ୍ଗରେ ଆଜି ସାମ୍ବାଦିକ ସମ୍ମିଳନୀରେ ‘ବିଜେପି’ ନେତ୍ରୀ ତଥା କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନି କହିଛନ୍ତି, ଆମ ନିର୍ବାଚନ ଇତିହାସରେ ପୂର୍ବରୁ ଏଭଳି ପ୍ରମାଣ ମିଳି ନ ଥିଲା। ଜନସାଧାରଣଙ୍କ ସମର୍ଥନ ବଳରେ ନୁହେଁ, ‘ହାୱଲା’ ଓ ‘ବେଟିଙ୍ଗ୍‌ ଅପରେଟର୍‌’ଙ୍କ ସହଯୋଗରେ ବଘେଲ୍‌ ନିର୍ବାଚନ ଲଢୁଛନ୍ତି।
ଉଲ୍ଲେଖଯୋଗ୍ୟ, ଦୁବାଇସ୍ଥିତ ‘ବେଟିଙ୍ଗ୍‌ ପ୍ଲାଟ୍‌ଫର୍ମ’ ‘ମହାଦେବ ଆପ୍‌’କୁ ଉଦ୍ଦେଶ୍ୟ କରି ଏକଥା କୁହାଯାଉଛି। ଏଥିରେ ସମ୍ପୃକ୍ତି ଥିବା ସନ୍ଦେହରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ କେତେକ ବଲିଉଡ୍‌ ଅଭିନେତାଙ୍କୁ ଅଳ୍ପ ଦିନ ପୂର୍ବେ ଜେରା କରିଛି। ବଘେଲ୍‌ଙ୍କୁ ବିଦ୍ରୁପ କରି ଇରାନୀ କହିଛନ୍ତି, କ୍ଷମତାରେ ରହି ‘ଜୁଆ’ ଖେଳ ଖେଳୁଛନ୍ତି। ସେହିପରି, ରାଜ୍ୟରେ ନଭେମ୍ବର ୭ ଓ ୧୭ ତାରିଖର ହେବାକୁ ଥିବା ନିର୍ବାଚନ ପୂର୍ବରୁ ତାଙ୍କୁ ‘ଟାର୍ଗେଟ୍‌’ କରିବା ଲାଗି କେନ୍ଦ୍ରୀୟ ଏଜେନ୍‌ସିଗୁଡ଼ିକୁ ‘ବିଜେପି’ ‌ଉପଯୋଗ କରୁଛି ବୋଲି ମୁଖ୍ୟମନ୍ତ୍ରୀ ବଘେଲ୍‌ ‘ବିଜେପି’ ଉପରେ ଦୋଷାରୋପ କରିଛନ୍ତି। ଅଭିଯୋଗ ଉପରେ ପ୍ରତିକ୍ରିୟା ବ୍ୟକ୍ତ କରି ବଘେଲ୍‌ କହିଛନ୍ତି, ଏହାଠୁ ବଡ଼ ‘ଜୋକ୍‌’ ଆଉ କ’ଣ ଥାଇ ପାରେ? ମୁଁ ଜଣକୁ ଧରିପକାଇବି ଓ କହିବି ପ୍ରଧାନମନ୍ତ୍ରୀ ମୋଦୀଙ୍କ ନାଁ କହ। ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ କ’ଣ ମୋଦୀଙ୍କୁ ଜେରା କରିବ? କାହାର ସୁଖ୍ୟାତି ନଷ୍ଟ କରିବା ଖୁବ୍‌ ସହଜ ହୋଇଗଲାଣି।

Share Now:

Kalinga News Beuro

Next Post

୧୦ ନଭେମ୍ବର ପର୍ଯ୍ୟନ୍ତ ବନ୍ଦ ରହିବ ପ୍ରାଇମେରୀ ସ୍କୁଲ : ଶିକ୍ଷାମନ୍ତ୍ରୀ

Sun Nov 5 , 2023
ନୂଆଦିଲ୍ଲୀ: ପିଲାଙ୍କ ପାଇଁ ଖୁସି ଖବର। ୧୦ ନଭେମ୍ବର ପର୍ଯ୍ୟନ୍ତ ସମସ୍ତ ପ୍ରାଇମେରୀ ବିଦ୍ୟାଳୟ ବନ୍ଦ ରହିବ ବୋଲି ଘୋଷଣା କଲେ ଶିକ୍ଷାମନ୍ତ୍ରୀ। ଦିଲ୍ଲୀରେ ଵାୟୁ ପ୍ରଦୂଷଣ ଦ୍ରୁତ ଗତିରେ ବଢ଼ୁଥିବାରୁ ଏପରି ନିଷ୍ପତ୍ତି ନିଆଯାଇଛି। ସୂଚନା ଅନୁଯାୟୀ, ଜାତୀୟ ରାଜଧାନୀ ଦିଲ୍ଲୀରେ ବାୟୁ ପ୍ରଦୂଷଣର ବିପଦପୂର୍ଣ୍ଣ ସ୍ତରକୁ ଦୃଷ୍ଟିରେ ରଖି ସରକାର ନଭେମ୍ବର ୧୦ ପର୍ଯ୍ୟନ୍ତ ପ୍ରାଥମିକ ବିଦ୍ୟାଳୟ ବନ୍ଦ କରିବାକୁ ନିଷ୍ପତ୍ତି ନେଇଛନ୍ତି ବୋଲି ଦିଲ୍ଲୀ ଶିକ୍ଷା […]
ବନ୍ଦ ରହିବ ପ୍ରାଇମେରୀ ସ୍କୁଲ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial