ଇମ୍ଫାଲରେ ପଞ୍ଚମ ଭାରତୀୟ ରିଜର୍ଭ ବାଟାଲିୟନ ଉପରେ ଆକ୍ରମଣ : ୧ମୃତ, ୨ ଆହତ

ଇମ୍ଫାଲ: ମଣିପୁରର ଇମ୍ଫାଲରେ ଚିଙ୍ଗାରେଲ ତେଜପୁରସ୍ଥିତ ପଞ୍ଚମ ଭାରତୀୟ ରିଜର୍ଭ ବାଟାଲିୟନ ପୋଷ୍ଟ ଉପରେ ଜନତାଙ୍କ ଆକ୍ରମଣରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଦୁଇ ଜଣ ଆହତ ହୋଇଛନ୍ତି। ମଙ୍ଗଳବାର ରାତି ପ୍ରାୟ ୧୧ଟା ରେ ଏହି ଘଟଣା ଘଟିଛି। ମୃତକ ଜଣକ ଇମ୍ଫାଲ ପୂର୍ବର ପାଙ୍ଗେଇ ଓକ୍ରାମ ଲେଇକାଇରେ ରହୁଥିବା ୨୪ ବର୍ଷୀୟ ଓକ୍ରାମ ସାନାଟନ୍‌ ବୋଲି ଜଣାପଡ଼ିଛି। ଏହି ଘଟଣାରେ ଆହତ ଅନ୍ୟ ଦୁଇ ଆହତଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଏହି ଘଟଣା ପରେ ଆନ୍ଦୋଳନକାରୀମାନେ ଘଟଣାସ୍ଥଳରୁ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଓ ଗୁଳିଗୋଳା ଲୁଟ୍‌ କରି ନେଇଥିବା କୁହାଯାଉଛି। ପୁଲିସ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ୬ଟି ଏକେ-୪୭ ରାଇଫେଲ, ୪ଟି କାର୍ବାଇନ୍‌, ୩ଟି ନଟ୍‌ ରାଇଫଲସ୍‌ ଓ ୨ଟି ଏଲ୍‌ଏମ୍‌ଜି ସହ ଭାରି ଗୋଳାବାରୁଦ ଲୁଟ୍‌ ହୋଇଥିବା ଅନୁମାନ କରାଯାଉଛି।
ଅନୁସୂଚିତ ଜନଜାତି (ଏସଟି) ମାନ୍ୟତା ଦାବିକୁ ବିରୋଧ କରି ଗତ ବର୍ଷ ମେ ୩ ତାରିଖରେ ପାହାଡ଼ିଆ ଜିଲ୍ଲାଗୁଡ଼ିକରେ ‘ଆଦିବାସୀ ଏକତା ଶୋଭାଯାତ୍ରା’ ଆୟୋଜନ କରାଯିବା ପରେ ଜାତିଗତ ହିଂସା ଆରମ୍ଭ ହେବା ପରେ ମଣିପୁରରେ ୧୮୦ରୁ ଅଧିକ ଲୋକ ପ୍ରାଣ ହରାଇଥିଲେ। ମଣିପୁରର ମୋଟ ଜନସଂଖ୍ୟାର ପ୍ରାୟ ୫୩ ପ୍ରତିଶତ ହେଉଛନ୍ତି ମେଇତେଇ ଏବଂ ଅଧିକାଂଶ ଇମ୍ଫାଲ ଉପତ୍ୟକାରେ ବସବାସ କରୁଥିବା ବେଳେ ନାଗା ଏବଂ କୁକିଙ୍କୁ ମିଶାଇ ଆଦିବାସୀମାନେ ୪୦ ପ୍ରତିଶତ ଏବଂ ମୁଖ୍ୟତଃ ପାହାଡ଼ିଆ ଜିଲ୍ଲାରେ ବସବାସ କରନ୍ତି।

Share Now:

Kalinga News Beuro

Next Post

ଇରାନରେ ପୁଣି ଆତଙ୍କବାଦୀ କାଣ୍ଡ : ବିସ୍ଫୋରଣ କରି ଉଡ଼ାଇଲେ ତୈଳ ପାଇପଲାଇନ

Wed Feb 14 , 2024
ତେହେରାନ: ବୁଧବାର ସକାଳେ ଇରାନରେ ହୋଇଥିବା ବିସ୍ଫୋରଣରେ ଏକ ପ୍ରାକୃତିକ ଗ୍ୟାସ ପାଇପଲାଇନ ଗୁରୁତରଭାବେ କ୍ଷତିଗ୍ରସ୍ତ ହୋଇଛି। ଜଣେ ଅଧିକାରୀ ଏହି ବିସ୍ଫୋରଣକୁ ଆତଙ୍କବାଦୀ କାର୍ଯ୍ୟ ବୋଲି କହିଛନ୍ତି। ଗାଜା ଉପତ୍ୟକାରେ ହାମାସ ବିରୋଧରେ ଇସ୍ରାଏଲର ଯୁଦ୍ଧ ମଧ୍ୟରେ ମଧ୍ୟପ୍ରାଚ୍ୟରେ ପରିସ୍ଥିତି ଉତ୍ତେଜନାପୂର୍ଣ୍ଣ ରହିଛି। ଏହି ବିସ୍ଫୋରଣ ଯୋଗୁଁ ଇରାନର ପଶ୍ଚିମ ଚହରମହଲ ଓ ବଖତିଆରି ପ୍ରଦେଶରୁ କାସ୍ପିଆନ୍ ସାଗରର ଉତ୍ତରରେ ଥିବା ସହରକୁ ପ୍ରାକୃତିକ ଗ୍ୟାସ୍ ପାଇପ୍ ଲାଇନ୍ […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial