୨୧୦୦ ସୁଦ୍ଧା ଭାରତର ଜନସଂଖ୍ୟା ୪୧ କୋଟି ହ୍ରାସ ପାଇବ : ଜାତିସଂଘ ଜନସଂଖ୍ୟା ବିଭାଗ

ଭାରତର ଜନସଂଖ୍ୟା ୪୧ କୋଟି ହ୍ରାସ ପାଇବ-1

ନୂଆଦିଲ୍ଲୀ: ଆଗାମୀ ୭୮ ବର୍ଷ ମଧ୍ୟରେ ବିଶ୍ବର ଦ୍ବିତୀୟ ଜନବହୁଳ ଦେଶ ଭାରତର ଜନସଂଖ୍ୟା ୪୧ କୋଟି ହ୍ରାସ ପାଇବ ବୋଲି ଜାତିସଂଘ ଜନସଂଖ୍ୟା ବିଭାଗ ରିପୋର୍ଟ କରିଛି। ଅଧିକ ଜନସଂଖ୍ୟା ବ୍ୟକ୍ତିଗତସ୍ତର‌ରେ ସମ୍ବଳ ଅଭାବର କାରଣ ହୋଇଥିବା ବେଳେ ଜନସଂଖ୍ୟା ହ୍ରାସ ମଧ୍ୟ ସମ୍ବଳ ଅଭାବର ନିରାକରଣ ନୁହେଁ ବୋଲି ଜାତିସଂଘ ଜନସଂଖ୍ୟା ବିଭାଗର ଉକ୍ତ ଅଧ୍ୟୟନରେ ଉଲ୍ଲେଖ କରାଯାଇଛି। ‘ଷ୍ଟାନ୍‌ଫୋର୍ଡ ଅଧ୍ୟୟନ’ ଦର୍ଶାଇଛି ଯେ, ଜନସଂଖ୍ୟା ବୃଦ୍ଧି ହ୍ରାସ ପାଇଲେ ସ୍ଥିର ହୋଇ ରହିଥିବା ଜନସାଧାରଣଙ୍କର ଜ୍ଞାନ ଓ ଜୀବନଧାରଣରମାନ କ୍ରମଶଃ ଅପସରିଯାଏ। ଏଭଳି ହେବା କ୍ଷତିକାରକ। ଆଗାମୀ ବର୍ଷମାନଙ୍କରେ ଭାରତର ଜନବହୁଳତା ଉଲ୍ଲେଖଯୋଗ୍ୟ ଭାବେ ହ୍ରାସ ପାଇବ। ଭାରତ ଓ ଚୀନ୍‌ର ଜନସଂଖ୍ୟା ଏବେ ଏକଧରଣର ମନେହେଉଥିଲେ ବି ଉଭୟ ଦେଶର ଜନବହୁଳତା ବା ସାନ୍ଦ୍ରତାରେ ବ୍ୟାପକ ପାର୍ଥକ୍ୟ ରହିଛି।
ଭାରତରେ ପ୍ରତି ବର୍ଗ କିଲୋମିଟର୍‌ରେ ହାରାହାରି ୪୭୬ ଜଣ ଲୋକ ବାସ କରୁଥିବା ବେଳେ ଚୀନ୍‌ରେ ସମପରିମାଣର ସ୍ଥାନରେ ମାତ୍ର ୧୪୮ଜଣ ଲୋକ ବାସ କରନ୍ତି। ୨୧୦୦ ମସିହା ବେ‌ଳକୁ ଭାରତର ଜନବହୁଳତା ପ୍ରତି ବର୍ଗ କିଲୋମିଟର୍‌ପିଛା ୩୩୫କୁ ଖସି ଆସିବ। ୨୦୨୨ରେ ୧୪୧.୨ କୋଟି ଥିବା ଭାରତର ଜନସଂଖ୍ୟା ୨୧୦୦ ବେଳକୁ ୧୦୦.୩ କୋଟିକୁ ଖସି ଆସିବ ବୋଲି ଜାତିସଂଘ ଜନସଂଖ୍ୟା ବିଭାଗର ସଦ୍ୟତମ ରିପୋର୍ଟରେ ଉଲ୍ଲେଖ ଅଛି। ଉଲ୍ଲେଖଯୋଗ୍ୟ, ଜନସଂଖ୍ୟା ହ୍ରାସର କାରଣ ହେଉଛି ସନ୍ତାନସନ୍ତତି ଜନ୍ମ ହ୍ରାସ। ଚୀନ୍‌ ଓ ଯୁକ୍ତରାଷ୍ଟ୍ର ଆମେରିକା ଭଳି ଦେଶରେ ମଧ୍ୟ ଏଭଳି ଧାରା ଜାରି ରିହବ ବୋଲି ଜାତିସଂଘ ଜନସଂଖ୍ୟା ବିଭାଗ କହିଛି।

Share Now:

Kalinga News Beuro

Next Post

ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୧୧୩୦ କରୋନା ପଜିଟିଭ : ୧୪୩ ଜଣ ୧୮ ବର୍ଷରୁ କମ୍ ବୟସର

Sat Jul 23 , 2022
ଭୁବନେଶ୍ବର: ଆଜି ରାଜ୍ୟରେ ଦୈନିକ କରୋନା ସଂକ୍ରମଣ ସାମାନ୍ୟ ହ୍ରାସ ପାଇଛି। ଗତକାଲି ୧୧୭୮ ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୧୧୩୦ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ୬୬୨ ଜଣ ସଙ୍ଗରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଥିବା ବେଳେ ୪୬୮ ଜଣ ପଜିଟିଭ ସ୍ଥାନୀୟ ସଂକ୍ରମଣରୁ ଚିହ୍ନଟ ହୋଇଛନ୍ତି। ଏଥିମଧ୍ୟରେ ୧୪୩ ଜଣ ୧୮ ବର୍ଷରୁ କମ୍ ବୟସର […]
୨୪ ଘଣ୍ଟାରେ ୧୧୩୦ କରୋନା ପଜିଟିଭ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial