ଡଙ୍ଗା ବୁଡ଼ିରେ ଦୁଇସନ୍ତାନକୁ ହରାଇଲେ ଦମ୍ପତି

ବଡ଼ୋଦରା: ଗୁଜରାଟର ବଡ଼ୋଦରା ଜିଲ୍ଲା ନିକଟରେ ଥିବା ହରନୀ ମୋତନାଥ ହ୍ରଦରେ ଗତକାଲି ଡଙ୍ଗା ବୁଡ଼ିଯିବା ଯୋଗୁ ୧୬ ଜଣ ସ୍କୁଲ୍ ଛାତ୍ରଛାତ୍ରୀ ଓ ୨ ଜଣ ଶିକ୍ଷକଙ୍କ ମୃତ୍ୟୁ ହୋଇଥିଲା। ଏହି ଡଙ୍ଗାରେ ମୋଟ ୨୭ ଜଣ ଛାତ୍ରଛାତ୍ରୀଙ୍କ ସମେତ ୩୪ ଜଣ ଯାତ୍ରୀ ଥିଲେ। ମୃତ୍ୟୁ ‌ହୋଇଥିବା ୧୬ଜଣ ଛାତ୍ରଛାତ୍ରୀଙ୍କ ବୟସ ପ୍ରାୟ ୧୪ରୁ ୧୫ବର୍ଷ ଭିତରେ ହୋଇଥିବା ବେଳେ ଉଭୟ ଶିକ୍ଷକଙ୍କ ବୟସ ୪୫ ବର୍ଷ ବୋଲି ଜଣାପଡ଼ିଛି। ତେବେ ଏହି ଘଟଣା ସମ୍ପର୍କରେ ଖବର ପାଇବା ପରେ ମୃତଛାତ୍ରଛାତ୍ରୀଙ୍କ ପରିବାର ଉପ‌ରେ ଦୁଃଖର ପାହାଡ଼ ଭାଙ୍ଗି ପଡ଼ିଛି। ଗୁଜରାଟର ବଡ଼ୋଦରା ଜିଲ୍ଲାରେ ବସବାସ କରୁଥିବା ଦମ୍ପତିଙ୍କର ଦୁଇଛୁଆଙ୍କ ଜୀବନ ବି ଏହି ଡଙ୍ଗା ବୁଡ଼ିରେ ଚାଲିଯାଇଛି। ଦୁଇଛୁଆଙ୍କ ବାପା ଓ ମା’ ଏହି ଖବର ପାଇବା ପରେ ପାଗଳପ୍ରାୟ ହୋଇଯାଇଛନ୍ତି। ଦମ୍ପତିଙ୍କ ପରିବାରଲୋକଙ୍କ କହିବାନୁସାରେ, ‘ଉକ୍ତ ଦମ୍ପତିଙ୍କ ବିବାହକୁ ଅନେକ ବର୍ଷ ବିତି ଯାଇଥିଲେ ସୁଦ୍ଧା ସେମାନଙ୍କର କୌଣସି ପିଲାଛୁଆ ହେଉ ନଥିଲେ। ଅନେକ ବ୍ରତ ଉପବାସ କରି ବିବାହର ୧୭ବର୍ଷ ପରେ ତାଙ୍କର ଦୁଇ ସନ୍ତାନ ହୋଇଥିଲା। ଦୁଃଖର ବିଷୟ କି ଡଙ୍ଗାବୁଡ଼ିରେ ମୃତ୍ୟୁ ହୋଇଥିବା ୧୬ଜଣ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ଦମ୍ପତିଙ୍କର ଦ୍ଵିତୀୟ ଶ୍ରେଣୀରେ ପଢ଼ୁଥିବା ପୁଅ ଓ ତୃତୀୟ ପଢ଼ୁଥିବା ଝିଅ ସାମିଲ ଅଛନ୍ତି।’
ଉକ୍ତ ଡଙ୍ଗାରେ ସେମାନେ ପିକ୍‌ନିକ୍‌ ପାଇଁ ଯାଉଥିଲେ। ଗୁଜରାଟର ମନ୍ତ୍ରୀ ଋଷିକେଶ ପଟେଲ କହିଛନ୍ତି ଯେ ଏପର୍ଯ୍ୟନ୍ତ ୧୦ ଜଣ ପିଲାଙ୍କୁ ଉଦ୍ଧାର କରାଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହି ଘଟଣାକୁ ନେଇ ଗଭୀର ଦୁଃଖ ପ୍ରକାଶ କରିବା ସହ ପ୍ରତ୍ୟେକ ମୃତ ଛାତ୍ରଛାତ୍ରୀଙ୍କ ପରିବାରକୁ ୨ ଲକ୍ଷ ଟଙ୍କା ଲେଖାଏ ଅନୁକମ୍ପା ରାଶି ଦେବାକୁ ଘୋଷଣା କରିଛନ୍ତି। ଗୁଜରାଟ ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ପଟେଲ ମଧ୍ୟ ମୃତକଙ୍କ ପରିବାରକୁ ୪ ଲକ୍ଷ ଟଙ୍କା ଲେଖାଏଁ ସହାୟତା ଦେବାକୁ ଘୋଷଣା କରିଛନ୍ତି। ପୁଲିସ ଏହି ଘଟଣାରେ ୧୮ଜଣଙ୍କ ନାମରେ ମାମଲା ରୁଜୁ କରିବା ସହିତ ‌ଡଙ୍ଗା ଚାଳକ ଓ ମ୍ୟାନେଜରଙ୍କୁ ଗିରଫ କରି ତଦନ୍ତ ଆରମ୍ଭ କରିଛି।

Share Now:

Kalinga News Beuro

Next Post

ଶିମିଳିପାଳ ଅଞ୍ଚଳରୁ ୨୩ଟି ବେଆଇନ ଦେଶୀ ବନ୍ଧୁକ ଜବତ

Fri Jan 19 , 2024
ବାରିପଦା: ଶିମିଳିପାଳ ଅଞ୍ଚଳରୁ ପୁଣି ୨୩ ଟି ବେଆଇନ ଦେଶୀ ବନ୍ଧୁକ ଜବତ କରିଛି ମୟୂରଭଞ୍ଜ ପୁଲିସ। ଗତ ଦୁଇ ମାସ ମଧ୍ୟରେ ମୟୂରଭଞ୍ଜ ପୁଲିସ ଶିମିଳିପାଳ ସଂଲଗ୍ନ ଜିଲ୍ଲାର ୯ ଟି ଥାନାରେ ୧୪ ଟି ମାମଲା ରୁଜୁ ହୋଇଥିବା ବେଳେ ୮ ଜଣ ଶିକାରୀଙ୍କୁ ଗିରଫ କରିଛି। Share Now:

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial