ଡାକ୍ତର ମା’ଙ୍କ ନିର୍ଯାତନାର ଶିକାର ୧୧ବର୍ଷର ପୁଅ

ନୂଆଦିଲ୍ଲୀ: ଦିଲ୍ଲୀରୁ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଜଣେ ଡାକ୍ତର ମା’ ତାର ପିଲାକୁ ନିର୍ଯାତନା ଦେଉଥିବା ନେଇ ପୀଡ଼ିତଙ୍କ ବାପା ଅଭିଯୋଗ କରିଛନ୍ତି। ପୀଡ଼ିତ ପୁଅର ବାପାଙ୍କ କହିବାନୁସାରେ, ୨୦୦୭ରେ ମୋର ବିବାହ ହୋଇଥିଲା। ବିବାହ ପରେ ଆମର ପୁତ୍ର ସନ୍ତାନ ‌ହୋଇଥିଲା। ପୁଅ ଜନ୍ମର କିଛି ବର୍ଷ ପରେ ସ୍ତ୍ରୀଙ୍କ ସହିତ ମୋର ମଦଭେଦ ହୋଇଥିଲା। ଅନେକ ସମୟରେ ଆମ ଦୁହିଁଙ୍କ ମଧ୍ୟରେ ଝଗଡ଼ା ଲାଗିଥାଏ। ଯେଉଁ କାରଣରୁ ସ୍ତ୍ରୀ ମୋ ପୁଅ ଉପରେ ସବୁ ରାଗ ଓହ୍ଲାଥାଏ। ଘରେ ତାକୁ ନିର୍ଯାତନା ଦେବା ସହିତ ‌ଯେଉଁ ଆଡେ ବି ଯାଇଥାଏ ପୁଅକୁ ମାଡ଼ ମାରିଥାଏ।
ପୁଅ ତାର ମା’ ଭୟରେ ମୋତେ କିଛି ଜଣାଇ ନଥିଲା। ଏକଦା ମୁଁ ଘରର ସିସିଟିଭି ଫୁଟେଜ ଦେଖୁଥିବା ବେଳେ ଏହି ଘଟଣା ବିଷୟରେ ଜାଣିବାକୁ ପାଇଲି। ପୁଅକୁ ପଚାରିବାରୁ ‌ସେ କହିଲା ମା’ ‌ଏହି ଘଟଣା ବିଷୟରେ କାହାକୁ କିଛି ନକହିବାକୁ ଧମକ ଦେଇଥିଲା। ଯଦି କହିଦିଏ ତେବେ ସେ ମୋତେ ହଷ୍ଟେଲ ପଠାଇ ଦେବେ ବୋଲି କହିଥିଲା। ମୁଁ ପୁଅ ଠାରୁ ଏସମସ୍ତ ଘଟଣା ବିଷୟରେ ଜାଣିବା ପରେ ସ୍ତ୍ରୀକୁ ପଚାରିବାରୁ ସେ କହିଥିଲା ଏ ବିଷୟରେ ବେଶୀ କିଛି ପଚାରିଲେ ସେ ବିଷ ପିଇ ଜୀବନ ହାରିବା ସହିତ ପୁଅକୁ ବି ମାରିଦେବ।’ ପରିସ୍ଥିତି ଅସହ୍ୟ ହେବାରୁ ପିଲାଟିର ବାପା ଶେଷରେ ଫରିଦାବାଦର ଶିଶୁ କଲ୍ୟାଣ କମିଟିରେ ସ୍ତ୍ରୀଙ୍କ ବିରୋଧରେ ଅଭିଯୋଗ କରିଛନ୍ତି। ଏଥିସହିତ ସିଡବ୍ଲ୍ୟୁସିଙ୍କ ନିର୍ଦ୍ଦେଶରେ ଚଳିତ ବର୍ଷ ଏପ୍ରିଲ ୧୯ ତାରିଖରେ ଉକ୍ତ ମହିଳାଙ୍କ ବିରୋଧରେ ମାମଲା ରୁଜୁ କରାଯାଇଛି। ଯାଞ୍ଚ ରିପୋର୍ଟ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

Share Now:

Kalinga News Beuro

Next Post

ରାଜ୍ୟରେ ୩ ଦିନ ବିକ୍ଷିପ୍ତ ବର୍ଷା, ପୁଣି ବଢ଼ିବ ତାତି

Wed May 15 , 2024
ଭୁବନେଶ୍ୱର: ଆଗାମୀ ୩ ଦିନ ଧରି ରାଜ୍ୟରେ ବିକ୍ଷିପ୍ତ ବର୍ଷା ଜାରି ରହିିବ। ୧୫ ଏବଂ ୧୬ ତାରିଖ ଉପକୂଳ ଓଡ଼ିଶା, ଦକ୍ଷିଣ ଆଭ୍ୟନ୍ତରୀଣ କିଛି ଜିଲ୍ଲା ମୟୂରଭଞ୍ଜ, କେଉଁଝର, ଢେଙ୍କାନାଳରେ ବିଜୁଳି ଘଡଘଡି ଜନିତ ବର୍ଷା ହେବାର ସମ୍ଭାବନା ରହିଛି। ଏହା ସହ ରାଜ୍ୟକୁ ପୁଣି ଫେରିବ ଗ୍ରୀଷ୍ମପ୍ରବାହ। ଏନେଇ ସୂଚନା ଦେଇଛନ୍ତି ପାଣିପାଗ କେନ୍ଦ୍ର ନିର୍ଦ୍ଦେଶିକା ମନୋରମା ମହାନ୍ତି। ସେ କହିଛନ୍ତି, ୧୮ ଏବଂ ୧୯ ତାରିଖରେ […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial