ନୂଆଦିଲ୍ଲୀ : ପ୍ରତିରକ୍ଷା ସାମଗ୍ରୀ ଉତ୍ପାଦନ କ୍ଷେତ୍ରରେ ଆମକୁ ଆତ୍ମନିର୍ଭରଶୀଳ ହେବାକୁ ପଡ଼ିବ। ଆମଦାନୀ ପ୍ରତିରକ୍ଷା ସାମଗ୍ରୀ ଉପରେ ବେଶୀଦିନ ନିର୍ଭର କରିହେବ ନାହିଁ ବୋଲି ମନ୍ତ୍ରୀ ରାଜନାଥ ସିଂ କହିଛନ୍ତି। ସେ କହିଛନ୍ତି ଯେ ଏବେ ଚାଲିଥିବା ଯୁଦ୍ଧ ଆମକୁ ଦେଖାଇ ଦେଇଛି ଯେ, କେବଳ ପ୍ରତିରକ୍ଷା ସାମଗ୍ରୀ ଯୋଗାଣ ନୁହେଁ, ବ୍ୟବସାୟିକ ସାମଗ୍ରୀ ଯୋଗାଣକୁ ନେଇ ବି ବିବାଦ ସୃଷ୍ଟି ହୋଇପାରେ। ନୂଆଦିଲ୍ଲୀଠାରେ ୩୭ତମ ଏୟାର ଚିଫ ମାର୍ସାଲ ପିସି ଲାଲ ସ୍ମାରକୀ ଭାଷଣ ଦେଇ ସେ କହିଛନ୍ତି ଯେ ଭବିଷ୍ୟତର ଯୁଦ୍ଧ ଦାଉରୁ ଦେଶକୁ ବଞ୍ଚାଇବାକୁ ହେଲେ ଆମକୁ ଟେକନଲୋଜୀ କ୍ଷେତ୍ରରେ ଦକ୍ଷ ହେବାକୁ ପଡ଼ିବ। କିଛି ଦିନ ତଳେ ସେ କହିଥିଲେ ଯେ, ୟୁକ୍ରେନ ୟୁଦ୍ଧ ପରେ ବିଶ୍ବର ସୁରକ୍ଷା ସ୍ଥିତି, ଶାନ୍ତି, ବିଶ୍ବ ବ୍ୟବସ୍ଥାରେ ଦ୍ରୁତ ପରିବର୍ତ୍ତନ ଆସିଯାଇଛି। ଦିନକୁ ଦିନ ସ୍ଥିତି ଅଧିକ ଜଟିଳ ହେଉଛି। ଏହାର ମୁକାବିଲା କରିବାକୁ ହେଲେ ଆମକୁ ଆହୁରି ଶକ୍ତିଶାଳୀ ହେବାକୁ ପଡ଼ିବ। ଆହୁରି ମଧ୍ୟ ଭବିଷ୍ୟତରେ ଭାରତ ଅଣପାରମ୍ପରିକ ଯୁଦ୍ଧ ପରିସ୍ଥିତିର ସମ୍ମୁଖୀନ ହୋଇପାରେ। ତାହାର ମୁକାବିଲା ପାଇଁ ସେନାକୁ ପ୍ରସ୍ତୁତ ରହିବାକୁ ପଡ଼ିବ।
ବିଦେଶୀ ପ୍ରତିରକ୍ଷା ସାମଗ୍ରୀ ଉପରେ ଅଧିକ ଦିନ ନିର୍ଭର କରିହେବ ନାହିଁ : ରାଜନାଥ

Share Now: