ଏକାଧିକ ବିସ୍ଫୋରଣ ଘଟି ଓଏନଜିସି କାରଖାନାରେ ଅଗ୍ନିକାଣ୍ଡ

ଓଏନଜିସି କାରଖାନାରେ ଅଗ୍ନିକାଣ୍ଡ

ସୁରତ: ଆଜି ଗୁରୁବାର ଦିନ ଭୋର୍ ସମୟରେ ଗୁଜୁରାଟର ସୁରତରେ ଥିବା ଏକ ତୈଳ ଏବଂ ପ୍ରାକୃତିକ ଗ୍ୟାସ ନିଗମ (ଓଏନଜିସି) କାରଖାନାରେ ଅଗ୍ନିକାଣ୍ଡ ଘଟିଛି। ତେବେ ଏଥିରେ ଏପର୍ଯ୍ୟନ୍ତ କୌଣସି କ୍ଷୟକ୍ଷତିର ଆକଳନ ହୋଇନାହିଁ। ଓଏନଜିସି ଅଧିକାରୀଙ୍କ ଅନୁଯାୟୀ, ପ୍ଲାଣ୍ଟରେ ଏକାଧିକ ବିସ୍ଫୋରଣ ଘଟି ବ୍ୟାପକ ଅଗ୍ନିକାଣ୍ଡ ଘଟିଥିଲା। ତେବେ ବିସ୍ଫୋରଣର କାରଣ ଏପର୍ଯ୍ୟନ୍ତ ଜଣାପଡ଼ିନାହିଁ। ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ଉପସ୍ଥିତ ରହି ନିଆଁକୁ ଆୟତ୍ତ କରାଯାଇଥିବା କୁହାଯାଉଛି। ତେବେ ଅନେକ କିଲୋମିଟର ଦୂର ଯାଏଁ ଅଗ୍ନିକାଣ୍ଡର ଧୂଆଁ ଦେଖିବାକୁ ମିଳୁଥିବା ଜଣାଯାଇଛି।

Share Now:

Kalinga News Beuro

Next Post

ବଲିଉଡ୍‌ରେ ଡ୍ରଗ୍ସ : ଦୀପିକ‌ା, ସାରା,ଶ୍ରଦ୍ଧାଙ୍କୁ ସମନ‌

Thu Sep 24 , 2020
ମୁମ୍ବାଇ : ବଲିଉଡ୍‌ରେ ଡ୍ରଗ୍‌ସ କାରବାରର ଯାଞ୍ଚ କରୁଥିବା ନାର୍କୋଟିକ୍ସ କଣ୍ଟ୍ରୋଲ୍‌ ବ୍ୟୁରୋ (ଏନ୍‌ସିବି)କୁ ଦିନକୁ ଦିନ ନୂଆ ତଥ୍ୟ ମିଳିବାକୁ ଲାଗିଛି। ଏହି କାରବାରେ ଅନେକ ତାରକା ସଂପୃକ୍ତ ଥିବାର ବିସ୍ଫୋରକ ସୂଚନା ମିଳୁଥିବାରୁ ବଲିଉଡରେ କମ୍ପନ ସୃଷ୍ଟି ହୋଇଛି। ମିଳିଥିବା ନୂଆ ତଥ୍ୟକୁ ଆଧାର କରି ଏନ୍‌ସିବି ୪ ଜଣ ଅଭିନେତ୍ରୀଙ୍କୁ ପଚରାଉଚରା ଲାଗି ଗତକାଲି ସମନ ଜାରି କରିଛି। ଏଥିରେ ରହିଛନ୍ତି ବଲିଉଡ୍ ରାଣୀ କୁହାଯାଉଥିବା […]
ବଲିଉଡ୍‌ରେ ଡ୍ରଗ୍ସ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial